Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଦେଢବର୍ଷ ଭିତରେ ତିନି ତିନି ଥର ମତଦାନ-ଆସନ୍ତା କାଲି ବିଜେପୁରରେ ଭୋଟ ଗଣତି

23/10/2019 at 7:35 PM

ବିଜେପୁର ୨୩।୧୦ –  ଆସନ୍ତାକାଲି ବିଜେପୁରରେ ଭୋଟ ଗଣତି । ଦେଢବର୍ଷ ଭିତରେ ତିନି ତିନି ଥର ମତଦାନ କରିଥିବା ବିଜେପୁରବାସୀ ନୂଆ ବିଧାୟକ ବାଛି ସାରିଥିବା ବେଳେ କାଲି ପ୍ରକାଶ ପାଇବ ଫଳ ।  ପଦ୍ମପୁର ଅଞ୍ଚଳ କଲେଜରେ ସକାଳ ୮ ଟୁ ଆରମ୍ଭ ହେବ ଗଣତି । ଏହାସହ ହରିଆଣା ଏବଂ ମହାରାଷ୍ଟ୍ରରେ ମଧ୍ୟ ଆସନ୍ତାକାଲି ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

କିଏ ଜିତିବ ବିଜେପୁର ବାଜି ?  କାଲି ସ୍ପଷ୍ଟ ହୋଇଯିବ ଫଳ ।  କାରଣ କାଲି ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଗୁରୁବାର ଭୋଟ ଗଣତି ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସକାଳ ୮ ଟାରୁ ପଦ୍ମପୁର ଅଞ୍ଚଳ କଲେଜରେ ଆରମ୍ଭ ହେବ ଗଣତି ।  ଗଣତି ପାଇଁ ୧୪ଟି କାଉଣ୍ଟିଂ ଟେବୁଲ୍‌ ପ୍ରସ୍ତୁତ ହୋଇଛି ।

 ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି କରାଯିବ । ୧୪ଟି ଟେବୁଲ୍‌ ମଧ୍ୟରୁ ଗୋଟିଏ ଟେବୁଲ୍‌ ଭିଭିପାଟ୍‌ କାଉଣ୍ଟିଂ ପାଇଁ ରହିବ । ପ୍ରତ୍ୟେକ ଟେବୁଲ୍‌ ପାଇଁ ଜଣେ ଲେଖାଏ ମାଇକ୍ରୋ ଅବଜରଭର ରହିବେ।  ମୋଟ୍ ୨୧ ରାଉଣ୍ଡ ଗଣତି କରାଯିବ ।  ଗଣତି କେନ୍ଦ୍ରରେ ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିଆରପିଏଫ ଏବଂ ଓଏସ୍‌ଏପି ଯବାନ ଗଣତି କେନ୍ଦ୍ରରେ ମୁତୟନ ରହିବେ ।  ଭିତରକୁ କେହି ମୋବାଇଲ୍ ଫୋନ୍ ନେଇ ପାରିବେ ନାହିଁ । ମଧ୍ୟାହ୍ନ ସୁଦ୍ଧା ଫଳାଫଳ ସ୍ପଷ୍ଟ ହୋଇଯିବ ।

ଏହାସହ ଆସନ୍ତା କାଲି ମହାରାଷ୍ଟ୍ର ଓ ହରିଆଣାରେ ଭୋଟ ଗଣତି । ଉଭୟ ରାଜ୍ୟର ବିଧାନସଭା ପାଇଁ ଗତ ୨୧ ରେ ମତଦାନ ହୋଇଥିଲା । ଗୁରୁବାର ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହେବ । ଅପରହ୍ଣ ୫ ଟା ସୁଦ୍ଧା ଫଳାଫଳ ଘୋଷଣା ହୋଇଯିବ ।

ଗଣତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୁରା ଗଣତି ପ୍ରକ୍ରିୟାର ଭିଡିଓ ରେକଡିଂ କରାଯିବ ।  ମହାରାଷ୍ଟ୍ରର ୨୮୮  ବିଧାନସଭା ଆସନରେ ଭୋଟ ଗଣତି ପାଇଁ ୪୮ ଟି ଗଣତି କେନ୍ଦ୍ର କରାଯାଇଛି । ସେହିପରି ହରିଆଣାର ୯୦ ଆସନ ପାଇଁ ୫୯ ଟି ସ୍ଥାନରେ ଭୋଟ ଗଣତି କରାଯିବ ।  

   Related Posts