ଆସନ୍ତାକାଲି ମତଦାନ: ପ୍ରଥମଥର ଲାଗି ନୂଆ କଟକଣାରେ ହେବ ନିର୍ବାଚନ, ଭୋଟର୍ସଙ୍କୁ ଦିଆଯିବ ଗ୍ଳୋବ୍ସ, ୬ ଫୁଟ୍ ସାମାଜିକ ଦୂରତା ଅନିବାର୍ଯ୍ୟ

Published By : Prameya-News7 Bureau | November 02, 2020 IST

ବାଲେଶ୍ୱର ୦୨/୧୧ :  ଆସନ୍ତାକାଲି ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଭୋଟ । ସବୁ ପୋଲିଂ ବୁଥରେ ପହଞ୍ଚି ଯାଇଛନ୍ତି ପୋଲିଂ ପାର୍ଟି । ନିର୍ବାଚନକୁ ଅବାଧ ଏବଂ ନିରପେକ୍ଷ କରିବା ଯେତିକି ଚାଲେଞ୍ଜ, କୋଭିଡ କଟକଣା ଭିତରେ ଭୋଟର କିଭଳି ମତ ସାବ୍ୟସ୍ତ କରିବେ ତାହା ପ୍ରଥମ ଥର ପାଇଁ ପ୍ରଶାସନ ପାଇଁ ବଡ ଆହ୍ବାନ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

{"id":355037,"sizeSlug":"large"}

 ଆସନ୍ତାକାଲି ସକାଳ ୭ଟାରୁ ମତଦାନ । ପ୍ରଥମଥର ଲାଗି ନୂଆ କଟକଣା ଭିତରେ ନିର୍ବାଚନ ହେଉଛି, ତେଣୁ ପ୍ରଶାସନ ଆଗରେ ବଡ଼ ଚାଲେଞ୍ଜ । ଏଥର ବୁଥ୍ ସଂଖ୍ୟା ବଢାଯାଇଛି । ବାଲେଶ୍ବର ସଦରରେ ୩୪୬ ଏବଂ ତିର୍ତ୍ତୋଲରେ ୩୭୩ ବୁଥ୍ ରେ ମତଦାନ ହେବ। ଗୋଟିଏ ବୁଥରେ ସର୍ବାଧିକ ୧ ହଜାର ମତଦାତା ଭୋଟ ଦେବେ। ଗୋଲେଇ ଭିତରେ ୬ ଫୁଟ ସାମାଜିକ ଦୂରତା ରକ୍ଷା କରି ଭୋଟର ଠିଆ ହେବେ ।

{"id":355041,"sizeSlug":"large"}

ସୁରୁଖୁରୁରେ ମତଦାନ ଲାଗି ୮ଶହ ଆଶା କର୍ମୀ ଏବଂ ୮ଶହ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି । ସବୁ ବୁଥ୍ କୁ ସାନିଟାଇଜ୍ କରାଯାଉଛି । ଥର୍ମାଲ ସ୍କ୍ରିନିଂ କରାଯାଇ ମତଦାତାଙ୍କୁ ଭୋଟଗ୍ରହଣ କେନ୍ଦ୍ରକୁ ଛଡାଯିବ । ଡାହାଣ ହାତରେ ପିନ୍ଧିବାକୁ ଭୋଟରଙ୍କୁ ଗ୍ଲୋବସ୍ ଦିଆଯିବ । ଭୋଟର ମାନଙ୍କୁ ସଚେତନ କରିବା ଏବଂ  ଗ୍ଲୋବସ ପିନ୍ଧାଇବା ଦାୟିତ୍ବ ଆଶା କର୍ମୀମାନଙ୍କ ଉପରେ ରହିଛି ।

{"id":355038,"sizeSlug":"large"}

କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଦେଖାଇ ପାରିବେ। ୧୧ଟି ପରିଚୟପତ୍ର ମଧ୍ୟରୁ  କୌଣସି ଗୋଟିଏ ନେଇ ପାରିବେ । କରୋନା ଆକ୍ରାନ୍ତଙ୍କୁ ମତଦାନ କେନ୍ଦ୍ରକୁ ନଆସିବା ପାଇଁ କୁହାଯାଇଛି । ଥଣ୍ଡା, ଛିଙ୍କ ଓ କାଶ ହେଉଥିଲେ ଟୋକନ ନେଇ ଶେଷ ୧ଘଣ୍ଟାରେ ଭୋଟ ଦେବେ । ସେହି ସମୟରେ ପ୍ରିଜାଇଡିଂ ଅଫିସର ଏବଂ ପୋଲିଂ ଅଫିସର PPE କିଟ୍ ପିନ୍ଧିବେ ।

{"id":355039,"sizeSlug":"large"}

ବାଲେଶ୍ବରରେ ୮୬ ଟି ଏବଂ ତିର୍ତ୍ତୋଲରେ ୧୫୫ ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଅବାଧ ନିର୍ବାଚନ ଲାଗି ୩୫ଶହ ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି । ସୁରକ୍ଷା ବ୍ୟବସ୍ଥା ପାଇଁ ୯୦ ପ୍ଲାଟୁନ ପୋଲିସ ଫୋର୍ସ, ୨୫୧ ଜଣ ପୋଲିସ ଅଫିସର ନିୟୋଜିତ ହୋଇଛନ୍ତି। ୱେବ କାଷ୍ଟିଙ୍ଗ,  ମାଇକ୍ରୋ ଅଵଜରଭର ଏବଂ ଭିଡିଓଗ୍ରାଫି ଟିମ ମଧ୍ୟ ନିୟୋଜିତ କରାଯାଇଛି ।

{"id":355040,"sizeSlug":"large"}

୧୧ ଟି ସ୍ଥାନରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ସକାଳ ୭ ଟାରୁ ସଂଧ୍ୟା ୬ଟା ଯାଏ ଭୋଟ ଗ୍ରହଣ ହେବ। ଭୋଟ ଗ୍ରହଣ ନିମନ୍ତେ ପ୍ରଶାସନ ସଜାଗ ଥିବା ବେଳେ ମତଦାନ ନିମନ୍ତେ ଭୋଟର ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.