Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

୪ଲୋକସଭା ଓ ୨୮ ବିଧାନସଭା ପାଇଁ ବିଜେପି ଟିକଟ୍‌ ଫାଇନାଲ : କାଲି ହେବ ଘୋଷଣା

15/03/2019 at 7:06 PM

ଭୁବନେଶ୍ବର ୧୫/୩: ବିଜେପି ଟିକଟ କାହାକୁ ମିଳିବ? ଏହାକୁ ଚୁଡ଼ାନ୍ତ କରିବାକୁ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ହେଲେ ଯେତେ ଛିଡ଼େଇଲେ ବି ଅଙ୍କ ଛିଡ଼ୁନି । କିଛି ନାଁ ଚୂଡ଼ାନ୍ତି ହୋଇଛି, ବାକି କିଛି ଆଜି ରାତି ସୁଦ୍ଧା ଫଇନାଲ୍ ହେବ । ସେପଟେ ଦଳରେ ରାଜ୍ୟ କାର୍ଯ୍ୟଳୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ନବୀନଙ୍କ ବିରୋଧରେ ଗର୍ଜିଛନ୍ତି ଦାମୋଦର ରାଉତ ।

ବିଜେପିର ଟିକଟ କସରତ । ନିର୍ବାଚନ ପରିଚାଳନା କମିଟିରେ ବସି ବିଚାର ବିମର୍ଷ କରିଛନ୍ତି ବରିଷ୍ଠ ନେତା । ତେବେ ପ୍ରଥମ ପର୍ଯ୍ୟାୟର ୪ ଲୋକସଭା ଓ ୨୮ ବିଧାନସଭା ଲାଗି ପ୍ରାର୍ଥୀ ଚୂଡ଼ାନ୍ତ କରିବା ଦଳ ଲାଗି ସହଜ ହେଉନି । ବାହାରୁ ଯେତେ ପ୍ରାର୍ଥୀ ମିଶୁଛନ୍ତି, ଦଳର ଶକ୍ତି ତ ବଢୁଛି, ହେଲେ ଟିକଟ ବାଣ୍ଟିବା କାମ ସେତେ କଷ୍ଟ ହେଉଛି । ତେବେ ଖବର ଅନୁସାରେ ବ୍ରହ୍ମପୁର ଲୋକସଭା ଲାଗି ଭୃଗୁ ବକ୍ସିପାତ୍ରଙ୍କ ନାଁକୁ ଏକରକମ ଚୁଡ଼ାନ୍ତି କରିଛି ଦଳ । କଳାହାଣ୍ଡି ଲାଗି ପ୍ରଦୀପ ନାଏକଙ୍କ ନାଁ ଆଗରେ ଅଛି । ତେବେ କୋରାପୁଟ ଲାଗି ଜୟରାମ ପାଙ୍ଗୀଙ୍କ ନାଁ ଚୂଡ଼ାନ୍ତ ହୋଇଥିଲେ ବି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋ ନାକ ପୂରାଇଛନ୍ତି । ପ୍ରଥମେ କେବଳ ପୁଅ ଲାଗି ବିଧାୟକ ଟିକଟ ଦାବିଦାରୀ ରଖିତିବା ଗିରିଧାରୀ ଏବେ କୋରାପୁଟ ଏମପି ଆସନ ଲାଗି ବି ଆଖି ପକାଇଛନ୍ତି । ନବରଙ୍ଗପୁର ଲାଗି ପର୍ଶୁରାମ ମାଝୀଙ୍କ  ନାଁ ଆଗକୁ ଆସିଥିଲେ ବି ବିଜେଡି ଛାଡ଼ିଥିବା ସାଂସଦ ବଳଭଦ୍ର ମାଝୀ ବିଜେପିରେ ମିଶିବା ଚର୍ଚ୍ଚା ଏବେ ସମୀକରଣ ଓଲଟାଇଛି । ସେପଟେ ଦଳରେ ଆଜି ଆସ୍କାର ପୂର୍ବତନ ବିଧାୟକ ସରୋଜ ପାଢୀ, ତିଳୋତ୍ତମା ନାୟକ ମିଶିଥିଲେ । ଏସବୁ ଭିତରେ ବେଶ୍ ମାପିଚୁପି ପ୍ରତିକ୍ରିୟା ରଖୁଛନ୍ତି ବିଜେପିର ବରିଷ୍ଠା ନେତାଏଁ ।

ସେପଟେ ବିଜେପିରେ ମିଶିବା ପରେ ଦାମ ରାଉତ ଫେରିଥିଲେ ଭୁବନେଶ୍ବର । ଏୟାରପୋର୍ଟରେ ବିଜେପି ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା ।ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତାଙ୍କୁ କରାଯାଇଥିଲା ସ୍ବାଗତ । ଆପଣମାନେ ଖୁସି ତ କହି ନବୀନଙ୍କୁ ଛିଗୁଲେଇବା ସହ ପ୍ରଥମ ଅଭିଭାଷଣ ଆରମ୍ଭ କରିଥିଲେ ଦାମ ରାଉତ । କହିଥିଲେ, ଜନତା ଦଳ ଓ ବିଜୁ ଜନତା ଦଳ ସହ ୪୫ ବର୍ଷର ସଂପର୍କ ତୁଟେଇ ବିଜେପିକୁ ଆସିଲି ।  ଆପଣ ମାନେ ଖୁସି ତ ?  ଏହାପରେ ବିଜେଡି ବିରୋଧରେ ଜୋରଦାର ବର୍ଷିଥିଲେ। ଦଳ ତାଙ୍କୁ ଯାହା ବି ଦାୟିତ୍ବ ଦେବ ତାକୁ ସେ ନିଜର ଦୀର୍ଘ ଅଭିଜ୍ଞତାରୁ ପୂରା କରିବେ ବୋଲି କହିଛନ୍ତି । ଏହା ସହ ବିଜୟ ମହାପାତ୍ରଙ୍କୁ ପୁଣି ବିଜେପିକୁ ଫେରାଇ ଆଣିବାକୁ ଆଲୋଚନା ଚାଲିଥିବା ସୂଚନା ଦେଇଛନ୍ତି ଦାମ ।

ପ୍ରଥମ ପର୍ଯ୍ୟାୟରୁ ଜଣା ପଡ଼ିଲାଣି ଏଥର ଟିକଟ କସରତରେ ବିଜେପିର ବିଜେଡି ଭଳି ବେଶ୍ ଝାଳ ବହୁଛି । ନୂଆକୁ ସୁଯୋଗ ଦେଲେ ପୁରୁଖା ବିଦ୍ରୋହ କରିବାର ଟେନସନ ଘାରିଛି । ସେପଟେ ଅମିତ ଶାହଙ୍କ ମିଶନ ୧୨୦ର ଟାସ୍କର ଚାପ ବି ରହିଛି ।..

   Related Posts