କାଲିଠୁଁ ପାକିସ୍ତାନକୁ ଚାଲିବ ସମଝୋତା ଏକ୍ସପ୍ରେସ, ଭାରତ-ପାକିସ୍ତାନ ଉତ୍ତେଜନା ପାଇଁ ଥିଲାବନ୍ଦ

Published By : Prameya-News7 Bureau | March 02, 2019 IST

ନୂଆଦିଲ୍ଲୀ ୨/୩-ଭାରତ-ପାକିସ୍ତାନ ଭିତରେ ଲାଗିଥିବା ଉତ୍ତେଜନା ପାଇଁ ସଂପର୍କ ଯୋଡ଼ିବାକୁ ଚାଲୁଥିବା ସମଝୋତା ଏକ୍ସପ୍ରେସକୁ କରାଯାଇଥିଲା ବନ୍ଦ । କିନ୍ତୁ ଏହା କାଲିଠାରୁ ପୂର୍ବଭଳି ଚାଲିବ ବୋଲି ଜଣାଯାଇଛି ।

ସପ୍ତାହକୁ ଦୁଇଥର ଚାଲୁଥିଲା ସମଝୋତା ଏକ୍ସପ୍ରେସ । କିନ୍ତୁ ଭାରତ ପାକିସ୍ତାନ ବିବାଦ ପାଇଁ ଏହି ଟ୍ରେନକୁ ବନ୍ଦ ରଖାଯାଇଥିଲା । ଜଣେ ବରିଷ୍ଠ କର୍ମଚାରୀଙ୍କ କହିବା ଅନୁସାରେ ରବିବାରଠାରୁ ପୁଣି ଚିରାଚରିତ ଭାବରେ ଚାଲିବ ବୋଲି ଜଣାଯାଇଛି । ଏହି ଟ୍ରେନ ଦିଲ୍ଲୀରୁ ଅଟାରିଦେଇ ଓ୍ଵାଘାଦେଇ ଲାହୋର ଯାଉଥିଲା ।

ଭାରତ-ପକିସ୍ତାନ ମଧ୍ୟରେ ପୁଲଓ୍ଵାମା ଘଟଣା ପରେ ବିଗିଡ଼ି ଯାଇଥିଲା । ତାପରେ ଭାରତ ସର୍ଜିକାଲ ଷ୍ଟ୍ରାଇକକରିବା କରିଥିଲା । ଏହି ଘଟଣାପରେ ସୀମାରେ ମଧ୍ୟ ଗୁଳିଗୋଳା ବର୍ଷଣ କମିନାହିଁ । 

କିନ୍ତୁ ପରିସ୍ଥିତି ସ୍ଵାଭାବିକ ନ ଥିବା ସତ୍ତ୍ଵେ ବି ସମଝୋତା ଏକ୍ସପ୍ରେସ କାଲିଠାରୁ ଦିଲ୍ଲୀରୁ ଲାହୋର ଅଭିମୁଖେ ବାହିରିବା ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.