Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଟୋକିଓ ପାରାଲିମ୍ପିକ୍ସ: ଭାରତ ପାଇଁ ମେଡାଲ ଜିଣିଲେ ଅବନୀ, ପ୍ରବୀଣ ଏବଂ ହରବିନ୍ଦର

3/09/2021 at 10:34 PM

ଟୋକିଓ ୩/୦୯: ଜାପାନର ରାଜଧାନୀ ଟୋକିଓରେ ଜାରି ପାରାଲିମ୍ପିକ୍‌ର ଦଶମ ଦିନରେ ଭାରତକୁ ୩ ପଦକ ମିଳିଛି। ପ୍ରବୀଣ କୁମାର ହାଇ ଜମ୍ପରେ ରୌପ୍ୟ ତ ଅବନୀ ଲେଖରା ସୁଟିଂରେ ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି । ସେହିଭଳି ତୀରନ୍ଦାଜୀରେ ହରବିନ୍ଦର ସିଂହ ବ୍ରୋଞ୍ଜ ପଦକ ଜିଣି ଇତିହାସ ରଚିଛନ୍ତି। ଏହା ସହ ଏବେ ସୁଦ୍ଧା ଭାରତକୁ ୧୩ଟି ପଦକ ମିଳିସାରିଛି।

ପ୍ରବୀଣଙ୍କୁ ରୌପ୍ୟ

ହାଇ ଜମ୍ପରେ ରୌପ୍ୟ ପଦକ ଜିତିଲେ ପ୍ରବୀଣ କୁମାର। ଏହି କ୍ରମରେ ପାରା ଅଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୧କୁ ବୃଦ୍ଧି ହୋଇଛି। ନୋଏଡାର ୧୮ ବର୍ଷୀୟ ପ୍ରବୀଣ କୁମାର ପୁରୁଷ ହାଇ ଜମ୍ପ ଟି୪୪ ବର୍ଗରେ ୨.୦୭ ମିଟର ଜମ୍ପ୍ କରି ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ଗ୍ରେଟ୍ ବ୍ରିଟେନ୍‌ର ବ୍ରୁମ୍-ଏଡୱାର୍ଡସ୍ ଜୋନାଥନ୍‌ଙ୍କ ଠାରୁ ସେ ପରାସ୍ତ ହୋଇଛନ୍ତି। ବ୍ରୁମ୍-ଏଡୱାର୍ଡସ୍ ଜୋନାଥନ୍ ୨.୧୦ ଜମ୍ପ୍ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଏତଦ୍ ବ୍ୟତୀତ ପୋଲାଣ୍ଡର ଲେପୋୟାଟୋ ମାସିଏଜୋ ୨.୦୪ ମିଟର ଜମ୍ପ୍ କରି ବ୍ରୋଞ୍ଜ ମେଡାଲ ଜିତିଛନ୍ତି।

ପୁଣି କମାଲ କଲେ ଅବନୀ

ପୁଣି ସୁଟିଂରେ କମାଲ କଲେ ଅବନୀ ଲେଖାରା। ଗୋଲ୍ଡ ପଦକ ପରେ ୫୦ ମିଟର ଏଆର୍ ରାଇଫଲ ସୁଟିଂରେ ଜିତିଲେ ବ୍ରୋଞ୍ଜ ପଦକ ।  ଚଳିତ ପାରାଲିମ୍ପିକ୍ସରେ ଗୋଲ୍ଡ ପଦକ ଜିତିଥିବା ଅବନୀ ଲେଖରା ସୁଟିଂରେ ପୁଣି ଆଉ ଏକ ପଦକ ହାତେଇଛନ୍ତି । ମହିଳା ୫୦ ମିଟର ରାଇଫଲ ୩ ପଦବୀ SH1 ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ୪୪୫.୯ ସ୍କୋର ସହିତ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହା ପୂର୍ବରୁ ୧୯ ବର୍ଷିୟା ଅବନୀ ୨୪୯.୬ ସ୍କୋର କରି ପ୍ରଥମ ସ୍ଥାନରେ ରହିବା ସହିତ ଭାରତୀୟ ପାରାଲିମ୍ପିକ୍ସ ଇତିହାସରେ ପ୍ରଥମ ଖେଳାଳି ଭାବେ ସ୍ବର୍ଣ୍ଣ ପଦକ ଜିଣିଥିଲେ।

ଇତିହାସ ରଚିଲେ ହରବିନ୍ଦର

ଟୋକିଓ ପାରାଅଲିମ୍ପିକ୍ସରେ ଇତିହାସ ରଚିଲେ ହରବିନ୍ଦର ସିଂହ । ତୀରନ୍ଦାଜୀ ଏକକ ରିକର୍ଭ ଇଭେଣ୍ଟରେ ହରବିନ୍ଦର ବ୍ରୋଞ୍ଜ ମେଡାଲ ଜିତି ରଚିଛନ୍ତି ଇତିହାସ । ଏଥିସହିତ ଚଳିତ ପାରାଲିମ୍ପିକ୍ସରେ ଭାରତର ମୋଟ ପଦକ ସଂଖ୍ୟା ୧୩ରେ ପହଁଞ୍ଚିଛି । ଏକକ ରିକର୍ଭ ଇଭେଣ୍ଟର ସେମିଫାଇନାଲ ମ୍ୟାଚରେ ପରାସ୍ତ ହୋଇଥିଲେ ହରବିନ୍ଦର ସିଂହ । ତେବେ ବ୍ରୋଞ୍ଜ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରି ଦମଦାର ପ୍ରଦର୍ଶନ କରିଥିଲେ ହରବିନ୍ଦର। ୧୯୬୦ ମସିହା ପରେ ପ୍ରଥମ ଥର ପାଇଁ ପାରାଲିମ୍ପିକ୍ସର ତୀରନ୍ଦାଜୀ ଇଭେଣ୍ଟରେ ଭାରତୀୟ ଖେଳାଳି ପଦକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି । ଏହି ପଦକକୁ ମିଶାଇ ଶୁକ୍ରବାର ଭାରତ ମୋଟ ୩ଟି ପଦକ ହାସଲ କରିଛି ।

   Related Posts