ବାତିଲ୍ ହେବ "ଟୋକିଓ ଅଲିମ୍ପିକ-2020"! , କରୋନା ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି

Published By : Prameya-News7 Bureau | February 26, 2020 IST

ନୂଆଦିଲ୍ଲୀ ୨୬।୦୨: କରୋନା ଭାଇରସରେ ଚୀନ୍‌ର ଅବସ୍ଥା ଏବେ ବେହାଲ । ଏହି ମାରାତ୍ମକ ଭୂତାଣୁରେ ମୃତ୍ୟୁ ସଂଖ୍ୟା ୨୭ଶହ ପାର ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୦ହଜାର ପାର ହୋଇସାରିଲାଣି । ଚୀନ୍‌ରେ ବ୍ୟାପିଥିବା କରୋନା ପ୍ରଭାବ ସାରା ବିଶ୍ବର ବାଣିଜ୍ୟ କାରବାର ଉପରେ ପକାଇଥିବା ବେଳେ ଖେଳ ଉପରେ ପଡିବା ଆଶଙ୍କା କରାଯାଗଲାଣି । କରୋନା ପ୍ରଭାବ ସିଧାସଳଖ ଏବେ ହେବାକୁ ଥିବା କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ ଉପରେ ପଡିପାରେ । ଆସନ୍ତା ମାସରେ ହେବାକୁ ଥିବା ‘ଟୋକିଓ ଅଲିମ୍ପିକ-୨୦୨୦’ ବାତିଲ ହୋଇପାରେ । ‘ଟୋକିଓ ଅଲିମ୍ପିକ-୨୦୨୦’ର ଆୟୋଜନ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି ।

{"id":229359,"sizeSlug":"large"}

ଆସନ୍ତା ମାସରେ ଜାପାନ୍‌ର ରାଜଧାନୀ ଟୋକିଓରେ ଅଲିମ୍ପିକ-୨୦୨୦ ଆରମ୍ଭ ହେବାକୁ ଯାଉଛି । ଜୁଲାଇ ୨୪ରୁ ଆରମ୍ଭ ହୋଇ ଏହା ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ବିଶ୍ବସ୍ତରୀୟ କ୍ରୀଡା ପ୍ରତିଯୋଗିତା ହୋଇଥିବାରୁ ସବୁ ଦେଶ ଏଥିରେ ଭାଗ ନେବେ । ଖାସ୍‌ କରି ଚୀନ୍‌ ମଧ୍ୟ ଏଥିରେ ଭାଗ ନେବ । କାରଣ ସମସ୍ତ ଖେଳ ଚୀନ୍‌ର ଖୁବ୍‌ ପ୍ରଭାବ ରହିଛି । ଚୀନ୍‌ରେ କରୋନା ଭାଇରସ ପୁରା ମାତ୍ରାରେ ବ୍ୟାପିଯାଇଥିବାର ସୂଚନା ମିଳିଛି ।

{"id":229360,"sizeSlug":"large"}

ଯଦି ଚୀନ୍‌ ନାଗରିକମାନେ ଏହି ଖେଳରେ ଭାଗ ନେଉଛନ୍ତି, ତେବେ ଏହା ସମସ୍ତ ବିଶ୍ବର ଖେଳାଳିଙ୍କୁ ବ୍ୟାପିବାର ଆଶଙ୍କା କରାଯାଇଛି । ଯାହାକୁ ସାରାବିଶ୍ବ ପାଇଁ ଚିନ୍ତାର କାରଣ ହୋଇପଡିବ ବୋଲି ଆଶଙ୍କା କରାଯାଉଛି । ଜାପାନରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୧୬୨ଜଣ ଆକ୍ରାନ୍ତ ଥିବା ବେଳେ ୧୪ଜଣ ଆକ୍ରାନ୍ତ ହୋଇଛନ୍ତି । ଜାପାନରେ କେବଳ ଜଣେ ବ୍ୟାକ୍ତିଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ ଏବେ ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରକୁ ସ୍ପର୍ଶ କରିସାରିଛି ।

{"id":229361,"width":576,"height":323,"sizeSlug":"large"}

ତେବେ ଏସବୁ ପରିସ୍ଥିତି ଦେଖି ଅଲିମ୍ପିକ-୨୦୨୦ ବାତିଲ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ମିଳିଥିବା ସୂଚନାନୁସାରେ ଅଲିମ୍ପିକ ଟୋକିଓରୁ ଅନ୍ୟତ୍ର ସ୍ଥାନାନ୍ତରିତ ହେବ ନାହିଁ କି ସମୟ ପରିବର୍ତ୍ତନ କରାଯିବ ନାହିଁ । ଯଦି ଆଗାମୀ ମେ’ ମାସ ପର୍ଯ୍ୟନ୍ତ କରୋନା ସ୍ଥିତି  ନିୟନ୍ତ୍ରଣକୁ ନ ଆସୁନାହିଁ , ତେବେ କ୍ରାଡୀ ମହାକୁମ୍ଭ ବାତିଲ କରାଯିବାର ଅଧିକାଂଶ ସମ୍ଭାବନା ରହିଛି । 

{"id":229362,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.