ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ଆସନ୍ତାକାଲିଠୁ ରାଜ୍ୟରେ ବସ୍ ଚଳାଚଳ ପାଇଁ ସରକାରଙ୍କ ଗ୍ରୀନ୍ ସିଗନାଲ୍: ଠିଆ ହୋଇ ଯାତ୍ରା କରିପାରିବେ ନାହିଁ ଯାତ୍ରୀ, ମାସ୍କ୍ ବାଧ୍ୟତାମୂଳକ

24/05/2020 at 5:56 PM

ଭୁବନେଶ୍ୱର, ୨୪|୦୫: କାଲିଠୁ ରାଜ୍ୟବ୍ୟାପୀ ବସ୍ ଚଳାଚଳ । ସ୍ବଭାବିକ ହେବ ଯାତ୍ରୀ ସେବା । ସିଟିଙ୍ଗ କାପାସିଟି ଅନୁଯାୟୀ ସେତିକି ଯାତ୍ରୀଙ୍କୁଙ୍କୁ ନେଇ ବସ୍‌ ଚଳାଚଳ କରିବ। ସେହିପରି ଟ୍ୟାକ୍ସି, ଅଟୋରିକ୍ସା ସେବା ସ୍ବାଭାବିକ କରିବାକୁ ଘୋଷଣା କରିଛନ୍ତି ସରକାର । ଏହା ସହ ଯାତ୍ରୀ ପରିବହନ ଲାଗି  ନୂଆ ଗାଇଡଲାଇ ଜାରି କରିଛନ୍ତି ରାଜ୍ୟ ସରକାର ।ସେପଟେ କିନ୍ତୁ ଘରୋଇ ବସ ମାଲିକ କହିଛି ସରକାର କୈଣସି ଆଲୋଚନା କରି ନାହାନ୍ତି । ଯାହାକୁ ନେଇ ସନ୍ଦେହ ଏବେବି ବଳବତ୍ତର ରହିଛି।

କାଲିଠୁ ବସ ଚାଲିବ । ଯାତ୍ରୀବାହୀ ବସ୍ , ଟ୍ୟାକ୍ସି ଓ ଅଟୋ ଚଳାଚଳ ସ୍ବଭାବିକ କରିବାରୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।ରାଜ୍ୟରେ ଯାତ୍ରୀ ସେବାକୁ ସ୍ବଭାବିକ କରିବାଲାଗି ଗାଇଡଲାଇନ ଜାରି କରିଯାଇଛି । ରାଜ୍ୟସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ବସରେ ଯେତିକ ସଂଖ୍ୟକ ସିଟ୍ ଥିବ ସେତିକି ଯାତ୍ରୀ ଯିବେ । ବସରେ କେହି ଠିଆ ହୋଇ ଯାତ୍ରା କରିପାରିବେ ନାହିଁ ।ଯାତ୍ରୀଙ୍କ ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀମାନେ ନିଜ ପାଖରେ ସାନିଟାଇଜର ରଖିବାକୁ ପରାମର୍ଶ ଦେଇଛନ୍ତି ସରକାର। ସେହିପରି ଅଟୋ ଟାକ୍ସି ଚଳାଚଳ କରିବାକୁ ଅନୁମତି ମିଳିଛି । ଅଟୋ ଓ ଟାକ୍ସିରେ  ଚାଳକଙ୍କୁ ଛାଡି ୨ ଜଣ ଯାତ୍ରୀ ଯାଇପାରିବେ । ରେଳଷ୍ଟେସନ, ବିମାନବନ୍ଦରକୁ ଯିବାକୁ ୨୪ଘଣ୍ଟା ଗାଡି ଚାଲିବ ।  ଅନ୍ୟ ରାଜ୍ୟ ସହ ସହମତି ପରେ ଆନ୍ତରାଜ୍ୟ ବସ ଚଳାଚଳ କରିବ । ସେହିପରି ସିଟି ବସ ସେବା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ସରକାର ସିନା ଘୋଷଣା କଲେ ହେଲେ ସତରେ କଣ କାଲିଠୁ ବସ ଗଡିବ ।  ଘରୋଇ ବସ ମାଲିକ ସଂଘର ପତିକ୍ରିୟାରୁ ଏପରି ସନ୍ଦେହ ସୃଷ୍ଟି ହୋଇଛି । ପୂର୍ବରୁ ରାଜ୍ୟ ସରକାର ଗ୍ରୀନ ଜୋନରେ ଅଧାଯାତ୍ରୀ ନେଇ ବସ ଚଳାଚଳ କରିବାକୁ ଅନୁମତି ଦେଇଥିଲେ । ହେଲେ ସଂଘ କ୍ଷତି ହେବ କହି ଘରୋଇ ବସ୍‌ ଚଳାଚଳ କରାଇଲାନାହିଁ।   ଏବେ ସରକାରଙ୍କ ନୂଆ ଗାଇଡଲାଇନ ସତ୍ବେ ସଂଘ ଗାଡି ଚଳାଇବାକୁ ହଁ ବି ଭରିନି । ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି ସିଟ୍ ଅନୁଯାୟୀ ଯାତ୍ରୀ ପରିବହନ ନେଇ ଅନୁମତି ଦିଆଯାଇଥିବାରୁ ଆଉ ବସ୍ ମାଳିକଙ୍କର କୌଣଛି କ୍ଷତି ହେବନି । ଏପରିକି ବସ୍ ମାଳିକମାନଙ୍କ ଟ୍ୟାକ୍ସ ଛାଡ଼ ସମ୍ପର୍କରେ ମଧ୍ୟ ସରକାର ଆଲୋଚନା କରୁଛନ୍ତି ।

କାଲିଠାରୁ ରାଜ୍ୟ ଭିତରେ ରେଳ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ଯାତ୍ରୀବାହୀ ବିମାନ ସେବା ମଧ୍ୟ ଆରମ୍ଭ ହେବ। ତେବେ ବସ୍‌ ମାଲିକ ସଂଘର କେଁ ଭିତରେ ସ୍ବାଭାବିକ ଭାବେ ବସ୍‌ ଚଳାଚଳ ଉପରେ ସନ୍ଦେହ ବଳବତ୍ତର ରହିଛି। ଭୁବନେଶ୍ବର ଏବଂ ଝାରସୁଗୁଡାରୁ ଉଡାଣ ଆରମ୍ଭ ହେବ ।

   Related Posts