ମାସ୍କ ପିନ୍ଧିବାକୁ କହିବାରୁ ମହିଳା କର୍ମଚାରୀଙ୍କୁ ଅଫିସ ଭିତରେ ଚୁଟି ଘୋଷାଡ଼ି ରଡ୍‌ରେ ବାଡେଇଲେ ଅଧିକାରୀ, ମାମଲା ରୁଜ୍ଜୁ

Published By : Prameya-News7 Bureau | June 30, 2020 IST

ଅମରବତୀ ୩୦/୦୬ : ଆନ୍ଧ୍ର ପ୍ରଦେଶ ନେଲ୍ଲୋରର ଏକ ସରକାରୀ କାର୍ଯ୍ୟାଳୟରେ ଜଣେ ମହିଳା କର୍ମଚାରୀ ଅଫିସରଙ୍କୁ ମାସ୍କ ପିନ୍ଧିବାକୁ କହିଥିଲେ | ଅଫିସରଙ୍କୁ ଏହା ନିଜର ଅପମାନ ଭଳି ଲାଗିଥିଲା | ଅଫିସର ଜଣକ ଉତ୍ୟକ୍ତ ହୋଇ ଅଫିସରେ ହିଁ ମହିଳା କର୍ମଚାରୀଙ୍କୁ ଲୁହା ରଡ଼ରେ ମାଡ ମାରିଥିଲେ | ଚୁଟି ଘୋଷାଡ଼ି ଖୁବ ମାଡ ମାରିଥିଲେ | ଅଫିସରେ ଉପସ୍ଥିତ ଥିବା ଆଉ କିଛି କର୍ମଚାରୀ ମହିଳାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ରକ୍ଷା କରି ପାରିନଥିଲେ | ଘଟଣା ଶନିବାର ଦିନ ଘଟିଥିଲା | ମଙ୍ଗଳବାର ଦିନ ଘଟଣାର ଭିଡିଓ ସାମ୍ନାକୁ ଆସିଥିଲା ଏବଂ ମହିଳା ଥାନାରେ ମାମଲା ରୁଜ୍ଜୁ କରିଛନ୍ତି | ମାମଲା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି | ପୋଲିସ ତାକୁ ଖୋଜୁଛି |

{"id":293850,"sizeSlug":"large"}

ସମାଚାର ଏଜେନ୍ସି ଅନୁଯାୟୀ, ଘଟଣା ନେଲ୍ଲୋରର ପର୍ଯ୍ୟଟନ ବିଭାଗରେ ଶନିବାର ଦିନ ଘଟିଥିଲା | ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି | ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଦୌଡ଼ି ଆସି ମହିଳା କର୍ମଚାରୀ ଘୋଷାଡ଼ି ଆଣି ମାଡ ମାରିଚି | କାର୍ଯ୍ୟାଳୟରେ ଅନ୍ୟ କର୍ମଚାରୀ ମଧ୍ୟ କାମ କରୁଥିବା ଦେଖିବାକୁ ମିଳିଛି | ମହିଳାଙ୍କ ଚୁଟି ଘୋଷାଡ଼ି ତାଙ୍କୁ ତଳେ ପକାଇ ପାଖରେ ଥିବା ଏକ ରଡ଼ରେ ମଧ୍ୟ ତାଙ୍କୁ ମାଡ ମାରିଚି |

wp:core-embed/twitter {"url":"https://twitter.com/i/status/1277856738255925249","type":"rich","providerNameSlug":"twitter","className":""}
https://twitter.com/i/status/1277856738255925249
/wp:core-embed/twitter

ଅଫିସରେ ଉପସ୍ଥିତ ଆଉ କିଛି କର୍ମଚାରୀ ଦଉସି ଆସି ମହିଳାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି | ମାରପିଟ କରିବା ପରେ ଅଭିଯୁକ୍ତ ସେଠାରେ ବାହାରକୁ ଚାଲିଯାଇଥାଏ | ଅଭିଯୁକ୍ତର ନାଁ ଭାସ୍କର ବୋଲି କୁହାଯାଉଛି | ସେ ପର୍ଯ୍ୟଟନ ବିଭାଗର ଡେପୁଟି ମ୍ୟାନେଜର ଅଛନ୍ତି | ମହିଳା ମଙ୍ଗଳବାର ଦିନ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି | ପୋଲିସ ଅଭିଯୁକ୍ତ ଭାସ୍କରକୁ ଖୋଜୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.