Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଟୋକିଓ ଅଲିମ୍ପିକ: ଉଦ୍‌ଘାଟନୀ ସମାରାେହରେ ମେରି କମ ଓ ମନପ୍ରୀତ ସିଂହ ହେବେ ଭାରତର ଧ୍ଵଜବାହକ

5/07/2021 at 10:24 PM

ନୂଆଦିଲ୍ଲୀ ୦୫।୦୭: ଛଅ ଥରର ବିଶ୍ଵ ଚାମ୍ପଅନ ତଥା ଲଣ୍ଡନ ଅଲିମ୍ପିକର କାଂସ୍ୟ ପଦକ ବିଜେତା ମୁଷ୍ଟିଯୋଦ୍ଧା ଏମସି ମେରିକମ ଓ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଜୁଲାଇ ୨୩ରୁ ଟୋକିଓରେ ଆରମ୍ଭ ହେବାକୁ ଥିବା ଅଲିମ୍ପିକ କ୍ରୀଡା ଉଦଘାଟନୀ ସମାରୋହରେ ଭାରତୀୟ ଧ୍ଵଜବାହକ ହେବେ। ସେହି ପରି ଭାରତ ପକ୍ଷରୁ ପଦକ ପାଇଁ ସବୁଠୁ ବଡ ଦାବିଦାର ମଧ୍ୟରୁ ଜଣେ ପହିଲମାନ ବଜରଙ୍ଗ ପୁନିଆ ଅଗଷ୍ଟ ୮ରେ ଉଦଯାପନୀ ସମାରୋହରେ ଭାରତୀୟ ଧ୍ଵଜବାହକ ଭୂମିକା ନିର୍ବାହ କରିବେ। ସୋମବାର ଭାରତୀୟ ଅଲିମ୍ପିକ ସଂଘ ଏହାର ସୂଚନା ଦେଇଛନ୍ତି।

ପ୍ରଥମ ଥର ଅଲିମ୍ପିକରେ ଭାରତର ଦୁଇ ଜଣ ଧ୍ଵଜବାହକ (ଜଣେ ପୁରୁଣ ଓ ଜଣେ ମହିଳା) ରହିବେ। ଆଇଓଏ ପ୍ରମୁଖ ନରିନ୍ଦର ବାତ୍ରା ଚଳିତ ମାସରେ ଆରମ୍ଭ ହେବାକୁ ଥିବା ଟୋକିଓ ଅଲିମ୍ପିକରେ ଲିଙ୍ଗଗତ ସମାନତା ସୁନିଶ୍ଚିତ ପାଇଁ ଏହି ପଦକ୍ଷେପ ନିଆଯାଇଛି। ମେରି କମ ଭାରତୀୟ ଧ୍ଵଜବାହକ ଭାବେ ଚୟନ ହେବା ପରେ କହିଛନ୍ତି, ଏହା ମୋ ପାଇଁ ବହୁତ ବଡ ମୁହୂର୍ତ୍ତ ହେବ କାରଣ ଏହା ମୋ ପାଇଁ ଶେଷ ଅଲିମ୍ପିକ। ଏହା ମୋ ପାଇଁ ଭାବବିହ୍ଵଳ ମୁହୂର୍ତ୍ତ ରହିବ।

ସେ କହିଛନ୍ତି, ଉଦ୍‌ଘାଟନ ସମାରୋହରେ ଦଳର ନେତୃତ୍ଵ କରାଇବାର ସୁଯୋଗ ପାଇଁ ବାସ୍ତବରେ ମୁଁ ନିଜକୁ ସମ୍ମାନିତ ଅନୁଭବ କରୁଛି। ମୋର ଚୟନ ପାଇଁ ମୁଁ କ୍ରୀଡା ମନ୍ତ୍ରଣାଳୟ ଓ ଆଇଓଏକୁ ଧନ୍ୟବାଦ ଦେଉଛି। ଏହା ମୋ ପାଇଁ ପ୍ରେରଣା ସାଜିବ। ମୁଁ ଅଲିମ୍ପିକରେ ପଦକ ପାଇଁ ନିଜର ସର୍ବଶ୍ରେଷ୍ଠ ଦେବାକୁ ପ୍ରତିଶ୍ରୁତି ଦେଉଛି। ରିଓ ଡି ଜେନେରିୟୋରେ ୨୦୧୬ରେ ଉଦଘାଟନ ସମାରୋହରେ ଭାରତ ପକ୍ଷରୁ ଏକମାତ୍ର ବ୍ୟକ୍ତିଗତ ଅଲିମ୍ପିକ ସ୍ଵର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଧ୍ଵଜବାହକ ଥିଲେ।

କ୍ୟାରିୟର ପାଇଁ ବଡ ମୁହୂର୍ତ୍ତ

ହକି ଇଣ୍ଡିଆ ପକ୍ଷରୁ ଜାରି ବିଜ୍ଞପ୍ତିରେ ମନପ୍ରୀତ କହିଛନ୍ତି, ଏହା ମୋ ପାଇଁ ଚମତ୍କାର ମୁହୂର୍ତ୍ତ ଏବଂ ଏହାର ଖୁସି ବ୍ୟକ୍ତ କରିବାକୁ ମୋ ପାଖରେ ଶବ୍ଦ ନାହିଁ। ମୋତେ ଲାଗୁଛି ଦିଗ୍‌ଜ ମେରିକମଙ୍କ ସହିତ ଉଦ୍‌ଘାଟନ ସମାରୋହ ପାଇଁ ଧ୍ଵଜବାହକ ଭାବେ ମୋର ଚୟନ କରାଯିବା ମୋ ପାଇଁ ବଡ ସମ୍ମାନ କଥା। ବ୍ୟକ୍ତିଗତ ଭାବେ ଏହା ମୋ କ୍ୟାରିୟରର ସବୁଠୁ ବଡ ମୁହୂର୍ତ୍ତ। ହକି ପାଇଁ ମଧ୍ୟ ଏହା ବହୁତ ବଡ ମୁହୂର୍ତ୍ତ ବୋଲି ମନପ୍ରୀତ କହିଛନ୍ତି। ଉଲ୍ଲେଖନୀୟ ଟୋକିଓ ଅଲିମ୍ପିକରେ ୧୦୦ରୁ ଅଧିକ ଭାରତୀୟ ଖେଳାଳି ଅଂଶଗ୍ରହଣ କରିବେ।

   Related Posts