ଆସନ୍ତାକାଲି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

Published By : Prameya-News7 Bureau | August 08, 2018 IST

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ NDAକୁ ସମର୍ଥନ କରିପାରେ ବିଜେଡି । ଆଜି ହରିବଂଶ ନାରାୟଣ ସିଂ ବିଜେଡି ସାସଂସଦଙ୍କ ସମର୍ଥନ ଲୋଡିଛନ୍ତି । ସଂସଦରେ ବିଜେଡି ଦଳୀୟ ଅଫିସରେ ସାଂସଦମନଙ୍କୁ ଭେଟି ଆଲୋଚନା କରିଛନ୍ତି । ଏଥିରୁ ଜଣାପଡୁଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ NDA ପ୍ରାର୍ଥୀ ହରିବଂଶ ନାରାୟଣଙ୍କୁ ସମର୍ଥନ କରିବେ । ହରିବଂଶଙ୍କୁ ସମର୍ଥନ କରିବାକୁ ଜେଡିୟୁ ମୁଖ୍ୟ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ହୋଇଥିଲେ । ସେପଟେ ବିରୋଧୀ ଦଳରୁ ପ୍ରାର୍ଥୀ ଭାବେ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ବି.କେ. ହରିପ୍ରସାଦ । NCP ସାଂସଦ ବନ୍ଦନା ଚୌହାନଙ୍କୁ ପ୍ରାର୍ଥୀ କରିବାକୁ ଶରଦ ପାୱାର ଅନିଛା ପ୍ରକାଶ କରିବାରୁ ହରିପ୍ରସାଦଙ୍କୁ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି । ଓଡ଼ିଶା କଂଗ୍ରେସର ପୂର୍ବତନ ପ୍ରଭାରୀ ବି.କେ ହରିପ୍ରସାଦ ରାହୁଲ ଗାନ୍ଧିଙ୍କ ଅତି ଘନିଷ୍ଠ । ୧୯୯୦ରୁ ହରିପ୍ରସାଦ ୫ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ୨୪୫ ବିଶିଷ୍ଟ ରାଜ୍ୟସଭା ଆସନରୁ ବର୍ତ୍ତମାନ ୨୪୪ ଜଣ ସାଂସଦ ଥିବା ବେଳେ ଗୋଟିଏ ସିଟ୍ ଖାଲି ପଡିଛି । ତେବେ ଉପସଭାପତି ପଦ ଜିତିବା ପାଇଁ ପ୍ରାର୍ଥୀ ୧୩୨ ଜଣ ସାଂସଦ ସମର୍ଥନ କରିବା ଆବଶ୍ୟକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.