Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମହଙ୍ଗା ମାଡ଼, କ୍ରୋଧରେ ଟମାଟର ହେଲା ‘ଲାଲ’

12/09/2020 at 7:46 PM

ନୂଆଦିଲ୍ଲୀ ୧୨।୯: ରାଜଧାନୀ ଦିଲ୍ଲୀରେ ଶନିବାର ପ୍ରତି କେଜି ଟମାଟୋ ୮୦ରୁ ୮୫ ଟଙ୍କା ଦରରେ ବିକ୍ରି ହେଉଛି। ଉତ୍ପାଦନ ହ୍ରାସ ଯୋଗୁ ଟମାଟୋ ଦର ଏପରି ବୃଦ୍ଧି ହେଉଥିବା ବ୍ୟବସାୟୀ କହୁଛନ୍ତି। ଗତ ଜୁନ ମାସରୁ ବଜାରରେ ଟମାଟୋ ଦର ମଜଭୁତ ରହିଛି। ଏଥିରେ ଗତ କିଛି ସପ୍ତାହ ହେଲା ଦେଶର ବିଭିନ୍ନ ସ୍ଥାନରେ ଟମାଟୋ କିସମ ଅନୁସାରେ ପ୍ରତି କେଜି ୫୦ରୁ ୬୦ ଟଙ୍କା ଦରରେ ବିକ୍ରି ହେଉଥିଲା।

ନୂଆ ଫସଲ ଅମଳ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନି। ଏଣୁ ବଜାରକୁ ଚାହିଦା ଅନୁସାରେ ଟମାଟୋ ଆସି ପାରୁନଥିବାରୁ ଏପରି ମୂଲ୍ୟ ବୃଦ୍ଧି ହେଉଛି। ତେବେ ରାଜଧାନୀ ଦିଲ୍ଲୀରେ ଟମାଟୋ ପାଇକାରୀ ଦର ପ୍ରତି କେଜି ୬୦ ଟଙ୍କାରେ ବିକ୍ରି ହେଉଥିବା ଦିଲ୍ଲୀ ମହାନଗରନିମ ସୂତ୍ରରୁ ଜଣାପଡିଛି। ରାଜଧାନୀରେ ପନିପରିବା କାରବାର କରୁଥିବା ମଦର ଡାୟେରୀ ଓ ସଫଲ ଆଉଟ୍ ଲେଟ୍‌ ପ୍ରତି କେଜି ଦର ୭୮ ଟଙ୍କାରେ ବିକ୍ରି କରୁଛନ୍ତି।

ସେହିପରି ଇ-କମର୍ସ କମ୍ପାନୀ ଗ୍ରୋଫୋର୍ସ ପ୍ରତି କେଜି ଟମାଟୋ ୭୪ରୁ ୭୫ ଟଙ୍କାରେ ଗ୍ରାହକଙ୍କୁ ଯୋଗାଇ ଦେଉଥିବା ବେଳେ ବିଗ୍‌ ବାସ୍କେଟ୍ ପ୍ରତି କେଜି ୬୦ ଟଙ୍କା ଦରରେ ଗ୍ରାହକଙ୍କୁ ଯୋଗାଇ ଦେଉଛନ୍ତି। ତେବେ ଏସିଆର ସବୁଠାରୁ ବଡ ପାଇକାରୀ ମଣ୍ଡି ଆଜାଦପୁରରେ ପ୍ରତି କେଜି ଟମାଟୋ ୪୦ରୁ ୬୦ ଟଙ୍କା ଦରରେ ବିକ୍ରି ହେଉଛି।

ତେବେ ବିଶେଷଜ୍ଞଙ୍କ ଅନୁସାରେ ଲକଡାଉନ୍‌ କାଳରେ ଚାଷୀ ପ୍ରତି କେଜି ଟମାଟୋ ଟଙ୍କେ ୨ଟଙ୍କା ଦରରେ ବିକିବାକୁ ବାଧ୍ୟ ହୋଇଥିଲ। ଏବେ ପ୍ରତିକୂଳ ପାଣିପାଗ ନୂଆ ଫସଲ ଅମଳରେ ବାଧକହୋଇଛି। ଏଣୁ ବଜାର ଦର ସାମୟିକ ପ୍ରଭାବିତ ହେବା ସ୍ୱଭାବିକ କଥା ବୋଲି କହିଛନ୍ତି ଆଜାପୁର ମଣ୍ଡି ବ୍ୟବସାୟୀ ସଂଘ ଅଶୋକ କୌଶିକ କହିଛନ୍ତି। ଦେଶରେ ପ୍ରତିବର୍ଷ ୧.୯୭ କୋଟି ଟନ୍‌ ଟମାଟୋ ଉତ୍ପାଦିତ ହୋଇଥାଏ ସେହି ଅନୁସାରେ ୧.୫୧ କୋଟି ଟନ୍‌ ଖାଉଟି ଉଯୋଗ ହୁଏ।

   Related Posts