ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ଅମିତ ଶାହ : ୧୬ରେ ଆସୁଛନ୍ତି ମୋଦି
8/04/2019 at 1:38 PM

ଭୁବନେଶ୍ବର ୮/୪: ବିଜେଡ଼ି ଫୋକସରେ ଥିବା ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଘନଘନ ଗସ୍ତ ଜାରି ରହିଛି। ନିର୍ବାଚନ ପାଇଁ ବିଜ୍ଞପ୍ତି ପରେ ନବରଙ୍ଗପୁର ଲୋକସଭା ଆସନରୁ ପ୍ରଚାର ଶୁଭାରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି ଇତିମଧ୍ୟରେ କଳାହାଣ୍ଡି,ସୁନ୍ଦରଗଡ଼,ସୋନପୁର ଆଦି ବିଭିନ୍ନ ଅଞ୍ଚଳରେ ନିର୍ବାଚନୀ ସଭାରେ ଯୋଗ ଦେଇସାରିଲେଣି। ପୁଣି ଆସନ୍ତା ୧୬ତାରିଖରେ ମୋଦି ସମ୍ବଲପୁର ଆସିବେ ବୋଲି ବିଜେପି ସୂତ୍ରରୁ ପ୍ରକାଶ।
ସେହିଭଳି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଘନଘନ ଓଡ଼ିଶା ଗସ୍ତ କରୁଛନ୍ତି। ଆସନ୍ତା କାଲି ଅମିତ ପୁରୀଠାରେ ଆୟୋଜିତ ହେବାକୁ ଥିବା ଦଳର ଏକ ବିଶାଳ ରାଲିରେ ଯୋଗ ଦେବେ। ସେ ବଡ଼ଦାଣ୍ଡରୁ ମାଉସୀମା ମନ୍ଦିର ଯାଏଁ ରୋଡ଼ ଶୋ କରିବେ ବୋଲି ଜଣା ପଡ଼ିଛି।
Related Posts
ମାଲକାନଗିରି ଏସପିଙ୍କ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
24 January 2021
କିଏ ଓ କେଉଁଠି କରିବେ ପତାକା ଉତ୍ତୋଳନ, ପଢନ୍ତୁ ପୁରା ତାଲିକା
24 January 2021
ଅଲ୍ ଓଡିଶା ଅଙ୍ଗନଓ୍ୱାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ଅନୁଷ୍ଠିତ
24 January 2021