ଇତିହାସ ରଚିଲେ ଡିଏମ ସୁହାସ ୟାଥିରାଜ୍, ରୋମାଞ୍ଚକର ମ୍ୟାଚ୍‌ରେ ବ୍ୟାଡମିଣ୍ଟନରେ ଜିତିଲେ ରୌପ୍ୟ

Published By : Prameya-News7 Bureau | September 05, 2021 IST

ଜାପାନ ୦୫/୦୯: ଟୋକିଓରେ ପାରା ଅଲିମ୍ପିକ୍ ଗେମ୍ସର ଶେଷ ଦିନରେ ହୋଇପାରେ ପଦକର ବର୍ଷା । ଆରମ୍ଭରୁ ପଦକ ହାସଲ କରିଛନ୍ତି ନୋଏଡା ଡିଏମ୍ ସୁହାସ୍ ଏଲ୍ ୟାଥିରାଜ । ବ୍ୟାଡମିଣ୍ଟନ ପୁରୁଷ ବର୍ଗରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି ।

wp:html /wp:html

ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ SL4 ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ମ୍ୟାଚରେ ଫ୍ରାନ୍ସର ଲୁକାସ ମଜୁରଙ୍କ ଠାରୁ ୨୧-୧୫, ୧୭-୨୧, ୧୫-୨୧ରେ ହାରିଛନ୍ତି ସୁହାସ । ଏହି କ୍ରମରେ ଭାରତର ପଦକ ସଂଖ୍ୟା ୧୮କୁ ବୃଦ୍ଧି ହୋଇଛି ।

wp:html /wp:html

ସୁହାସ ଉତ୍ତର ପ୍ରଦେଶ କ୍ୟାଡରର ଜଣେ ଆଇଏଏସ୍ ଅଫିସର । ସେ ଗୌତମ ବୁଦ୍ଧ ନଗରର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ଏହି ସଫଳତା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁଭେଚ୍ଛା ଜଣାଇଛନ୍ତି।

ଟୋକିଓ ପାରାଅଲିମ୍ପିକ୍ସରେ ଭାରତ ଏଯାବତ୍ ୧୮ଟି ପଦକ ଜିତିଛି। ୪ଟି ସ୍ଵର୍ଣ୍ଣ ପଦକ ସହ ୮ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ହାସଲ କରିଛି ଭାରତ। ଏହା ଟୋକିଓ ପାରାଅଲିମ୍ପିକ୍ସ ଇତିହାସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ରିଓ ପାରା ଅଲିମ୍ପିକ୍(୨୦୧୬)ରେ ଭାରତ ୨ଟି ସ୍ଵର୍ଣ୍ଣ ସହ ୪ଟି ପଦକ ଜିତିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.