ରାସ୍ତାରେ ଓଲଟିଲା ଟମାଟୋ ବୋଝେଇ ଟ୍ରକ୍, ଲୋକେ ବୋହିନେଲେ ଘରକୁ

Published By : Prameya-News7 Bureau | May 30, 2020 IST

ଆଠଗଡ ୩୦।୫: ରାସ୍ତା ଉପରେ ଓଲଟିଲା ଟମାଟୋ ବୋଝେଇ ଗାଡି । ପୁରୁଣା କଟକ-ସମ୍ବଲପୁର ରାସ୍ତାର ଆଠଗଡ ଥାନା କରିକୋଲ ଛକ ନିକଟରେ ଘଟିଛି ଦୁର୍ଘଟଣା ।

{"id":278226,"sizeSlug":"large"}

ସୂଚନାଯୋଗ୍ୟ ଯେ, ପୁରୁଣା କଟକ-ସମ୍ବଲପୁର ରାସ୍ତାର ଆଠଗଡ ଥାନା କରିକୋଲ ଛକ ନିକଟରେ ଭାରସାମ୍ୟ ହରାଇ ଟମାଟୋ ବୋଝେଇ ଟ୍ରକଟି ରାସ୍ତା ଉପରେ ଓଲଟି ପଡିଥିଲା । ଖବର ପାଇ ଆଖପାଖର ଲୋକ ଦୁର୍ଘଟଣାସ୍ଥଳରେ ରୁଣ୍ଡ ହୋଇ ଯାଇଥିଲେ । ଓଲଟି ପଡିଥିବା ଟ୍ରକ୍‌ରୁ ଆସି ଟମାଟୋ ସବୁକୁ ଗୋଟାଇ ନେଇଥିଲେ । ପିଲାଠୁ ବୁଢା ସମସ୍ତେ କିଏ ବ୍ୟାଗ୍‌ରେ ତ କିଏ ବସ୍ତାରେ ଟମାଟୋ ସବୁକୁ ଭର୍ତ୍ତି କରି ନେଇଯାଇଥିବା ଦେଖିବାରୁ ମିଳିଥିଲା ।

{"id":278227,"sizeSlug":"large"}

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରକ୍‌ଟିକୁ ଉଦ୍ଧାର କରିଥିଲା । ଟ୍ରକ୍‌ଟି ଓଲଟିପଡିବା ଯୋଗୁଁ ଟମାଟୋ ନଷ୍ଟ ହୋଇଥିଲା ଏହାସହ ଲୋକେ ଘରକୁ ଟମାଟୋ ବୋହି ନେଇଯିବା ନିହାତି ନିନ୍ଦନୀୟ ଘଟଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.