ବିନା ଦର୍ଶକରେ ହୋଇପାରେ ଟୋକିଓ ଅଲମ୍ପିକ୍‌

Published By : Prameya-News7 Bureau | January 24, 2021 IST

ନୂଆଦିଲ୍ଲୀ ୨୪।୦୧: ବିନା ଦର୍ଶକରେ ହୋଇପାରେ ଟୋକିଓ ଅଲିମ୍ପିକ । ଚାଲିଛି ଆଲୋଚନା, ଖୁବଶୀଘ୍ର ନିଆଯାଇପାରେ କିଛି ନିଷ୍ପତ୍ତି । କରୋନା ମହାମାରୀ ପାଇଁ ଟୋକିଓ ଅଲିମ୍ପିକ ଆୟୋଜନରେ ବିଳମ୍ବ ହୋଇଛି । ୨୦୨୦ରେ ହେବାକୁ ଟୋକିଓ ଅଲିମ୍ପିକ ବର୍ତ୍ତମାନ ପର୍ଯ୍ୟନ୍ତ କେବେ ହେବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଦର୍ଶକରେ ଅଲିମ୍ପିକ୍ ଆୟୋଜନ କରାଯିବା ନେଇ ବିଚାରବିମର୍ଶ ଚାଲିଛି ।

IAAF ସଭାପତି କହିଛନ୍ତି ଯେ, ଯଦି ଆଗାମୀ ଦିନରେ ଟୋକିଓରେ ଅଲିମ୍ପିକ୍ସ ଆୟୋଜନ ହେଇପାରେ । ବର୍ତ୍ତମାନ ମ୍ୟାଚ୍‌ ଆୟୋଜନ ନେଇ କିଛି କହିହେବନାହିଁ । ଯଦି ବି ମ୍ୟାଚ୍‌ ଆୟୋଜନା ହେଉଛି । ତେବେ ଦର୍ଶକଙ୍କ ବିନା ଉପସ୍ଥିତିରେ  ହୋଇପାରେ ।  ଏଥିପାଇଁ ବିଟଚାରବିମର୍ଶ ଚାଲିଛି । ୨୦୨୦ରେ ହେବାକୁ ଥିବା ଟୋକିଓ ଅଲିମ୍ପିକ କରୋନା ମହାମାରୀ ପାଇଁ ସ୍ଥଗିତ ରଖାଯାଇଥିଲା । ପ୍ରାୟ ୧ବର୍ଷ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ବି ସାରା ବିଶ୍ୱରୁ କରୋନା ମହାମାରୀ ଶେଷ ହୋଇନାହିଁ । ତେଣୁ ଟୋକିଓ ଅଲିମ୍ପିକ ଆୟୋଜନରେ ନେଇ ଏବେ କିଛି କହିହେବନି । କରୋନା ମହାମାରୀ ଭଳି ସଙ୍ଗୀନ ସ୍ଥିତିକୁ ଦେଖି ଦର୍ଶକଙ୍କୁ ଷ୍ଟାଡିୟମରୁ ଦୁରେଇ ରଖିବା ଉପରେ ଆଲୋଚନା ଚାଲିଛି ।ବର୍ତ୍ତମାନ ସୁଦ୍ଧା କିଛି ନିଷ୍ପତ୍ତି ନିଆଯାଇନାହିଁ ।

ସେହିପରି IAAF ସଭାପତି ଆହୁରୀ ମଧ୍ୟ କହିଛନ୍ତି ଯେ, ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ କରୋନା ମହାମାରୀରେ ସଂକ୍ରମିତଙ୍କ ସଂଖ୍ୟା  କମିଛି । ବର୍ତ୍ତମାନ ଆମ ପାଖରେ ଭାକସିନ ଉପଲବ୍ଧ ରହିଛି । ଆଗାମୀ କିଛି ଦିନରେ ବିଶ୍ୱର ପ୍ରାୟ ସମସ୍ତ ଲୋକଙ୍କୁ ଭାକସିନ୍‌ ଲଗାଯିବାର ଅଛି । ଭାକସିନ୍‌ ସମସ୍ତ ସମସ୍ୟାର ସମାଧାନ ନୁହେଁ । ତେଣୁ ଆଉ କିଛି ଦିନରେ ଚିତ୍ର ସ୍ପଷ୍ଟ ହୋଇଯିବ । ଏପିରିକି ଅଲିମ୍ପିକ୍‌ ଆୟୋଜନ ପାଇଁ ଏବେବି ଆହୁରି ୬ମାସ ସମୟ ଅଛି । ଖେଳାଳିମାନେ ଏବେ ପ୍ରଶିକ୍ଷଣ ଆରମ୍ଭ କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.