ଭାରତକୁ ଝଟକା : ସେମିରେ ହାରିଲା ପୁରୁଷ ହକି ଦଳ, ଫାଇନାଲରେ ବେଲଜିୟମ୍

Published By : Prameya-News7 Bureau | August 03, 2021 IST

ଜାପାନ ୦୩/୦୮: ଟୋକିଓ ଅଲିମ୍ପିକ୍ସର ଆଜି ଦ୍ୱାଦଶ ଦିନରେ ଭାରତକୁ ଲାଗିଛି ଝଟକା । ୪୧ ବର୍ଷ ପରେ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ହାତଛଡ଼ା କରିଛି ଭାରତୀୟ ପୁରୁଷ ହକି ଦଳ । ସେମି ଫାଇନାଲ ମୁକାବିଲାରେ କଡ୍ଡା ଟକ୍କର ସତ୍ତ୍ୱେ ହାରିଛି ଭାରତୀୟ ହକି ଦଳ । ବେଲଜିୟମଠୁ ୫-୨ ହାରିଛି ଭାରତୀୟ ଦଳ । ଏବେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଁ ଖେଳିବ । ବିଶ୍ୱ ଚମ୍ପିଆନ୍‌ ବେଲଜିୟମ୍‌ ଦଳ ଭାରତକୁ ମାତ୍‌ ଦେଇ ଟୋକିଓ ଅଲିମ୍ପିକ୍ସର ଫାଇନାଲକୁ ପ୍ରେବଶ କରିଛି ।

wp:html /wp:html

ସେପଟେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଦଳର ପରାଜୟ ପରେ ଭାରତୀୟ ଦଳର ମନୋବଳକୁ ବଢାଇଛନ୍ତି । ସେ କହିଛନ୍ତି ହାର ଜିତର କୌଣସି ମୂଲ୍ୟ ନାହିଁ । ଆଗାମୀ ମ୍ୟାଚ ପାଇଁ ନିଜର ଚେଷ୍ଟା ଜାରି ରଖିବାକୁ ସେ ଶୁଭକାମନା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.