ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ମତଦାନ: ୪ ଲୋକସଭା ଏବଂ ୨୮ ବିଧାନସଭା ଆସନ ପାଇଁ ହେବ ମତଗ୍ରହଣ, ମାଓପ୍ରବଣ ଅଞ୍ଚଳରେ ବିଶେଷ ସୁରକ୍ଷା ବ୍ୟବସ୍ଥା

Published By : Prameya-News7 Bureau | April 10, 2019 IST

ଭୁବନେଶ୍ବର ୧୦/୪: ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ମତଦାନ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଭଳି ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ମତଦାନ ହେବ । ଏଥିପାଇଁ ଅଧିକାଂଶ ବୁଥ୍ ରେ  ଇଭିଏମ ସହ ପୋଲିଂ ପାର୍ଟି ପହଞ୍ଚିସାରିଛନ୍ତି । ମତଦାନ ପାଇଁ ପ୍ରଶାସନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମାଓ ପ୍ରବଣ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

{"id":102141,"width":595,"height":429}

ଆକାଶମାର୍ଗରେ  ବିଚ୍ଛିନ୍ନାଞ୍ଚଳ  ଯାତ୍ରା । ମାଓଗଡରେ ପୋଲିଂ ଟିମ୍ । ହାତରେ ପୁଲିଂ କିଟ୍ ସହ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଯାଇ ବୁଥରେ  ଇଭିଏମ ସହ ପହଞ୍ଚିଲେ ପୋଲିଂ ପାର୍ଟି । କାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମାଓପ୍ରବଣ  ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ମତଦାନ ହେବ। ଏଥିପାଇଁ ପ୍ରଥମେ କୁନ୍ତୁରପଦର ବେସ୍ କ୍ୟାମ୍ପକୁ ୪ ଥରରେ ପହଞ୍ଚିଛନ୍ତି ନିର୍ବାଚନୀ ଅଫିସର ଓ କର୍ମଚାରୀ । ଏହା ପରେ କଡ଼ା ସୁରକ୍ଷା ଭିତରେ ବିଭିନ୍ନ ପୋଲିଂ ବୁଥକୁ ଯାଇଛନ୍ତି ପୋଲିଂ ପାର୍ଟି ।ମାଲକାନାଗିରି ଜିଲ୍ଲାରେ ମୋଟ ୫୪୦ଟି ମତଦାନ କେନ୍ଦ୍ର ହୋଇଛି । ଯାହା ମଧ୍ୟରେ ୧୨୬ଟି ବୁଥକ ଅତି ସମ୍ବେଦନଶୀଳ ରହିଛି । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ବିଚ୍ଛିନ୍ନାଞ୍ଚଳର ୯ ଟି ଭିନ୍ନ ଭିନ୍ନ ବୁଥକୁ ଏକାଠି କରାଯାଇଛି ।

{"id":102135,"width":594,"height":334}

କଳାହାଣ୍ଡି ଲୋକସଭା ସହ ୭ଟି ବିଧାନସଭା ଭବାନୀପାଟଣା , ଧର୍ମଗଡ , ଜୁନାଗଡ , ନର୍ଲ।, ଲାଞ୍ଜିଗଡ, ନୂଆପଡା ଏବଂ ଖରିଆରରେ କାଲି ଭୋଟିଂ ହେବ । ଜିଲ୍ଲାରେ ମୋଟ ୧୪୦୫ ବୁଥରୁ ୨୨୬ ବୁଥକୁ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ଏହା ମଧ୍ୟରେ ୧୭୪ ବୁଥ ମାଓ ପ୍ରବଣ ଆଚଂଳରେ ରହିଛି । ସୁରକ୍ଷା ଦୃଷ୍ଟିରୁ ଏହା ସବୁ ସ୍ଥାନରେ ପୋଲିଂ କର୍ମଚାରୀ ଦିନକ ପୁର୍ବରୁ ପହଞ୍ଚିଛନ୍ତି । ମତଦାନ ପାଇଁ ମୋଟ ଜିଲ୍ଲାରେ ୯ ହଜାର ୨ଶହ ୭୮ ପ୍ରିଜାଡିଙ୍ଗ  ଅଫିସର ନିୟୋଜିତ ହୋଇଛନ୍ତି । ସେପଟେ ନିର୍ବାଚନ ପୂର୍ବରୁ କୋଦୋଭଟା ଜଙ୍ଗଲ ଭିତରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି । ନୂଆପଡା ସୀମାନ୍ତ ବୋଡେନ ଥାନା ପାଟଦର୍ହା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମାଓକ୍ୟାମ୍ପ ଠାବ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।

{"id":102142}

ସେହିପିର ବ୍ରହ୍ମପୁର ଲୋକସଭା ଆସନ ସମେତ ୭ଟି ବିଧାନସଭାରେ ଭୋଟିଂ ହେବ ।ଏହି ୭ଟି ବିଧାନସଭା ଆସନ ହେଲା ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ଦିଗପହଣ୍ଡି, ମୋହନ, ଚିକିଟି ଓ ପାରଳାଖେମୁଣ୍ଡି । ଗଞ୍ଜାମ ଜିଲ୍ଲାରେ ମୋଟ ୧ହାଜାର ୧୧୭ ବୁଥରେ ୬ହଜାର ୯୭୩ ପୋଲିଙ୍ଗ୍ ଅଫିସରଙ୍କୁ ନିଯୁକ୍ତି କରାଯାଇଛି । ୧୪୪ଟି ବୁଥକୁ ଅତି ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ଅତି ସମ୍ବେଦନଶୀଳ ବୁଥ୍ ଗୁଡିକରେ ସିସିଟିଭି ବ୍ୟବସ୍ଥା କରାଯାଇଥିବା ବେଳେ ସବୁ ବୁଥରେ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ହ୍ବିଲ୍ ଚେୟାର୍ ବ୍ୟବସ୍ଥା ହୋଇଛି ।

{"id":102137,"width":596,"height":335}

ସେହିଭଳି ନବରଂଗପୁର ଲୋକସଭା ଆସନର ନବରଙ୍ଗପୁର, ମାଲକାନଗିରି, ଚିତ୍ରକୋଣ୍ଡା, ଝରିଗାଁ, ଡାବୁଗାଁ, ଉମରକୋଟ ଏବଂ କୋଟପାଡରେ ନିର୍ବାଚନ ଅନୁଷ୍ଠିତ ହେବ । କୋରାପୁଟ ଲୋକସଭା ଅନ୍ତର୍ଗତ କୋରାପୁଟ, ଗୁଣୁପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର ଏବଂ ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳିରେ ଭୋଟଗ୍ରହଣ ହେବ ।

{"id":102143,"width":593,"height":474}

ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମତଦାନ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପ୍ରତି କେନ୍ଦ୍ରରେ ମତାଦନର ଦେଢ ଘଣ୍ଟା ପୂର୍ବରୁ ମକ୍ ପୋଲ କରାଯିବ । ଏଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ସମସ୍ତ ନିର୍ବାନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଯେଉଁ ଅଂଚଳରେ ମତଦାନ ରହିଛି ସେ ଅଞ୍ଚଳରେ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.