ଟୋକିଓ ଅଲିମ୍ପିକରେ ଏଣ୍ଟ୍ରି ମାରିଲା କରୋନା: ଏକାଥରକେ ୧୩୦୮ ଖେଳାଳି ପଜିଟିଭ, କ୍ରୀଡା ଆୟୋଜନ ବନ୍ଦ ରଖିବାକୁ ତେଜିଲା ବିରୋଧ

Published By : Prameya-News7 Bureau | July 16, 2021 IST

ଟୋକିଓ ୧୬/୦୭: ଟୋକିଓରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ । ଏଥିରେ ଡେଲ୍‌ଟା ଷ୍ଟ୍ରେନ ବିପଦ ୩୦ ପ୍ରତିଶତ ବୋଲି କୁହାଯାଉଛି । ରାଜଧାନୀ
ଟୋକିଓରେ ଜରୁରି ସ୍ଥିତି ଜାରି ରହିଥିଲେ ବି ସଂକ୍ରମଣ ବଢ଼ି ଚାଲିଛି । ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ମୁଖ୍ୟ ଥୋମାସ ବାକ୍‌ କିନ୍ତୁ ବିଦେଶୀ କ୍ରୀଡ଼ାବିତଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ।

wp:html /wp:html

ବାକ୍‌ଙ୍କ କହିବା କଥା ବିଦେଶୀ କ୍ରୀଡ଼ାବିତଙ୍କ ଦ୍ୱାରା କ୍ରୀଡ଼ା ଗ୍ରାମରେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଆଦୌ ନାହିଁ । ସେମାନେ ଜାପାନବାସୀଙ୍କ ପାଇଁ ଆଦୌ ବିପଦନୁହଁନ୍ତି । ପ୍ରକୃତ ପକ୍ଷେ ବାକ୍‌ଙ୍କ କଥା ଯୁକ୍ତି ସଙ୍ଗତ ମନେ ହେଉଛି । କାରଣ ଦୁଇ ଦିନ ହେଲା କ୍ରୀଡ଼ା ଗ୍ରାମ ବିଦେଶୀ କ୍ରୀଡ଼ାବିତଙ୍କ ପାଇଁ ଖୋଲା ହୋଇଛି । ଯେଉଁ ବିଦେଶୀ କ୍ରୀଡ଼ାବିତମାନେ ପୂର୍ବରୁ ଆସି ବାହାରେ ରହି ଅଭ୍ୟାସ କରୁଥିଲେ ସେମାନଙ୍କ ଠାରେ ସଂକ୍ରମଣ ଅତି ନ୍ୟୂନ ରହିଛି ।

ବାକ୍‌ କହିଛନ୍ତି, ଏ ପର୍ଯ୍ୟନ୍ତ କ୍ରୀଡ଼ା ଓ ଅନ୍ୟ ଅଫିସିଆଲଙ୍କର ୮୦୦୦ ଥର କୋଭିଡ୍‌ ପରୀକ୍ଷା ହୋଇ ସାରିଲାଣି କିନ୍ତୁ ସେଥିରୁ ମାତ୍ର ୩ଟି ପଜିଟିଭ ରିପୋର୍ଟ ବାହାରିଛନ୍ତି । ଯେଉଁମାନେ ପଜିଟିଭ ବାହାରିଛନ୍ତି ସେମାନଙ୍କୁ ସ୍ୱତନ୍ତ୍ର ଭାବେ ସଙ୍ଗରୋଧରେ ରଖାଯାଉଛି । ଟୋକିଓରେ ପୂର୍ବରୁ ୧୧୪୯ ଜଣ ନୂଆ ସଂକ୍ରମିତ ବାହାରିଥିଲେ । ଗୁରୁବାର ଏହି ସଂଖ୍ୟା ୧୩୦୮ ହୋଇଛି । ସେମିତି ଜାପାନରେ ଗତକାଲି ନୂଆ ସଂକ୍ରମିତ ୨୩୮୭ ଥିବାବେଳେ ଆଜି ତାହା ୩୧୯୪ରେ ପହଞ୍ଚିଛି ।

ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଜାପାନବାସୀ ଏବେବି କ୍ରୀଡ଼ା ଆୟୋଜନକୁ ବିରୋଧ ଜାରି ରଖିଛନ୍ତି । ଦେଶରେ ସଂକ୍ରମଣ ପଞ୍ଚମ ଲହର ଆରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏଭଳି ସମୟରେ କ୍ରୀଡ଼ା ଆୟୋଜନ ବିପଦପୂର୍ଣ୍ଣ ବୋଲି କହୁଛନ୍ତି । କ୍ରୀଡ଼ାକୁ ସ୍ଥଗିତ ରଖିବା ପାଇଁ ସାରା ଦେଶରେ ଦସ୍ତଖତ ଅଭିଯାନ ଚାଲିଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚଳିତ ମାସରେ ଅଲିମ୍ପିକ୍ସ ଆୟୋଜନକୁ ବିରୋଧ କରି ୪୫୦,୦୦୦ ଦସ୍ତଖତ ସଂଗ୍ରହ କରାଯାଇଛି । କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଆୟୋଜକ କମିଟି ପକ୍ଷରୁ ଯାହା କିଛି ପଦକ୍ଷେପମାନ ନିଆଯାଇଛି ତାହା ଆଦୌ ଯଥେଷ୍ଟ ନୁହଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଧୀରେ ଧୀରେ ବିଦେଶୀ କ୍ରୀଡ଼ାବିତମାନେ ଟୋକିଓରେ ପହଞ୍ଚିବାରେ ଲାଗିଛନ୍ତି ।

ଆୟୋଜକ କମିଟିର ସୂଚନା ଅନୁସାରେ ଗତକାଲି ଜଣେ କ୍ରୀଡ଼ାବିତ ଟୋକିଓ ପହଞ୍ଚିବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ତାଙ୍କୁ ସ୍ୱତନ୍ତ୍ର ସ୍ଥାନରେ ୧୪ ଦିନିଆ ସଙ୍ଗରୋଧରେ ରଖାଯାଇଛି । ସେମିତି ଗତକାଲି ବ୍ରାଜିଲ ଜୁଡୋ ଦଳ ରହୁଥିବା ହୋଟେଲରେ ୮ ଜଣ କର୍ମଚାରୀ ପଜିଟିଜ ଚିହ୍ନଟ ହୋଇଥିଲେ । କେନିଆ ମହିଳା ରଗବୀ ଦଳର ୮ ଜଣ ଖେଳାଳି ବିମାନରେ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ସମସ୍ତଙ୍କୁ ଏକ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି ।

ସମସ୍ତଙ୍କ ରିପୋର୍ଟ ନେଗେଟିଭ ରହିଥିଲେ ବି କିଛି ଦିନ ସେମାନେ ଆଇସୋଲେସନରେ ରହିବେ । ସେମିତି ପଶ୍ଚିମ ଜାପାନ ଅଞ୍ଚଳରେ ରହି ଅଭ୍ୟାସ କରୁଥିବା ରୁଷିଆ ରଗ୍‌ବୀ ଦଳର ଜଣେ ଷ୍ଟାଫ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଖେଳାଳିମାନେ ସଙ୍ଗରୋଧରେ ରହିଛନ୍ତି । ଯଦି ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସେ ତେବେ ସମସ୍ତେ ପୁଣି ଅଭ୍ୟାସ ଆରମ୍ଭ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.