Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

Tokyo Olympics: କ୍ରମାଗତ ଦୁଇଟି ବିଜୟ ସହ ଅନ୍ତିମ ୧୬ରେ ଦୀପିକା କୁମାରୀ, ତରୁଣଦୀପ ରାୟ ଓ ପ୍ରବୀଣ ଯାଦବଙ୍କ ଅଭିଯାନ ଶେଷ

28/07/2021 at 4:26 PM

ନୂଆଦିଲ୍ଲୀ ୨୮।୦୭: ଦେଶ ପାଇଁ ବଡ ପଦକ ଆଶା ମଧ୍ୟରୁ ଜଣେ ତିରନ୍ଦାଜ ଦୀପିକା କୁମାରୀ ଟୋକିଓ ଅଲିମ୍ପିକର କ୍ଵାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।  ଦୀପିକା କୁମାରୀ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରିନଥିଲେ ବି ଆମେରିକାର ୨୪ତମ ମାନ୍ୟତାପ୍ରାପ୍ତ ଜେନିଫର ମୁସିନୋ ଫର୍ଣ୍ଣାଡିସଙ୍କୁ ୬-୪ରେ  ହରାଇଛନ୍ତି। ଏହି ବିଜୟ ସହ ଦୀପିକ ରାଉଣ୍ଡ ଅଫ ୧୬ରେ ପ୍ରବେଶ କରି ଦେଶ ପାଇଁ ପଦକ ଆଶା ବଜାୟ ରଖିଛନ୍ତି। ଅନ୍ୟପଟେ ଭାରତୀୟ ତୀରନ୍ଦାଜ ତରୁଣଦୀପ ରାୟ ଓ ପ୍ରବୀଣ ଯାଦବ ପୁରୁଷ ଏକକ ବର୍ଗରେ ଉତ୍ସାଜନକ ଆରମ୍ଭ କରିଥିଲେ ମଧ୍ୟ ଦ୍ଵିତୀୟ ରାଉଣ୍ଡରେ ପରାଜିତ ହୋଇ ନିଜର ଟୋକିଓ ଅଲିମ୍ପିକ ଅଭିଯାନ ସମାପ୍ତ କରିଛନ୍ତି।

ଲଗାତାର ଦୁଇଟି ମ୍ୟାଚ୍ ଜିତିଲେ ଦୀପିକା

ଦୀପିକା ପ୍ରଥମେ ଭୂଟାନର କର୍ମାଙ୍କୁ ସହଜରେ ୦-୬ରେ ହରାଇ ଟୋକିଓ ଅଲିମ୍ପିକର ମହିଳା ଏକକ ବର୍ଗର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରବେଶ କରିଥିଲେ। ବିଶ୍ଵର ଏକ ନମ୍ବର ତୀରନ୍ଦାଜ ଦୀପିକା ବହୁତ ଶାନ୍ତଚିତ ନଜର ଆସିଥିଲେ ଏବଂ ନିଜର ତୀର ଚଳାଇବା ପାଇଁ କିଛିଟା ସମୟ ନେଇଥିଲେ। ଦୀପିକାଙ୍କୁ ମଧ୍ୟ ୟୁମେନୋସିମା ପାର୍କରେ ବହୁଥିବା ପବନ ସହ ତାଳମେଳ ରଖିବାରେ ସମସ୍ୟା ହୋଇଥିଲା। ହେଲେ ଭୂଟାନର ଖେଳାଳି କୌଣସି ବି ସମୟରେ ତାଙ୍କୁ ଚ୍ୟାଲେଞ୍ଜ ଦେଇ ପାରିନଥିଲେ। ଦୀପିକା ପ୍ରଥମ ଓ ଦ୍ଵିତୀୟ ସେଟ୍‌ରେ ସମାନ ୮,୯ ଓ ୯ ପଏଣ୍ଟ ସହ ୨୬-୨୩ରେ ବିଜୟୀ ହୋଇଥିଲେ। ଦୁଇ ଖେଳାଳି ତୃତୀୟ ସେଟ୍‌ରେ ଗୋଟିଏ ଲେଖାଏଁ ‘ପରଫେକ୍ଟ-୧୦’, ମାରିଥିଲେ ହେଁ ଭୂଟାନ ତୀରନ୍ଦାଜଙ୍କ କ୍ରମାଗତ ଭୁଲ୍ କାରଣରୁ ଦୀପିକା ୨୭-୨୪ରେ ସହଜରେ ବିଜୟ ହାସଲ କରିଥିଲେ। କିନ୍ତୁ ଦ୍ଵିତୀୟ ମୁକାବିଲାରେ ଦୀପିକାଙ୍କୁ ଆମେରିକାର ଜେନିଫରଙ୍କ ବିପକ୍ଷରେ ସଂଘର୍ଷ କରିବାକୁ ପଡିଥିଲା। ଏହି ମୁକାବିଲା ପାଞ୍ଚ ସେଟ୍ ପର୍ଯ୍ୟନ୍ତ ଚାଲିଥିଲା। କିନ୍ତୁ ଶେଷରେ ବିଶ୍ଵର ନମ୍ବର ଓ୍ଵାନ ଖେଳାଳି ଦୀପିକା ବାଜି ମାରି ନେଇଥିଲେ।

ଯାଦବ-ତରୁଣଦୀପ ଅଲିମ୍ପିକରୁ ବାହାର

ୟୁମେନୋସିଆ ପାର୍କରେ ତରୁଣଦୀପ ରାୟଙ୍କୁ ନିଜଠୁ କମ ମାନ୍ୟତାପ୍ରାପ୍ତ ଇସ୍ରାଏଲର ଇତାୟ ଶୈନୀଙ୍କଠୁ ୫-୬ରେ ପରାଜୟର ସାମ୍ନା କରିବାକୁ ପଡିଛି। ଅନ୍ୟପଟେ ପ୍ରବୀଣ ଯାଦବ ଆମେରିକାର ବିଶ୍ଵର ନମ୍ଵର ଓ୍ଵାନ ଖେଳାଳି ବ୍ରାଡି ଏଲିସନଙ୍କଠୁ ୦-୬ରେ ପରାଜିତ ହେବାକୁ ପଡିଛି। ଯାଦବ ଏହା ପୂର୍ବରୁ ରୁଷ ଖେଳାଳି ଗାସନ ବଜରାଇଝାପୋଭଙ୍କ ୦-୬ରେ ମାତ୍ ଦେଇଥିଲେ।

   Related Posts