ପେଟ୍ରୋଲ, ଡିଜେଲ ପରେ ଏବେ ଟମାଟୋ ପାଳି : କିଲୋ ପ୍ରତି ୮୦ ଟଙ୍କା, ଆଗକୁ ଆହୁରି ବଢିପାରେ

Published By : Prameya-News7 Bureau | June 22, 2020 IST

ପାଟଣା ୨୨/୦୬ : ଦେଶରେ ପେଟ୍ରୋଲ ଡିଜେଲ ଦର ଲଗାତାର ୧୬ ଦିନ ହେଲା ବୃଦ୍ଧି ପାଉଛି | ବର୍ତ୍ତମାନ ଟମାଟୋ ଦର ମଧ୍ୟ ବୃଦ୍ଧି ପାଇଛି | ଯାହାଫଳରେ ସଦାହରଣ ଜନତାଙ୍କୁ ଏକ ବଡ ଝଟକା ଲାଗିଛି | ବିହାରରେ ଗତକାଲି ସୁଦ୍ଧା କିଲୋ ୨୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଆଜି କିଲୋ ପ୍ରତି ୮୦ ଟଙ୍କାରେ ବିକ୍ରି ହେଉଛି | କେବଳ ଟମାଟୋ ନୁହେଁ ଅନ୍ୟ ପନିପରିବା ଦର ମଧ୍ୟ ବୃଦ୍ଧି ପାଇଛି |

{"id":290114,"sizeSlug":"large"}

ପାରିବ ବ୍ୟବସାୟୀ କହିଛନ୍ତି ଯେ, ବର୍ଷା ଯୋଗୁଁ ଟମାଟୋ ଚାଷ ନଷ୍ଟ ହୋଇଯାଇଛି | ବଜାରକୁ ଯେଉଁ ଟମାଟୋ ଆସୁଛି ତାହା ବେଙ୍ଗାଲୁରୁରୁ ଆସୁଛି | ଫଳରେ ଟ୍ରାନ୍ସପୋଟେସନ ଖର୍ଚ୍ଚ ମଧ୍ୟ ଦେବାକୁ ପଡୁଛି | ସେଥିପାଇଁ ଟମାଟୋ କିଲୋ ପ୍ରତି ୮୦ ଟଙ୍କାରେ ବିକ୍ରି ହେଉଛି | ବ୍ୟବସାୟୀ କହିଛନ୍ତି ଯେ, ପୂର୍ବରୁ ଟମାଟୋ କ୍ୟାରେଟ ୬୦୦ ଟଙ୍କାରେ କିଣୁଥିଲେ | ଗୋଟିଏ କ୍ୟାରେଟରେ ୧୮ରୁ ୨୦ କିଲୋ ଟମାଟୋ ରହେ | କିନ୍ତୁ ସେହି କ୍ୟାରେଟ ବର୍ତ୍ତମାନ ୧୩୦୦ ଟଙ୍କାରେ କିଣିବାକୁ ପଡୁଛି | ଅର୍ଥାତ ଟମାଟୋର କ୍ରୟ ମୂଲ୍ୟ ବର୍ତ୍ତମାନ କିଲୋ ପ୍ରତି ୬୮ ରୁ ୭୦ ଟଙ୍କା ପଡୁଛି | ଆଗକୁ ଟମାଟୋ ଦର ଆହୁରି ବଢିବା ବୋଲି ବ୍ୟବସାୟୀ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.