ରଥଯାତ୍ରା ସମୟରେ ଟୋଲ୍ ଗେଟ୍‌ରେ ଦେବାକୁ ପଡିବ ନାହିଁ ଟୋଲ୍ ଫି

Published By : Prameya-News7 Bureau | June 28, 2019 IST

ପୁରୀ ୨୮|୬: ରଥଯାତ୍ରା ସମୟରେ ତିନି ଦିନ ପାଇଁ ଟୋଲ୍ ଗେଟ୍ ଫ୍ରି ହେବ । ଗୁଣ୍ଡିଚା, ବାହୁଡା, ସୁନାବେଶ ଦିନରେ ଟୋଲ୍ ଗେଟ୍ ଫି ଛାଡ ହେବ । ପୁରୀକୁ ଯାତାୟତ କରୁଥିବା କୌଣସି ଗାଡିକୁ ପିପିଲି ଟୋଲ୍ ଗେଟ୍ ରେ ଟିକସ ଦେବାକୁ ପଡିବ ନାହିଁ । ବିନା କୌଣସି ଟୋଲ୍ ଫି ରେ ରଥଯାତ୍ରା ସମୟରେ ପୁରୀକୁ ଯାଇପାରିବେ ସମସ୍ତେ ।

ସେହିଭଳି ସୁରକ୍ଷା ଦୃଷ୍ଟିରୁ ଜାତୀୟ ରାଜପଥରେ ୫ଟି ଆମ୍ବୁଲାନ୍ସ ରହିବ । ଜୁଲାଇ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ରହିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ଆଜି ରଥଯାତ୍ରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ରଥଯାତ୍ରା ନେଇ ସମସ୍ତ ବିଭାଗ ସହିତ ଆଲେ।ଚନା କରିଥିଲେ ମୁଖ୍ୟମନ୍ତ୍ରୀ । ରଥଯାତ୍ରା କିଭଳି ଶାନ୍ତିଶୃଂଖଳାରେ ସରିବ ସେନେଇ ଆଲେ।ଚନା ହେ।ଇଛି । ସମସ୍ତଙ୍କ ସହଯେ।ଗରେ ବିଶ୍ବପ୍ରସିଦ୍ଧ ଘେ।ଷଯାତ୍ରା ସଫଳ ହେବ ବେ।ଲି କହିଛନ୍ତି ନବୀନ । ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ସହ ସ୍ବାସ୍ଥ୍ୟ, ଗାମନାଗମନ, ଟ୍ରାଫିକ୍ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥାକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.