କାଲି ସରୁଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର, କଳାହାଣ୍ଡିରେ ନବୀନଙ୍କ ନାଇଟ ହଲ୍ଟ, କାଲି ଲାଞ୍ଜିଗଡରେ କରିବେ ପ୍ରଚାର, ପୁରୀରେ ରୋଡ ସୋ କରିବେ ଅମିତ ଶାହା

Published By : Prameya-News7 Bureau | April 08, 2019 IST

ଭୁବନେଶ୍ବର୮|୪; ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କାଲି ସରୁଛି ପ୍ରଚାର । ଭୋଟରଙ୍କୁ ପ୍ରଭାବିତ କରିବାକୁ ସବୁଦଳ ଜୋରଦାର ଚେଷ୍ଟା ଚଳାଇଛନ୍ତି । ବିଜେଡି ପାଇଁ ନୂଆପଡାରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । କାଲି କଳାହାଣ୍ଡି ଲାଞ୍ଜିଗଡରେ ପ୍ରଚାର କରିବେ ନବୀନ । ସେପଟେ ୧୫ ଓ ୧୬ରେ ପୁଣି ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । କାଲି ପୁରୀ ଗସ୍ତରେ ଆସୁଛନ୍ତି ଅମିତ୍‌ ଶାହା ।

{"id":101554,"width":593,"height":371}

କାଲି ସରୁଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ  ପ୍ରଚାର । ଭୋଟରଙ୍କୁ ପ୍ରଭାବିତ କରିବାକୁ ସବୁ ଦଳ ଚଳାଇଛନ୍ତି ଜୋରଦାର ପ୍ରୟାସ । ବିଜେଡି ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ନବୀନ ଆଜି ନୂଆପଡା କୋମନା ଓ ଖରିଆରରେ ରୋଡ୍ ଶୋ କରିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ବର୍ଷକୁ ୫ ଶହ କୋଟି ଖର୍ଚ୍ଚ କରାଯିବ ବୋଲି ନୂଆପଡାରେ ନବୀନ ପ୍ରତିଶୃତି ଦେଇଛନ୍ତି । ସେହିପରି ଗରିବ ଝିଅଙ୍କ ବାହାଘର ପାଇଁ ପଚିଶ ହଜାର ଟଙ୍କାର ସହାୟତା, ସବୁ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଦୁର୍ଘଟଣା ବୀମା ଓ ୫ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ନିର୍ବାଚନ ଆସିଲେ କେନ୍ଦ୍ର ନେତାଙ୍କର କଳାହାଣ୍ଡି କଥା ମନେପଡ଼େ । କେବିକେ ଯୋଜନା କାହିଁକି ବନ୍ଦ ହେଲା ? ଏମଏସପି ଦୁଇଗୁଣା ପ୍ରତିଶ୍ରୁତି କାହିଁକି ପୂରଣ ହୋଇନି ଭଳି ପ୍ରଶ୍ନ ପଚାରି କେନ୍ଦ୍ର ଉପରେ ନିଶାନା ସାଧିଛନ୍ତି ।

{"id":101555,"width":595,"height":334}

ସେପଟେ ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ୧୫ ଓ ୧୬ରେ ଓଡ଼ିଶା ଆସିବା ସହ ସାଧାରଣ ସଭାରେ ଯୋଗ ଦେବେ । ୧୫ରେ କେଉଁଠି ସଭା ହେବ ତାହା ସ୍ଥିର ହୋଇ ନଥିବା ବେଳେ ୧୬ରେ ସମ୍ବଲପୁର ସାଧାରଣ ସଭାରେ ଉଦବୋଧନ ଦେବେ । ସେହିପରି ଆସନ୍ତାକାଲି ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପୁରୀ ବଡ଼ଦାଣ୍ଡରୁ ମାଉସୀ ମା' ମନ୍ଦିର ପର୍ଯ୍ୟନ୍ତ ରୋଡ ସୋ କରି ଦଳୀୟ କର୍ମୀଙ୍କ ପାଇଁ ଭୋଟ ମାଗିବେ ।

{"id":101556,"width":595,"height":342}

ସେପଟେ ନୂଆପଡା ଗସ୍ତ ସାରିବା ପରେ କଳାହାଣ୍ଡିରେ ରାତ୍ରି ରହଣୀ କରୁଛନ୍ତି ନବୀନ । ସକାଳେ ମାଣିକେଶ୍ବରୀଙ୍କ ଦର୍ଶନ କରି ହେଲିକପ୍ଟର ଯୋଗେ ଲାଞ୍ଜିଗଡ ଯାଇ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.