ଟୋକିଓ ଅଲିମ୍ପିକ୍ସ ୨୦୨୦: ପଦକଠୁ ଗୋଟିଏ ପାଦ ଦୂରରେ ସିନ୍ଧୁ, ନବମ ଦିନରେ ଏମିତି ରହିବ ଭାରତର କ୍ରୀଡାସୂଚୀ

Published By : Prameya-News7 Bureau | July 30, 2021 IST

ଟୋକିଓ ୩୦।୦୭: ଟୋକିଓ ଅଲିମ୍ପିକରେ ଏବେ ମଧ୍ୟ  ଭାରତକୁ ଦ୍ଵିତୀୟ ପଦକର ସନ୍ଧାନରେ ରହିଛି। ହେଲେ ଦେଶର ପଦକ ଜିତିବାର ଆଶା ବଢି ଯାଇଛି। ଅଷ୍ଟମ ଦିନରେ ଦେଶର ଅନେକ ଖେଳାଳି ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଏବେ ନବମ ଦିନ ଅର୍ଥାତ ଶନିବାର ଅନେକ ଗୁରୁତ୍ଵପୂର୍ଣ୍ଣ ମୁକାବିଲା ଖେଳାଯିବ। ଏଥିରେ ଅନେକ ଭାରତୀୟ ତାରକା ଖେଳାଳି ମଇଦାନକୁ ଓହ୍ଲାଇବେ। ବିଶେଷ କରି ବ୍ୟାଡମିଣ୍ଟନରେ ବିଶ୍ଵ ଚାମ୍ପିଅନ ପିଭି ସିନ୍ଧୁଙ୍କ ସେମି ଫାଇନାଲ ମୁକାବିଲା ଉପରେ ସଭିଙ୍କ ନଜର ରହିଛି। ବକ୍ସିଂରେ ଅମିତ  ପଙ୍ଘାଲ ଆସନ୍ତାକାଲି ନିଜର ଅଲିମ୍ପିକ ଅଭିଯାନ ଆରମ୍ଭ କରିବେ। ଆସନ୍ତୁ ଜାଣିବା ନବମ ଦିନରେ  ଭାରତର କ୍ରୀଡାସୂଚୀ

ବକ୍ସିଂ

ଅନ୍ତିମ ୧୬, ଅମିତ୍ ପଙ୍ଘାଲ, ସକାଳ- ୭ଟା ୩୦

କ୍ଵାର୍ଟର ଫାଇନାଲ, ପୂଜା ରାଣୀ, ଅପରାହ୍ନ-୩ଟା ୩୬

ସୁଟର

ଯୋଗ୍ୟତାପର୍ଯ୍ୟାୟ ରାଉଣ୍ଡ, ୫୦ ମିଟର ରାଇଫଲ ୩, ତେଜସ୍ଵିନୀ ସାଓ୍ଵନ୍ତ ଓ ଅଞ୍ଜୁମ ମୌନ୍ଦ୍ରିଲ, ସକାଳ-୮ଟା ୩୦

ଆଥଲେଟିକ୍ସ

ମହିଳା ଡିସକସ୍‌  ଥ୍ରୋ, ଗ୍ରୁପ ଏ, ସୀମା ପୁନିଆ, ସକାଳ- ୬ଟା

ମହିଳା ଡିସକସ୍ ଥ୍ରୋ, ଗ୍ରୁପ ବି, କମଲପ୍ରୀତ କୌର, ସକାଳ- ୭ଟା ୨୫

ପୁରୁଷ ଲଙ୍ଗ ଜମ୍ପ, ଏମ ଶ୍ରୀଙ୍କର, ଅପରାହ୍ନ- ୩ଟା ୪୦

ନୌଚାଳନା

ରେସ୍ ୧୦, ଗଣପତି କେଲପାଣ୍ଡା ଓ ବରୁଣ ଠାକୁର, ସକାଳ- ୮ଟା ୩୫

ତୀରନ୍ଦାଜ

ପୁରୁଷ ପ୍ରି କ୍ଵାର୍ଟର ଫାଇନାଲ, ଅତାନୁ ଦାସ ବନାମ ଫୁରୁକାଭା, ସକାଳ- ୭ଟା ୧୬

ବ୍ୟାଡମିଣ୍ଟନ

ମହିଳା ଏକକ ସେମି ଫାଇନାଲ, ପିଭି ସିନ୍ଧୁ ବନାମ ତାଇ ଜୁ ୟିଙ୍ଗ, ଅପରାହ୍ନ ୩ଟା ୨୦

ହକି

ଭାରତୀୟ ମହିଳା ବନାମ ଦକ୍ଷିଣ ଆଫ୍ରିକା, ସକାଳ- ୮ଟା ୪୫

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.