ଭାରତ ବନ୍ଦ: ଆସନ୍ତାକାଲି ରାସ୍ତାରେ ଗଡିବନି ମୋ ବସ୍

Published By : Prameya-News7 Bureau | December 07, 2020 IST

ଭୁବନେଶ୍ଵର ୦୭।୧୨: କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନରତ କୃଷକସଂଗଠନ ଗୁଡିକ ପକ୍ଷରୁ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ ଅଫିସ୍ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥିସହ  ମୋ ବସ୍‌ ଚଳାଚଳ ମଧ୍ୟ ବାତିଲ କରାଯାଇଛି। ରାସ୍ତାରେ ଆସନ୍ତାକାଲି ଗଡିବନି ମୋ ବସ୍। ଏନେଇ ଟ୍ଵିଟ୍ କରି ସୂଚନା ଦେଇଛି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ। ସବୁ ସ୍ତରରେ ସମର୍ଥନ ପରେ ଆସନ୍ତାକାଲି ଦେଶରେ ବନ୍ଦର ବ୍ୟାପକ ପ୍ରଭାବ ପଡିବାକୁ ଯାଉଥିବା ପରିଲଖିତ ହୋଇଛି। ଓଡିଶାରେ ସକାଳ ୮ଟାରୁ ଅପରାହ୍ନ  ଅପରାହ୍ନ ୩ଟା ଯାଏଁ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯିବ।

କରୋନା ମହାମାରୀର ପ୍ରକୋପ ସଂପୂର୍ଣ୍ଣ ଭାବେ ପ୍ରଶମିତ ହୋଇନଥିବା ଓ ସାଧାରଣ ପରିବହନ ବ୍ୟବସ୍ଥା ସ୍ଵାଭାବିକ ହୋଇନଥିବା ବେଳେ ଭାରତ  ବନ୍ଦ ଡାକରା ଯୋଗୁଁ ଗମନାଗମନ ଓ ପରିବହନ ବ୍ୟବସ୍ଥା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି  ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ସରକାରୀ ସେବା ଜାରି ରହିବ।

ସୂଚନାଯୋଗ୍ୟ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି ୪୦ଟି କୃଷକ ସଂଗଠନ। ଓଡିଶାରେ ସକାଳ ୮ଟାରୁ ଅପରାହ୍ନ  ଅପରାହ୍ନ ୩ଟା ଯାଏଁ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯିବ। ସାଧାରଣ ଲୋକ ଯେମିତି ପ୍ରଭାବିତ ନହେବେ ସେ ଦିଗ ପ୍ରତି ଦୃଷ୍ଟି ଦିଆଯିବ ବୋଲି ସରକାର କହିଛନ୍ତି।  ଭାରତ ବନ୍ଦ ଡାକରାକୁ ଅନେକ ଟ୍ରେଡ୍ ୟୁନିଅନ୍ ଏବଂ ବିରୋଧୀ ଦଳ ସମର୍ଥନ କରୁଥିବାରୁ ଏହାର ପ୍ରଭାବ ପଡିବ ବୋଲି ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.