ଟୋଲ ଫି ଆଦାୟ ଆଳରେ ଯାତ୍ରୀଙ୍କୁ ଖୁଲମ୍ ଖୁଲା ଲୁଟୁଛନ୍ତି ଶେରଗଡ ଟୋଲଗେଟ୍ କର୍ତ୍ତୃପକ୍ଷ

Published By : Prameya-News7 Bureau | November 07, 2019 IST

ବାଲେଶ୍ବର ୦୭।୧୧ - ବାଲେଶ୍ବର ଜିଲ୍ଲାରେ ଟୋଲ ଫି ଆଦାୟ ଆଳରେ ଯାତ୍ରୀଙ୍କୁ ଲୁଟୁଛନ୍ତି ଟୋଲଗେଟ୍‌ କର୍ତ୍ତୃପକ୍ଷ । ନିର୍ଦ୍ଧାରିତ ଫି ଠାରୁ ଢ଼େର୍‌ ଅଧିକ ଟଙ୍କା ଆଦାୟ କରୁଛି ଜିଲ୍ଲାରେ ଥିବା ଶେରଗଡ଼ ​‌ଟୋଲ୍‌ଗେଟ୍‌ । ଯାହାର ପ୍ରମାଣ ଲାଗିଛି ନ୍ୟୁଜ୍‌ ସେଭେନ୍‌ ହାତରେ ।  ପୂର୍ବରୁ ଆମେ, କେମିତି ସେବା ନଦେଇ କେବଳ ନେବା ନୀତିରେ ଚାଲିଛନ୍ତି NHAI କର୍ତ୍ତୃପକ୍ଷ । ଟୋଲ ଫି ବାବଦରେ  ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରୁଥିବା ବେଳେ ନିୟମ ମୁତାବକ ଆବଶ୍ୟକୀୟ ସେବା ଯୋଗାଉନାହାନ୍ତି । ହେଲେ ଏବେ ଆହୁରି ସାଂଘାତିକ କାରସାଦି ଧରାପଡ଼ିଛି । ଗାଡ଼ି ଡ୍ରାଇଭରଙ୍କ ଠାରୁ କେମିତି ଟୋଲଗେଟ୍‌ ଗୁଡ଼ିକ ମନଇଚ୍ଛା ଟୋଲ ଫି ଆଦାୟ କରୁଛନ୍ତି ତା’ର ଜ୍ବଳନ୍ତ ପ୍ରମାଣ

{"id":180566}

ବାଲେଶ୍ବର ଜିଲ୍ଲା ଭିତର ଦେଇ ଯାଇଥିବା ଜାତୀୟ ରାଜପଥରେ ଥିବା ଶେରଗଡ଼ ଟୋଲଗେଟ୍‌ । ଏଠି ନିର୍ଦ୍ଧାରିତ ଟୋଲ ଫି ଠାରୁ ଢ଼େର ଅଧିକ ଟଙ୍କା ଆଦାୟ କରୁଛନ୍ତି ଟୋଲଗେଟ୍‌ କର୍ତ୍ତୃପକ୍ଷ । ଏଭଳି କିଛି ଅଭିଯୋଗ ପାଇବା ପରେ ଏହାର ସତ୍ୟତା ପରଖିବାକୁ ଚେଷ୍ଟା କରିଥିଲା ନ୍ୟୁଜ୍‌ 7 ଟିମ୍‌ । ପର୍ସନାଲ କାର୍‌ରେ ଯାଇଥିଲେ ଆମ ରିପୋର୍ଟର । ତାଙ୍କ ଠାରୁ ୧୨୦ଟଙ୍କା ଟୋଲ୍‌ ଫି ନେଇଥିଲେ ଗେଟ୍‌ କିପର । ଏଥି ପାଇଁ ବିଲ୍‌ ବି ଦେଇଥିଲେ  । ହେଲେ ବିଲ୍‌ ଉପରେ ଶେରଗଡ଼ ଟୋଲ ପ୍ଲାଜାର ନାଁ ଲେଖା ନଥିଲା ।

{"id":180567}

ପ୍ରତିଦିନ ହଜାର ହଜାର ଗାଡ଼ି ଏହି ଟୋଲଗେଟ୍‌ ଦେଇ ଯିବାଆସିବା କରୁଛି । ହେଲେ ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି କେମିତି ନିର୍ଦ୍ଧାରିତ ଫି ଠାରୁ ଢ଼େର୍‌ ଅଧିକ ଟଙ୍କା ମାନେ ପୂରା ମନଇଚ୍ଛା ଟଙ୍କା ଲୁଟୁଛନ୍ତି ଟୋଲ୍‌ ଗେଟ୍‌ କର୍ତ୍ତୃପକ୍ଷ । NHAIର ଲେଟର ଯେଉଁଥିରେ କେଉଁ ଗାଡ଼ି ଠାରୁ କେତେ ଟୋଲ୍‌ ଫି ଆଦାୟ ହେବ ସ୍ପଷ୍ଟ ନିର୍ଦେଶ ରହିଛି । ତଥାପି ଏହାକୁ ବେଖାତିର ମନଇଚ୍ଛା କାରବାର କରୁଛନ୍ତି ଟୋଲ୍‌ଗେଟ୍‌ କର୍ତ୍ତୃପକ୍ଷ । କାର ପାଇଁ ୯୦ଟଙ୍କା ଯାଗାରେ ୧୨୦ ଟଙ୍କା ନେଉଛନ୍ତି । ଟ୍ରକ୍‌ ପାଇଁ ୨୨୦ ଟଙ୍କା ଯାଗାରେ ୪୨୦, ପୁଣି କାହା କାହାଠୁ ୫୧୫ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଛନ୍ତି ।

{"id":180568}

୨୨୦ ଯାଗାରେ ୪୨୦ ଆଦାୟ କରି ପୂରା ଚାର୍‌ ଶୋ ବିଶ୍‌ ଚଳାଇଛନ୍ତି ଶେରଗଡ଼ ଟୋଲ ଗେଟ୍‌ କର୍ତ୍ତୃପକ୍ଷ । ହେଲେ ଏଥି ପ୍ରତି ନା’ ସ୍ଥାନୀୟ ପ୍ରଶାସନର ନଜର ଅଛି ନା NHAI କର୍ତ୍ତୃପକ୍ଷଙ୍କର । ଲୁଟର ଶିକାର ହେଉଛନ୍ତି କେବଳ ସାଧାରଣ ଯାତ୍ରୀ । ବାହାର ରାଜ୍ୟରୁ ଆସୁଥିବା ଟ୍ରକ୍‌ ଡ୍ରାଇଭର ଏହାର ପ୍ରତିବାଦ କରିବାକୁ ସାହସ କରିପାରୁନାହାନ୍ତି । ଲୋକାଲ୍‌ ଡ୍ରାଇଭର ପ୍ରତିବାଦ କଲେ ସେମାନଙ୍କୁ ଘେରିଯାଉଛନ୍ତି ଲୋଟ୍‌ ଗେଟ୍‌ କର୍ତ୍ତୃପକ୍ଷଙ୍କ ଗୁଣ୍ଡା ବାହିନୀ । ନା ନା ଧମକ ଚମକ୍‌ ଦେଉଛନ୍ତି । ଶେରଗଡ଼ ଟୋଲ୍‌ ଗେଟ୍‌ ଲୋକଙ୍କୁ ଲୁଟୁଥିବା ଘଟଣାକୁ ସ୍ବୀକାର କରିଛନ୍ତି ଖୋଦ୍‌ ବାଲେଶ୍ବର ବିଧାୟକ ।

{"id":180571}

NHAI ନାଁରେ ଲୋକଙ୍କୁ ଲୁଟୁଛନ୍ତି ଟୋଲଗେଟ୍‌ କର୍ତ୍ତୃପକ୍ଷ । ତାହା ପୁଣି ଖୁଲମ୍‌ ଖୁଲା । ଯାହାର ଜ୍ବଳନ୍ତ ଉଦାହରଣ ହେଲା ଶେରଗଡ଼ ଟୋଲ୍‌ ଗେଟ୍‌ । ଏହାକୁ ଦେଖିଲେ ଅନ୍ୟ ଟୋଲଗେଟ୍‌ ଗୁଡ଼ିକରେ ଯେ ଏଭଳି ଲୁଟ୍‌ ନହେଉଥିବ ତାହାକୁ ଅସ୍ବୀକାର କରିହେବନି ।

{"id":180572}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.