Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଡିସଚାର୍ଜ
  • ||
  • ବିଧାୟିକାଙ୍କ ଘର ଆଗରେ ବୋମାମାଡ଼, ଦୁଇ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତକୁ ମିଳିଲା ଆଉ ଏକ ପଦକ, ୫୭ କେଜି କୁସ୍ତିରେ ରବି ଦାହିୟା ଜିତିଲେ ରୌପ୍ୟ ପଦକ
  • ||
  • ଜଗତସିଂହପୁର : ଶୁକ୍ରବାର ଖୋଲିବ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିର, ଖୋଲିବ ଗୋରେଖନାଥଙ୍କ ପୀଠ
  • ||
  • କଟକ : ସ୍କୁଟି ମିଳିଥିଲା ମଧୁସୂଦନ ସେତୁରୁ, ମୃତଦେହ ମିଳିଲା ଯୋବ୍ରା ଆନିକଟରୁ : ମଙ୍ଗଳବାରଠୁ ଥିଲେ ନିଖୋଜ
  • ||
  • ବଡବିଲ : ରାସ୍ତା କଡକୁ ଓଲଟି ହୁତୁହୁତୁ ହୋଇ ଜଳିଗଲା ହାଇୱା
  • ||
  • ଭୁବନେଶ୍ବର : ରାଜ୍ୟ ମାନବାଧିକାର ଆୟୋଗରେ ଅଗ୍ନିକାଣ୍ଡ, ଏସି ସଟ୍ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା
  • ||
  • ରାଉରକେଲା : ବଡଧରଣର ଜିଏସ୍‌ଟି ଠକେଇ, ବନ୍ଧାହେଲା ୮୦ କୋଟି ଟଙ୍କା ଠକିନେଇଥିବା ଠକ
  • ||
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • କଟକ : ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||

ଲକ୍‌ଡାଉନ୍‌ରେ ଟମାଟୋ ଦର ଆକାଶଛୁଆଁ : ଲୁଟିନେଲେ ୩ ଲକ୍ଷ ଟଙ୍କାର ଟମାଟୋ, ନାବାଳକ ସମେତ ୨ ଗିରଫ

27/07/2020 at 3:18 PM

ସୁରଜପୁର ୨୭/୦୭ : କରୋନା ମହାମାରୀ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ ମଧ୍ୟରେ ଚୋରି ଓ ଲୁଟର ଅନେକ ମାମଲା ସାମ୍ନାକୁ ଆସିଛି | ଦେଶର ବିଭିନ୍ନ ସ୍ଥାନରେ ଲୁଟପାଟ ହୋଇଛି | କିନ୍ତୁ ଛତିଶଗଡ଼ ସୁରଜପୁର ଜିଲ୍ଲାରେ ଯେଉଁ ଲୁଟ ହୋଇଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଏଠାରେ ଲୁଟେରାମାନେ ଏକ ଟମାଟୋ ଭର୍ତ୍ତି ଗାଡି ଲୁଟି ନେଇଛନ୍ତି | ଲକଡାଉନ ଯୋଗୁଁ ବର୍ତ୍ତମାନ ପନିପରିବା ଦର ଆକାଶଛୁଆଁ | ପନିପରିବା ମଧ୍ୟରେ ସବୁଠାରୁ ମହଙ୍ଗା ହୋଇଛି ଟମାଟୋ | ଏହିଭଳି ସ୍ଥିତିରେ ପୁରା ଟମାଟୋ ଗାଡି ନୁଟିନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି |

ଶନିବାର ବିଳମ୍ବିତ ରାତିରେ ବିଳାସପୁରରୁ ଅମ୍ବିକାପୁର ଯାଉଥିବା ଏକ ପିକଅପ୍ ଭ୍ୟାନରେ ୩ ଲକ୍ଷ ଟଙ୍କାର ଟମାଟୋ ଲୋଡ଼ ହୋଇଥିଲା | କେତକୀ ଖାଦାନ ନିକଟରେ ଦୁଇ ଯୁବକ ଏହାହିଁ ଟମାଟୋ ଭର୍ତ୍ତି ପିକଅପ୍ ଭ୍ୟାନକୁ ଲୁଟି ଫେରାର ହୋଇଗଲେ | ମାମଲାକୁ ନେଇ ଥାନାରେ ଅଭିଯୋଗ କରାଗଲା | ପୋଲିସ ଖୋଜାଖୋଜି କରି ୨ ଜଣଙ୍କୁ ଗିରଫ କରିଛି | ଦୁଇଜଣଙ୍କ ମଧ୍ୟରୁ ଜଣେ ନାବାଳକ ବୋଲି ଜଣାପଡିଛି | 

ପିକଅପ୍ ଡ୍ରାଇଭର କହିଛନ୍ତି ଯେ କେତକୀ ନିକଟରେ ଦୁଇ ଯୁବକ ପରସ୍ପର ସହ ମାଡଗୋଳ କରୁଥିବା ଦେଖି ସେ ଅଟକି ଯାଇଥିଲେ | ଅଟକିବା ପରେ ଦୁଇ ଯୁବକ ଡ୍ରାଇଭରକୁ ମାରପିଟ୍ କରିଥିଲେ ଓ ପିକଅପ୍ ଧରି ସେଠାରୁ ଫେରାର ହୋଇଯାଇଥିଲେ | ଡ୍ରାଇଭର ତତ୍କାଳ ଥାନାରେ ଯାଇ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ | ପୋଲିସ ତତ୍କାଳ ଘେରାବନ୍ଦୀ କରି ପାଟ୍ରୋଲିଂ ଆରମ୍ଭ କରିଥିଲା ଏବଂ ଦୁଇ ଲୁଟେରାଙ୍କୁ ଗିରଫ କରିଥହୀଲା | ଦୂଇଜଣଙ୍କ ମଧ୍ୟରୁ ଜଣେ ନାବାଳକ ବୋଲି ଏଡିସନାଲ୍ ଏସପି କହିଛନ୍ତି | ଏହାସହ ପୋଲିସ ଟମାଟୋ ଭର୍ତ୍ତି ପିକଅପ ମଧ୍ୟ ଜବତ କରିଛି | ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି | ତେବେ ଲକଡାଉନ ଯୋଗୁଁ ଟମାଟୋ ଦର ଅଧିକ ଥିବାରୁ ଟମାଟୋ ଗାଡି ଲୁଟ କରାଯାଇଥିବା ସନ୍ଦେହ କରାଯାଇଛି | ଲକଡାଉନ ସମୟରେ ସତର୍କ ରହିବାକୁ ମଧ୍ୟ ପୋଲିସ ଲୋକଙ୍କୁ ପରାମର୍ଶ ଦେଇଛି |

   Related Posts