Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କରୋନା ଯୋଗୁ ୧ ଟଙ୍କାରୁ ବି ଶସ୍ତା ହେଲା ଟମାଟୋ, ଖସିଛି ଅନ୍ୟ ପନିପରିବା ଦର

24/05/2020 at 2:23 PM

ନୂଆଦିଲ୍ଲୀ ୨୪।୫: ଦେଶର ପାଇକାରୀ ବଜାରରେ ଟମାଟୋ ସମେତ ଅନ୍ୟ ପନିପରିବା ଦର ଚଳିତମାସରେ ବେଶ୍ କମ୍‌ ରହିଛି। ଅନ୍ୟ ବର୍ଷମାନଙ୍କରେ ଯେତେବେଳେ ଟମାଟୋ କେଜି ପିଛା ଦର ୧୦୦ ଟଙ୍କା ପର୍ଯ୍ୟନ୍ତ ଚାଲିଯାଉଥିଲା ଚଳିତ ବର୍ଷ ସେହି ସମୟରେ ୧ ଟଙ୍କାରୁ ବି କମ୍‌ ମୂଲ୍ୟରେ ବିକ୍ରି ହେଉଛି । ଏସିଆର ସର୍ବବୃହତ୍ତ ମଣ୍ଡି ଦିଲ୍ଲୀର ଆଜାଦପୁରରେ ଟମାଟୋ ପାଇକାରୀ ଦର ଏବେ ୧ ଟଙ୍କାରୁ ବି କମ୍ ୦.୭୫ ପଇସାରେ ବିକ୍ରି ହେଉଛି। କେବଳ ଟମାଟର ନୁହେଁ ଅନ୍ୟ ସବୁଜ ପନିପରିବା ମଧ୍ୟ ସେହି ଅନୁସାରେ କମ୍‌ ରହିଛି।

ଲକଡାଉନ୍ ଯୋଗୁ ଲୋକେ ଘରୁ ପଦାକୁ ବାହାରୁନଥିବା ବେଳେ ଅନେକ ଛାଡି ପଳେଇ ଗଲେଣି। ଏଣୁ  ସହରାଞ୍ଚଳରେ ପନିପରିବାର ଚାହିଦା ନଥିବା ବେଳେ ଯୋଗାଣ ବଢିଥିବାରୁ ଏପରି ଅବସ୍ଥା ଉପୁଜିଥିବା ଓଖଲା ମଣ୍ଡିର ବ୍ୟବସାୟୀ ବିଜୟ ଆହୁଜା କହିଛନ୍ତି। ଜହ୍ନି ଓ ନାଉ ପାଇକାରୀ ଦର ପ୍ରତି କେଜି ୬ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅନ୍ୟ ପନିପରିବାର ଦର ମଧ୍ୟ ହ୍ରାସ ହୋଇଥିବା ଆହୁଜା କହିଛନ୍ତି। ଗତବର୍ଷ ଏତେବେଳକୁ କନ୍ଦାଉଥିବା ପିଆଜ ଦର ନ କହିବା ଏବେ ଭଲ। ପାଇକାରୀରେ ପ୍ରତି କେଜି ପିଆଜ ମୂଲ୍ୟ ଅଢେଇ ଟଙ୍କା ପର୍ଯ୍ୟନ୍ତ ହୋଇଯାଇଛି।

ବାସ୍ତବ କଥା ହେଲା କରୋନା ଲକଡାଉନ ଯୋଗୁ କାମଧନ୍ଦା ବନ୍ଦ ହୋଇଯାଇଛି। ଏଣୁ ଦେଶର ସହରାଞ୍ଚଳରୁ ଲୋକେ ପଳାୟନ କରିବା ଯୋଗୁ ଆବଶ୍ୟକତା ହ୍ରାସ ହୋଇଛି। ସେପଟେ ସ୍ଥାନୀୟ ଲୋକଙ୍କ ଚାହିଦା ହ୍ରାସ ବଜାରରେ ପନିପରିବା ଦର ମାସ ତମାମ ତଳ ଉପର ହୋଇଥିଲେ ବି କେଜି ପିଛା ମୂଲ୍ୟ ୧୦ ଟଙ୍କା ଉପରକୁ ଯାଉନଥିବା ବ୍ୟବସାୟୀ କହିଛନ୍ତି। ଆଜାଦପୁର ମଣ୍ଡି ସଭାପତି ରାଜେନ୍ଦର ଶର୍ମାଙ୍କ ଅନୁସାରେ ଲକଡାଉନ ଯୋଗୁ ସମସ୍ତ ବାଣିଜ୍ୟିକ ଗତିବିଧି ହ୍ରାସ ହୋଇଛି। ଜାତୀୟ ରାଜମାର୍ଗ ଢାବା ବନ୍ଦ ରହିଥିବା ବେଳେ ସହରାଞ୍ଚଳରେ ହୋଟେଲ, ରେଷ୍ଟୁରାଣ୍ଟ ଓ ଫାଷ୍ଟଫୁଡ ଦୋକାନ ସବୁ ମଧ୍ୟ ବନ୍ଦ। ଏଣୁ ବ୍ୟବସାୟୀ ମଣ୍ଡିକୁ ଆସୁନଥିବାରୁ ପରିବା ଚାହିଦା ହ୍ରାସ ହୋଇଥିବା କହିଛନ୍ତି।

   Related Posts