ସୁଟିଂରେ କମାଲ କଲେ ଅଭନୀ ଲଖେରା, ପାରାଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ, ଡିସ୍‌କସ୍‌ରେ ଯୋଗେଶଙ୍କୁ ରୌପ୍ୟ

Published By : Prameya-News7 Bureau | August 30, 2021 IST

ଜାପାନ ୩୦/୦୮: ଟୋକିଓ ପାରାଲିମ୍ପିକ୍ସରେ ସୁଟିଂରେ ଭାରତ ପାଇଁ ଗୌରବ ଆଣିଛନ୍ତି ଅଭନୀ ଲଖେରା । ପ୍ରଥମ ପଦକ ଜିତି ଇତିହାସ ରଚିଛନ୍ତି ଅଭନୀ । ୧୯ ବର୍ଷୀୟ ସୁଟର ମହିଳା ୧୦ ମିଟର ଏୟାର ରାଇଫଲର କ୍ଲାସ୍ SH1ରେ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି । ଜୟପୁରର ଅବନୀ ଯୋଗ୍ୟତା ପର୍ଯ୍ୟାୟରେ ୨୧ ଜଣ ସୁଟରଙ୍କ ମଧ୍ୟରେ ସପ୍ତମ ସ୍ଥାନ ହାସଲ କରି ଏହି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ ।

wp:html /wp:html

୬୦ ଟି ସିରିଜରେ ୬ଟି ସଟ୍ ପରେ ସେ ୬୨୧.୭ସ୍କୋର କରିଥିଲେ । ଯାହା ଏହାକୁ ଶ୍ରେଷ୍ଠ ଆଠଟି ସୁଟର ମଧ୍ୟରେ ପହଞ୍ଚାଇବା ପାଇଁ ଯଥେଷ୍ଟ ଥିଲା । ଏହି ଭାରତୀୟ ସୁଟର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ଥିରତା ବଜାୟ ରଖିଥିଲେ । କ୍ରମାଗତ ୧୦ରୁ ଅଧିକ ସ୍କୋର କରିଥିଲେ । ଚାଇନାର ଝ୍ୟାଙ୍ଗ କୁଇପିଙ୍ଗ ଏବଂ ୟୁକ୍ରେନର ଇରିୟାନା ଶେଟନିକ୍ ପ୍ୟାରିଲିମ୍ପିକ୍ ଯୋଗ୍ୟତା ରେକର୍ଡ ୬୨୬.୦ସହିତ ଇରିୟାନା ଶେଟନିକ୍ ପ୍ରଥମ ଦୁଇଟି ସ୍ଥାନ ନେଇଥିଲେ ।

wp:html /wp:html

ତେବେ ଅଭନୀଙ୍କ ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସେମତ ଅନେକ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ଶୁଭକମନା ଦେଇଛନ୍ତି । ସୂଚନା ଥାଉକି, ରବିବାର ଭାବିନା ପଟେଲ ମହିଳା ସିଙ୍ଗଲ୍ସ ଟେବୁଲ୍ ଟେନିସରେ ରୌପ୍ୟ ପୁରୁଷ ହାଇ ଜମ୍ପ୍ ଇଭେଣ୍ଟରେ ନିଶାଦ କୁମାର ରୌପ୍ୟ ପଦକ ଜିତିଥିଲେ ।

wp:html /wp:html

ସେହିଭଳି ପୁରୁଷ ଡିସକସ ଥ୍ରୋରେ ଯୋଗେଶ କଥୁନିଆ ରୌପ୍ୟ ପଦକ ହାସଲ କରିଛନ୍ତି । F-56 ଯୋଗ୍ୟତାରେ ସେ ଏହି ସଫଳତା ହାସଲ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.