ଟୋକିଓ ଅଲିମ୍ପିକ୍ ୨୦୨୧: ଉଦଘାଟନୀ ସମାରୋହରରେ ପତାକା ଧରିବେ ପିଭି ସିନ୍ଧୁ

Published By : Prameya-News7 Bureau | June 26, 2021 IST

ନୂଆଦିଲ୍ଲୀ ୨୬।୦୬: ଟୋକିଓ ଅଲିମ୍ପିକରେ ଭାରତୀୟ ତାରକା ସଲଟର ତଥା ବିଶ୍ଵ ଚାମ୍ପିଅନ ବ୍ୟାଡମିଣ୍ଟନ ଖେଳାଳି  ପିଭି ସିନ୍ଧୁ ଜଣେ ଆଗଧାଡିର ଖେଳାଳି ଅଟନ୍ତି । ଚଳିତ ଅଲିମ୍ପିକରେ ପିଭି ସିନ୍ଧୁ ଭାରତୀୟ ପତାକା ଧରି ପାରନ୍ତି। ଏଥର ଅଲିମ୍ପିକ୍ସର ଉଦଘାଟନୀ ସମାରୋହରେ ଭାରତ ପକ୍ଷରୁ ପ୍ରଥମ ଥର ପାଇଁ ଦୁଇ ଜଣ ପତାକା ଧରିବେ। ସେଥିରେ ଜଣେ ମହିଳା ଓ ଜଣେ ପୁରୁଷ ଆଥଲେଟ୍ ରହିବେ । ଏହା କେବଳ ଭାରତ ନୁହେଁ ଅଧିକାଂଶ ଦେଶ ୨୩ ଜୁଲାଇରେ ହେବାକୁ ଥିବା ଉଦଘାଟନୀ ସମାରୋହରେ ନିଜର ଦୁଇ ଜଣ ପତାକାଧାରୀଙ୍କ ସହ ନଜର ଆସିବେ।

ଏନେଇ ପୁରୁଷ ଖେଳାଳିଙ୍କ ନାମ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ଦୁଇ ଜଣ ପତାକାଧାରୀ ଅଲିମ୍ପିକ୍ସରେ ରହିବେ । ତେବେ ଏହାର ସରକାରୀ ଘୋଷଣା ଚଳିତ ମାସ ଶେଷ ଆଡକୁ କରାଯିବ। ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନ୍ ରିପୋର୍ଟ ଅନୁଯାୟୀ ରିଓ  ଅଲିମ୍ପିକର ରୌପ୍ୟ ପଦକ ବିଜେତା ସିନ୍ଧୁ ଦୁଇ ଜଣ ପତାକାଧାରୀଙ୍କ ମଧ୍ୟରୁ ଜଣେ ହେବାର ସମ୍ଭାବନା ରହିଛି । ଯଦି ସେଠାରେ କୌଣସି ପ୍ରକାରର ନିୟମ ନାହିଁ, କିନ୍ତୁ ପରମ୍ପରା ହେଉଛି ପୂର୍ବ ଅଲିମ୍ପିକ୍ସର ପଦକ ବିଜେତା ପରବର୍ତ୍ତୀ ପତାକା ଧରି ପାରିବେ।

ସେହିପରି ରିଓରେ ସିନ୍ଧୁ ଏବଂ କୁସ୍ତିରେ ସାକ୍ଷୀ ମଲ୍ଲିକ ପଦକ ଜିତିଥିଲେ। ସାକ୍ଷୀ ଏଥର ଯୋଗ୍ୟତା ଅର୍ଜନ କରିପାରି ନାହାଁନ୍ତି। ତେବେ ପୁରୁଷଙ୍କ ମଧ୍ୟରେ କିଏ ଏହି ସମ୍ମାନ ପାଇବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କେତେକ ବଡ ଆଥଲେଟ୍ ଖେଳାଳିଙ୍କ ମଧ୍ୟରେ ଜାଭେଲିନ୍ ଥ୍ରୋଭର ନୀରଜ ଚୋପ୍ରା, ଟେବୁଲ୍ ଟେନିସ୍ ଖେଳାଳି ଶରତ କମଲ, ରେସଲର ବଜରଙ୍ଗ ପୁନିଆ ଏବଂ ବକ୍ସର ଅମିତ ପାଙ୍ଗଲ ଅଛନ୍ତି। ତେବେ ରିଓରେ କୌଣସି ପୁରୁଷ ଖେଳାଳି ପଦକ ଜିତି ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.