Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଟୋକିଓ ପାରା ଅଲିମ୍ପିକ୍ସ ପଦକ ସୁନିଶ୍ଚିତ କଲେ ପ୍ରମୋଦ: ବ୍ୟାଡମିଣ୍ଟନରେ ଜାପାନ ପ୍ରତିଯୋଗୀଙ୍କୁ ହରାଇ ଫାଇନାଲ୍‌ରେ ପ୍ରବେଶ

4/09/2021 at 8:24 AM

ଜାପାନ ୦୪/୦୯ : ଟୋକିଓ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ଏସ୍‌ଏଲ୍‌ ୩ରେ ଭାରତ ପାଇଁ ପଦକ ପକ୍କା କଲେ ପ୍ରମୋଦ ଭଗତ । ସେମିଫାଇନାଲରେ ଜାପାନକୁ ହରାଇ ଫାଇନାଲ୍‌କୁ ପ୍ରବେଶ କରିଛନ୍ତି ପ୍ରମୋଦ । ସେ ସେମିଫାଇନାଲ୍‌ରେ ଜାପାନର ଖେଳାଳି ଫୁଜିହାରାଙ୍କୁ ପରାସ୍ତ କରିଛନ୍ତି । ପ୍ରମୋଦ ସେମିଫାଇନାଲ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ୨୧-୧୧ ଏବଂ ୨୧-୧୬ରେ ପରାସ୍ତ କରିଛନ୍ତି । ଏହି ବିଜୟ ସହ ତାଙ୍କର ପଦକ ସୁନିଶ୍ଚିତ ହୋଇଛି ।

ଏବେ ଦେଖିବାକୁ ବାକି ରହିଲା ପ୍ରମୋଦ ଦେଶ ପାଇଁ କେଉଁ ରଙ୍ଗର ପଦକ ଆଣୁଛନ୍ତି । ଟୋକିଓ ପାରା ଅଲିମ୍ପିକ୍ସର ଏକାଦଶତମ ଦିନରେ ଆଜି ଭାରତ ପାଇଁ ଗୁରୁତ୍ଵପୂର୍ଣ୍ଣ । ଆଜି ଭାରତର ବହୁ ଆଥଲେଟ୍ ଶୁଟିଂ, ବ୍ୟାଡମିଣ୍ଟନରେ ଦେଶ ପାଇଁ ପଦକ ଜିତିବେ ବୋଲି ଆଶା କରାଯାଉଛି। ଗତ ଦଶମ ଦିନରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ତିନୋଟି ପଦକ ଜିତିଥିଲେ। ଶୁକ୍ରବାର ଦିନ ପ୍ରବୀଣ କୁମାର ହାଇ ଜମ୍ପରେ ରୌପ୍ୟ ପଦକ ଜିତିଛନ୍ତି ।

ସେହିପରି ଅବାନୀ ଲେଖରା ମହିଳା ୫୦ମିଟର ରାଇଫଲ P-3 SH-1 ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଏବଂ ତୀରନ୍ଦାଜ ହାର୍ବିନ୍ଦର ସିଂ ପୁରୁଷ ତୀରନ୍ଦାଜୀ ଏକକ ରକର୍ଭ ଇଭେଣ୍ଟରେ ହରବିନ୍ଦର ବ୍ରୋଞ୍ଚ୍ ମେଡାଲ ଜିତି ଇତିହାସ ସୃଷ୍ଟି କରିଛନ୍ତି।

   Related Posts