କରୋନା କବଳରୁ ମୁକ୍ତ ହୋଇ ଆମେରିକା ଫେରିଲେ ହଲିଉଡ ଅଭିନେତା ଏବଂ ତାଙ୍କ ପତ୍ନୀ : ଫଟୋ ଭାଇରାଲ୍

Published By : Prameya-News7 Bureau | March 30, 2020 IST

ଲସ୍ ଏଞ୍ଜେଲସ୍ ୩୦/୩: ହଲିଉଡ ଷ୍ଟାର୍ ଟମ୍ ହ୍ୟାଙ୍କସ୍ ଏବଂ ତାଙ୍କ ପତ୍ନୀ ରିଟା ଓ୍ବିଲସନ୍ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଅଷ୍ଟେଲିଆରେ ଦୁଇ ସପ୍ତାହରୁ ଅଧିକ ଦିନ କ୍ବାରେଣ୍ଟାଇନରେ ବିତାଇବା ପରେ ଆମେରିକା ଫେରି ଆସିଛନ୍ତି। ଏହି ଦମ୍ପତ୍ତି ମାର୍ଚ୍ଚ ୧୧ତାରିଖରେ କରୋନା ଭାଇରସରେ ସଂକ୍ରମିତ ହେବାର ସୂଚନା ସାର୍ବଜନିକ ଭାବେ ଦେଇଥିଲେ। ସଂକ୍ରମଣ ମୁକ୍ତ ହେବା ପରେ ଉଭୟେ ବ୍ୟକ୍ତିଗତ ଜେଟରେ ଘରକୁ ଫେରିଥିଲେ। ଫେରିବା ସମୟରେ ଉଭୟଙ୍କ ଏକ ଫଟୋ ସାମନାକୁ ଆସିଛି।

{"id":246201,"sizeSlug":"large"}

ଏହି ଫଟୋରେ ଦୁହେଁ ହସୁଥିବାର ନଜର ଆସିଛନ୍ତି। ଏମାନେ ସେଲ୍ଫ ଆଇସୋଲେସନ ସମୟରେ ନିଜ ପ୍ରଶଂସକଙ୍କୁ ଅପଡେଟ୍ ଦେଉଥିଲେ।

{"id":246202,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.