କାଲି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ , ଭିନ୍ନକ୍ଷମ ଓ ଅନାଥାଶ୍ରମ ପିଲାଙ୍କ ପାଇଁ କିଛି ଭଲ କରିବାକୁ ଶୁଭେଚ୍ଛୁଙ୍କୁ ଦେଲେ ପରାମର୍ଶ

Published By : Prameya-News7 Bureau | October 15, 2019 IST

ଭୁବନେଶ୍ୱର ୧୫।୧୦ - କାଲି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ । ଫନି ବାତ୍ୟାରେ ରାଜ୍ୟର କ୍ଷୟକ୍ଷତି ହୋଇଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଲି ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସି ଭିନ୍ନକ୍ଷମ ଓ ଅନାଥାଶ୍ରମ ପିଲାଙ୍କ ଲାଗି କିଛି କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

{"id":170500}

କାଲି ମୁଖ୍ୟମନ୍ତ୍ରୀଙ୍କ ଜନ୍ନଦିନ । ୭୪ ବର୍ଷରେ ପାଦଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କ ହୃଦୟ ଜିତି ଲଗାତାର ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ କିନ୍ତୁ କାଲି ତାଙ୍କ ଜନ୍ମଦିନ ପାଳିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ମହାବାତ୍ୟା ଫନି କ୍ଷତିଗ୍ରସ୍ତଙ୍କୁ ସମବେଦନା ଜଣାଇ ଓ ରାଜ୍ୟର କ୍ଷୟକ୍ଷତିକୁ ଦେଖି ଜନ୍ମଦିନ ନପାଳିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜନ୍ନଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜ ଶୁଭେଚ୍ଛୁ ଓ କର୍ମୀଙ୍କୁ କେତେକ ପରାମର୍ଶ ଦେଇଛନ୍ତି । କହିଛନ୍ତି ଓଡିଶାବାସୀ ମୋର ପରିବାର । ରାଜ୍ୟବାସୀଙ୍କ ସେହ୍ନ ଓ ଭଲପାଇବା ମୋତେ ଋଣୀ କରିଛି ।  ଆପଣଙ୍କ ଆଶୀର୍ବାଦ ହିଁ ମୋର ବଡ ପ୍ରେରଣା ବୋଲି କହିଛନ୍ତି ନବୀନ ।

{"id":170502}

ଏହାସହ ଜନ୍ନ ଦିନ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନଆସି ଭିନ୍ନକ୍ଷମ ପିଲାମାନଙ୍କ ସ୍କୁଲ ଓ ଅନାଥଶ୍ରମ ଯାଇ ସେମାନଙ୍କ ଲାଗି କିଛି କରିବାକୁ ପରାମର୍ଶ ଦେଇଛନ୍ତି । କେବଳ ମୋ ଜନ୍ମ ଦିନ ନୁହେଁ ନିଜର ବିବାହ ବାର୍ଷିକୀ  ଓ ଜନ୍ମଦିନ ପରି ସ୍ମରଣୀୟ ଦିନରେ ନିଜ ପିଲାଙ୍କୁ ନେଇ ଏପରି କଲେ ତାହା ତାଙ୍କୁ ଅଧିକ ଆନନ୍ଦ ଦେବ ବୋଲି କହିଛନ୍ତି ନବୀନ । ସେପଟେ ଦଳର ସୁପ୍ରିମୋଙ୍କ ଜନ୍ମ ଦିନରେ ମେଗା ରକ୍ତଦାନ ଶିବିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରିଛି ବିଜେଡି ।

{"id":170503}

୧୯୪୬ ଅକ୍ଟବୋର ୧୬ରେ ଜନ୍ମ ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ପ୍ରଥମରୁ ରାଜନୀତିରେ ନଥିଲେ । ପ୍ରବାଦ ପୁରୁଷ ବାପା ବିଜୁ ବାବୁଙ୍କ ଦେହାନ୍ତ ପରେ ରାଜନୀତିରେ ପାଦ ଦେଇଥିବା ନବୀନ କିନ୍ତୁ ଅପରାଜେୟ ପାଲଟିଛନ୍ତି । ପ୍ରଥମେ କେନ୍ଦ୍ରମନ୍ତ୍ରୀ ଆଉ ଏବେ ଲଗାତାର ୫ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ହିଁ ତାଙ୍କ ଲୋକପ୍ରିୟତା ପ୍ରମାଣ କରିଛି । ସେପଟେ ମୁଖଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ଅବ୍ୟବହିତ ପୂର୍ବରୁ ତାଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦୀର୍ଘ ନିରୋଗ ଜୀବନ କାମନା କରିଛନ୍ତି ବିରୋଧୀ ।

{"id":170504}

ସରଳ ଓ ନିରାଡମ୍ବରପୂର୍ଣ୍ଣ ଜୀବନ ଯାପନ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଆସିଛନ୍ତି ନବୀନ । ତେଣୁ ତାଙ୍କ ପରାମର୍ଶ ଅନୁସାରେ ଦଳୀୟ କର୍ମୀ ନବୀନଙ୍କ ଜନ୍ମ ଦିନକୁ ଭିନ୍ନକ୍ଷମ ଓ ଅନାଥ ଶିଶୁଙ୍କ ଗହଣରେ ପାଳିବେ ବୋଲି ସୂଚନା ମିଳିଛି  ।

{"id":170505}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.