ଟୋକିଓ ଅଲିମ୍ପିକ୍ସ ୨୦୨୦: ଆସନ୍ତାକାଲି ମଇଦାନକୁ ଓହ୍ଲାଇବ ଦୂତି ଚାନ୍ଦ, ସିନ୍ଧୁ-ଦୀପିକା-ପୁରୁଷ ହକି ଦଳ ଉପରେ ରହିବ ସଭିଙ୍କ ନଜର

Published By : Prameya-News7 Bureau | July 29, 2021 IST

ନୂଆଦିଲ୍ଲୀ ୨୯।୦୭:  ଭାରତ ପାଇଁ ଟୋକିଓ ଅଲିମ୍ପିକରେ ସପ୍ତମ ଦିନ ସୁଖଦ ରହିଛି। ଭାରତୀୟ ଦଳର ଅନେକ ଆଥଲେଟ୍ ଦମଦାର ପ୍ରଦର୍ଶନ କରି କ୍ଵାର୍ଟର ଫାଇନାଲରେ ପ୍ରବେଶ କରି ପଦକ ଆଶାକୁ ଉଜ୍ଜିବୀତ ରଖିଛନ୍ତି। ହେଲେ ଦିନର ଶେଷରେ ଭାରତକୁ ବକ୍ସିଂରେ ବଡ ଝଟକା ଲାଗିଛି। ଛଅ ଥରର ବିଶ୍ଵ ଚାମ୍ପିଅନ ତଥା ପୂର୍ବତନ ଅଲିମ୍ପିକ ପଦକ ବିଜେତା ମେରି କମ ପ୍ରି କ୍ଵାର୍ଟର ଫାଇନାଲରେ ପରାସ୍ତ ହୋଇ ଟୋକିଓ ଅଲିମ୍ପିକରୁ ବିଦାୟ ନେଇଛନ୍ତି। ଏବେ ଦେଶର ନିଜର ଅଷ୍ଟମ ଦିନ ଅର୍ଥାତ ଶୁକ୍ରବାର ଦିନ ହେବାକୁ ଥିବା ମୁକାବିଲା ଉପରେ ରହିଛି। ଆସନ୍ତାକାଲି ମଇଦାନକୁ ଓହ୍ଲାଇବେ ଦେଶର ତାରକା ଆଥଲେଟ୍ ତଥା ଓଡିଶାର ଗୌରବ ଦୂତି ଚାନ୍ଦ। ସେ ୧୦୦ ମିଟର ଦୌଡରେ ଦେଶର ପ୍ରତିନିଧିତ୍ଵ କରିବେ। ତାଙ୍କ ଉପରେ କାଲି ସମଗ୍ର ଦେଶବାସୀଙ୍କ ନଜର ନିଶ୍ଚିତ ରୂପେ ରହିବ। ଏଥିସହ ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ, ତୀରନ୍ଦାଜ ଦୀପିକା କୁମାରୀ ଓ ସୁଟର ମନୁ ଭାକରଙ୍କ ପରି ଖେଳାଳି ଆସନ୍ତାକାଲି ମଇଦାନକୁ ଓହ୍ଲାଇବେ। ଆସନ୍ତୁ ଜାଣିବା ଅଷ୍ଟମ ଦିନର କ୍ରୀଡାସୂଚୀ।

ଗୋଲ୍‌ଫ

ପୁରୁଷ ରାଉଣ୍ଡ ୨- ଅନିର୍ବାନ ଲାହିଡି ଓ ଉଦୟ ମାନେ, ସକାଳ ୪ଟା

ଘୋଡା ଦୌଡ

ଇଭେଷ୍ଟିଙ୍ଗ ଡ୍ରେସେଜ୍ ପ୍ରଥମ ଦିନ, ସେସନ ଏକ- ଫଓ୍ଵାଦ ମିର୍ଜା, ସକାଳ ୫ଟା

ସୁଟର

୨୫ ମିଟର ପିସ୍ତଲ ମହିଳା କ୍ଵାଲିଫିକେସନ ରାପିଡ୍, ମନୁ ଭାକର ଓ ରାହି ସରନୋବତ, ସକାଳ- ୫ଟା ୩୦

ତୀରନ୍ଦାଜି

ମହିଳା ପ୍ରି କ୍ଵାର୍ଟରଫାଇନାଲ- ଦୀପିକା କୁମାରୀ, ସକାଳ ୬ଟା

ଆଥଲେଟ୍

ପୁରୁଷ ୩୦୦୦ ମିଟର ଷ୍ଟିପଲଚେଞ୍ଜ ରାଉଣ୍ଡ ୧, ଅବିନାଶ ସାବଲେ, ସକାଳ- ୬ଟା ୧୭

ହକି

ମହିଳା ପୁଲ ଏ ମ୍ୟାଚ୍, ଭାରତ ବନାମ ଆୟରଲାଣ୍ଡ, ସକାଳ- ୮ଟା ୧୫

ବକ୍ସିଂ

ମହିଳା ଲାଇଟଓ୍ଵେଟ୍, ଅନ୍ତିମ ୧୬(୫୭-୬୦ କିଗ୍ରା), ସିମରନଜିତ କୌର, ସକାଳ ୮ଟା ୧୮

ମହିଳା ଓ୍ଵେଲଟରଭେଟ୍, ଅନ୍ତିମ ୧୬(୬୪-୬୯), ଲଭଲିନା ବୋରଗେହେନ, ସକାଳ ୮ଟା ୪୮

ଆଥଲେଟ୍

ପୁରୁଷ ୪୦୦ ମିଟର ଦୌଡ, ରାଉଣ୍ଡ ୧- ଜେ ମଦାରି ପଲ୍ଲିୟାଲି, ସକାଳ- ୮ଟା ୨୭

ନୌଚାଳନ

୪୯ଇଆର ପୁରୁଷ ରେସ ୭,୮ ଓ ୯, ଗଣପତି କେଲପାଣ୍ଡା ଓ ବରୁଣ ଠକ୍କର, ସକାଳ ୮ଟା ୩୫

ଲେଜର ରେଡିୟଲ ମହିଳା ରେସ୍, ନେତ୍ର କୁମାନନ, ସକାଳ-୮ଟା ୪୮

ଲେଜର ପୁରୁଷ ରେସ୍, ବିଷ୍ଣୁ ସର୍ବନନ, ସକାଳ- ୧୧ଟା ୫

ବ୍ୟାଡମିଣ୍ଟନ

ମହିଳା ଏକକ କ୍ଵାର୍ଟରଫାଇନାଲ୍, ପିଭି ସିନ୍ଧୁ ବନାମ ଅକାନେ ୟାମାଗୁଚି, ମଧ୍ୟାହ୍ନ ୧୨ଟା

ହକି

ପୁରୁଷ ପୁଲ ଏ ମ୍ୟାଚ୍, ଭାରତ ବନାମ ଜାପାନ, ଅପରାହ୍ନ ୩ଟା

ଆଥଲେଟିକ୍ସ

୪ ଗୁଣା ୪୦୦ ମିଟର ରିଲେ ମିଶ୍ରିତ ରାଉଣ୍ଡ ୧, ଆଲେକ୍ସ ଆଣ୍ଟୋନି, ସାର୍ଥକ ଭାମ୍ବରି, ରେବତୀ ବୀରାମଣି ଓ ସୁଭା ଭେଙ୍କଟେସନ, ସନ୍ଧ୍ୟା-୪ଟା ୪୨

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.