Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ଟୋକିଓରେ ଲାଗିଲା ଜରୁରୀକାଳୀନ ପରିସ୍ଥିତି, ବିନା ଦର୍ଶକରେ ଅନୁଷ୍ଠିତ ହେବ ଅଲିମ୍ପିକ୍

8/07/2021 at 3:11 PM

ନୂଆଦିଲ୍ଲୀ ୮/୭ :ଟୋକିଓ ଅଲିମ୍ପିକ୍ ପୂର୍ବରୁ ଜାପାନର ରାଜଧାନୀରୁ ଆସିଛି ବଡ ଖବର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାପାନର ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା କରୋନା ଭୂତାଣୁ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଟୋକିଓରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଜରୁରୀକାଳୀନ ପରିସ୍ଥିତିରେ ଆୟୋଜିତ ହେବ ଅଲିମ୍ପିକ୍ । ତେବେ ଏଥର ବିନା ଦର୍ଶକରେ ଏଥର ଆୟୋଜିତ ହେବ ଅଲିମ୍ପିକ୍ ।

ଏହି ସମୟରେ ଦର୍ଶକଙ୍କୁ ପଡ଼ିଆ ଭିତରକୁ ଛଡାଯିବନି । ଜାପାନ ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ ୧୨ ଜୁଲାଇରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଲାଗୁ ହେବ ଜରୁରୀ କାଳୀନ ସ୍ଥିତି । ଏହାପୂର୍ବରୁ ବିଶେଷଜ୍ଞ ସହ ବସିଥିଲା ବୈଠକ । ଆସନ୍ତା ୨୩ରୁ ଟୋକିଓରେ ଅଲମ୍ପିକ ଆଯୋଜନ କରାଯିବ । ଜୁଲାଇ ୨୩ରୁ ଅଗଷ୍ଟ ୮ ଯାଏଁ ଚାଲିବ ଏହି କ୍ରୀଡା ଇଭେଣ୍ଟ । ପୂର୍ବରୁ ବିଦେଶୀ ଦର୍ଶକଙ୍କ ପ୍ରବେଶକୁ ଅନୁମତି ନଥିବାବେଳେ ଏବେ ଲାଗୁ ହୋଇଛି ଜରୁରୀକାଳୀନ ପରିସ୍ଥିତି ।

ଫଳରେ ଦର୍ଶକଙ୍କୁ ଖେଳ ଦେଖିବାରେ ବି ସମ୍ଭାବନା କମ୍ ରହିଛି । ଗତ କିଛିଦିନ ହେବ ଟୋକିଓରେ କରୋନା ଭାଇରସର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ଗୁରୁବାର, କରୋନାର ୮୯୬ ମାମଲା ଟୋକିଓରେ ରିପୋର୍ଟ କରାଯାଇଛି ।

   Related Posts