Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ଆସନ୍ତାକାଲି କଂଗ୍ରେସର ସିଇସି ଚୂଡାନ୍ତ ବୈଠକ: ଘୋଷଣା ହୋଇପାରେ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

21/03/2019 at 10:40 AM

ଭୁବନେଶ୍ବର ୨୧/୩: ଆସନ୍ତାକାଲି କଂଗ୍ରେସର ସିଇସି ଚୂଡାନ୍ତ ବୈଠକ । ଏଥିରେ ପ୍ରାର୍ଥୀ ତାଲିକା ଉପରେ ଚୂଡ଼ାନ୍ତ ରୂପରେଖ ନିର୍ଣ୍ଣୟ ହେବ। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଗମ୍ଭୀରତାର ସହିତ ନେଇଛି ସିଇସି । ଆଗାମୀ ଦିନରେ ଏଭଳି ଅସନ୍ତୋଷ ଓ ପ୍ରାର୍ଥୀ ଚୟନରେ ଯେପରି ହଟଚମଟ ନ ହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ ।

ସେହିପରି ସିପିଆଇ, ସିପିଆଇ(ଏମ୍) ଓ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ସହିତ କଂଗ୍ରେସ ଦଳର ଆସନ ବୁଝାମଣା ହୋଇଛି । ତେବେ ସେହି ଦଳମାନଙ୍କୁ କଂଗ୍ରେସ କେତେସଂଖ୍ୟକ ଲୋକସଭା ଓ ବିଧାନସଭା ଆସନ ଛାଡ଼ିବ, ସେ ସଂପର୍କରେ ନିଷ୍ପତ୍ତି ନିଆଯିବ । ୩ଟି ଲୋକସଭା ଆସ୍କା, ଭୁବନେଶ୍ବର ଓ ମୟୂରଭଞ୍ଜ ଆସନ ଯଥାକ୍ରମେ ସିପିଆଇ, ସିପିଆଇ(ଏମ୍) ଓ ଝାଡ଼ଖଣ୍ଡ ମୁକ୍ତିମୋର୍ଚାକୁ ଛାଡ଼ିଦେବା ଏକପ୍ରକାର ଚୂଡ଼ାନ୍ତ ।

୧୦ଟି ବିଧାନସଭା ଆସନ ଛାଡ଼ିବାକୁ କଂଗ୍ରେସ ଚିନ୍ତା କରୁଛି । କିନ୍ତୁ ସହଯୋଗୀମାନେ ଅଧିକ ଆସନ ଦାବି କରୁଛନ୍ତି । ଏଥର ଓଡ଼ିଶା ଉପରେ ଧ୍ୟାନକେନ୍ଦ୍ରିତ କରିଛି ଏଆଇସିସି। ସିଇସି ବୈଠକରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇ ଘୋଷଣା ହେବା ପରେ ରାହୁଲ ପୁଣି ଓଡ଼ିଶାରେ ନିର୍ବାଚନ ପ୍ରଚାର ବ୍ୟାପକ କରିବେ।

   Related Posts