ଭାରତୀୟ ସୁଟରଙ୍କ ଉପରେ ସୁନା ଓ ରୂପା ବର୍ଷା: ମନୀଷଙ୍କୁ ସ୍ୱର୍ଣ୍ଣ , ସିଂହରାଜଙ୍କୁ ରୌପ୍ୟ ହାସଲ

Published By : Prameya-News7 Bureau | September 04, 2021 IST

ଜାପାନ ୦୪/୦୯ : ଟୋକିଓ ପାରା ଅଲିମ୍ପିକ୍ସରେ ଏକାଦଶତମ ଦିବସରେ ଭାରତ ଉପରେ ପଦକର ବର୍ଷା । ସୁଟିଂରେ କମାଲ କରିଛନ୍ତି ଭାରାତୀୟ ପାରାସୁଟର । ଭାରତକୁ ଆଉ ୨ଟି ପଦକ ହାସଲ ହୋଇଛି । ମନୀଷ ନରୱାଲ ସ୍ଵର୍ଣ୍ଣ ପଦକ ଜିତିଥିବା ବେଳେ ସିଂହରାଜ ରୌପ୍ୟ ପଦକ ଜିତିଛନ୍ତି । ୫୦ ମିଟର ପିସ୍ତଲ ଏସଏଚ୍-୧ରେ ଉଭୟ ପଦକ ଜିତିଛନ୍ତି । ୩ଟି ସ୍ଵର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୫କୁ ବୃଦ୍ଧି ହୋଇଛି ।

wp:html /wp:html

ଏହି ଉଭୟ ପାରା ସୁଟର ଫରିଦାବାଦର । ଯୋଗ୍ୟତା ପର୍ଯ୍ୟାୟରେ ସିଂହରାଜ ୫୩୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଥିବାବେଳେ ମନୀଷ ନରୱାଲ ୫୩୩ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛନ୍ତି । ଏହା ସହିତ ୧୯ ବର୍ଷୀୟ ମନୀଷ ନରୱାଲ ଟୋକିଓ ପାରାଲିମ୍ପିକ୍ସରେ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୂର୍ବରୁ ଅବନୀ ଲାଖେରାଙ୍କୁ ଦୁଇଟି ପଦକ ମିଳିସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.