ପୋଲସରା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ବିଜେପି-ବିଜେଡି ମୁହାଁମୁହିଁ: ଆସନ୍ତାକାଲି ଗଂଜାମ ଜିଲ୍ଲାରେ ବିଜେପି କରିବ ବିକ୍ଷୋଭ

Published By : Prameya-News7 Bureau | November 05, 2018 IST

ଭୁବନେଶ୍ବର ୫|୧୧: ପୋଲସରାରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାର ସ୍ଥିତି ଅନୁଧ୍ୟାନ ପରେ ବିଜେପି ମହିଳା ମୋର୍ଚ୍ଚାର ପ୍ରେସମିଟ୍ କହିଛି ଯେ, ପୋଲିସ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ପୀଡିତା ଓ ତାଙ୍କ ପରିବାର ଉପରେ ପୋଲିସର ଚାପ ପ୍ରୟୋଗ କରୁଛି । ନାରୀକୁ ସୁରକ୍ଷା ମିଳିବ କେବେ ବୋଲି ମୋର୍ଚ୍ଚା ସରକାରଙ୍କୁ ପ୍ରଶ୍ନ କରିଛି । ନାରୀ ସୁରକ୍ଷା ନେଇ ମୋର୍ଚ୍ଚା ଆନ୍ଦୋଳନ କରିବ ବୋଲି ମଧ୍ୟ ଚେତାବନୀ ଦେଇଛି । ଆସନ୍ତାକାଲିଠାରୁ ଗଞ୍ଜାମର ୧୩ ବିଧାନସଭା କ୍ଷେତ୍ରରେ ବିକ୍ଷୋଭ ଓ ପ୍ରତିବାଦ ହେବ ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ଅପରପକ୍ଷରେ ବିଜେପିର ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି । ଘଟଣାର ତଦନ୍ତ ଚାଲିଛି ବୋଲି ଦଳର ମୁଖପାତ୍ର ସିଲୋଚନା ଦାସ କହିଛନ୍ତି । ଏହି ଘଟଣାରେ ୮ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି । ପୋଲି ଅଭିଯୁକ୍ତଙ୍କ ସ୍କେଚ ଜାରି କରି ତଦନ୍ତ କରୁଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି । ଏଭଳି ସ୍ଥିତିରେ ରାଜନୀତି କରିବା ଠିକ୍ ନୁହେଁ । ବିଜେପି ଶାସିତ ରାଜ୍ୟ ୟୁପି, ଏମ୍‌ପି ଓ ହରିୟାଣାରେ ଦୁଷ୍କର୍ମ ବଢି ଚାଲିଛି ବୋଲି ସୁଲୋଚନା ଦାସ ପ୍ରତିକ୍ରିୟା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.