ସାଲାଡରେ ଟମାଟୋ ଓ କାକୁଡି ମିଶାଇ ଖାଉଛନ୍ତି କି! ହୁଅନ୍ତୁ ସାବଧାନ

Published By : Prameya-News7 Bureau | October 28, 2019 IST

ତଟକା ଫଳ ବା ପରିବାର ସାଲାଡ ଖାଇବାକୁ କିଏ ବା ଭଲ ନପାଏ। ସ୍ବାସ୍ଥ୍ୟ ପାଇଁ ସବୁଠୁ ହିତକର ଖାଦ୍ୟ ହେଉଛି ସାଲାଡ। ତେଲ ମସଲାଠୁ ଦୂରରେ ରହୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ଆଇଟମ୍‌।

{"id":175722}

ଘରେ ହେଉ ବା ବାହାରେ ସବୁଠି ଖାଦ୍ୟ କାଇବା ସହ ଲୋକେ ସାଲାଡ ଖାଇବା ପସନ୍ଦ କରନ୍ତି। ବିବାହ ଭୋଜିରେ ମଧ୍ୟ ଖାଇବା ସ୍ଥାନରେ ପ୍ରଥମେ ସାଲାଡ ରହିଥାଏ।

{"id":175723}

ଲୋକେ ସାଲାଡରେ କାକୁଡି,ପିଆଜ, ଟମାଟୋ, ମିଶାଇ ଖାଆନ୍ତି। ହେଲେ ସାଲାଡ ଖାଇବାକୁ ଭଲ ପାଉଥିବା ଅଧିକାଂଶ ଲୋକେ ଜାଣିନଥାନ୍ତି ଯେ, କାକୁଡି ଓ ଟମାଟୋ ଏକ ସହ ଖାଇବା ଅନୁଚିତ୍‌। ଟମାଟୋ ଓ କାକୁଡି ମଧ୍ୟରୁ ଗୋଟେ ପରିବା ଖାଇଲେ ଶୀଘ୍ର ହଜମ ହୁଏ ତ ଆଉ ଏକ ବିଳମ୍ବରେ ହଜମ ହୁଏ।

{"id":175724}

ବିପରୀତ ରୂପରେ ହଜମ ହେଉଥିବା ପରିବା ଏକା ସହ ଖାଇଲେ ଅନେକ ସମସ୍ୟା ହୋଇଥାଏ। ଏହା ଦ୍ବାରା ଶରୀରରେ ପେଟ ସମସ୍ୟା ହୋଇଥାଏ। ଏକା ସହ ଟମାଟୋ ଓ କାକୁଡି ଖାଇଲେ ଝାଡା ବାନ୍ତିର ସମସ୍ୟା ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.