Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଟୋକିଓ ଅଲିମ୍ପିକ: ଡିଡି ସ୍ପୋର୍ଟ୍ସରେ ହେବ ଖେଳ ମହାକୁମ୍ଭର ସିଧା ପ୍ରସାରଣ

21/07/2021 at 8:26 PM

ନୂଆଦିଲ୍ଲୀ ୨୧।୦୭:  ଜୁଲାଇ ୨୩ରୁ ଆରମ୍ଭ ହେବାକୁ ଯାଉଛି କ୍ରୀଡା ମହାକୁମ୍ଭ ଟୋକିଓ ଅଲିମ୍ପିକ ୨୦୨୦। ଡିଡି ସ୍ପୋର୍ଟ୍ସରେ ପ୍ରତିଦିନ ଅଲିମ୍ପିକ ଖେଳର ହେବ ସିଧା ପ୍ରସାରଣ। ଦୂରଦର୍ଶନର ଅନ୍ୟ ଚ୍ୟାନେଲ ଓ ଆକାଶବାଣୀ(ଏଆଇଆର) ଅଲିମ୍ପିକର ଆୟୋଜନ ଉପରେ ବିଶେଷ କାର୍ଯ୍ୟକ୍ରମ ପ୍ରସାରଣ କରିବେ। ବୁଧବାର ଏହାର ସୂଚନା ଦେଇଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ମନ୍ତ୍ରଣାଳୟ କହିଛି, ପ୍ରସାର ଭାରତୀ ଦୂରଦର୍ଶନ ଓ ଆକାଶବାଣୀ ନିଜର ନେଟଓ୍ଵର୍କ ଓ ଖେଳ ଚ୍ୟାନେଲ ଡିଡି ସ୍ପୋର୍ଟ୍ସରେ ଅଲିମ୍ପିକ ୨୦୨୦ର ପ୍ରସାରଣ କରିବ।

ଅଲିମ୍ପିକ ଖେଳ ସଂପର୍କିତ ପ୍ରସାରଣ ଖେଳ ପୂର୍ବରୁ ଏବଂ ଶେଷ ପର୍ଯ୍ୟନ୍ତ ଜାରି ରହିବ। ସାର୍ବଜନୀକ ପ୍ରସାରକ ଟେଲିଭିଜନ, ରେଡିଓ ଓ ଡିଜିଟାଲ ପ୍ଲାଟଫର୍ମରେ ସମଗ୍ର ଦେଶରେ ଉପଲବ୍ଧ। ମନ୍ତ୍ରଣାଳୟ ଅନୁଯାୟୀ, ଅଲିମ୍ପିକର ବିଭିନ୍ନ ଖେଳର ଆୟୋଜନ ଡିଡି ସ୍ପୋର୍ଟ୍ସରେ ସକାଳ ୫ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରସାରଣ କରାଯିବ। ଏହାର ବିବରଣୀ ପ୍ରତି ଦିନ ଡିଡି ସ୍ପୋର୍ଟ୍ସ ଓ ଏଆଇଆର ସ୍ପୋର୍ଟ୍ସର ଟ୍ଵିଟର ହ୍ୟାଣ୍ଡେଲରେ ଉପଲବ୍ଧ କରାଯିବ।

ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ ୨୦୨୦ରେ ଭାରତର ୧୨୨ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ଦଳରେ ୮୮ ଜଣ ଖେଳାଳି ଅଲିମ୍ପିକର କ୍ରୀଡା ଗ୍ରାମରେ ପହଞ୍ଚି ଯାଇଛନ୍ତି। ଖେଳାଳି ଜୋରସୋରରେ ନିଜର ପ୍ରସ୍ତୁତି ଚଳାଇଛନ୍ତି। ଦଳ ରବିବାରଠୁ ଅଭ୍ୟାସ୍ ଆରମ୍ଭ କରି ଦେଇଛି।

   Related Posts