Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଟୋକିଓ ଅଲିମ୍ପିକ୍ସ : ଆଜି ଉଦଘାଟନୀ ଉତ୍ସବ, ଯୋଗଦେବେ ୧୦୦୦୦ ଭିଆଇପି

23/07/2021 at 7:55 AM

ଟୋକିଓ, ୨୩/୦୭: ପୂର୍ବର ସେ ଉତ୍କଣ୍ଠା ନାହିଁ, ଉତ୍ସାହ ବି ମଉଳି ଯାଇଛି । ମହାମାରୀ ସବୁ କିଛି ଫିକା କରିଦେଇଛି । ବାରମ୍ବାର କୋଭିଡ୍‌ ସଂକ୍ରମଣର ତରଙ୍ଗରେ ସାରା ବିଶ୍ୱ ଆଜି ଭୟଭୀତ । ପ୍ରତି ମୁହୂର୍ତ୍ତରେ ଜୀବନ ପ୍ରତି ମାଡ଼ି ଆସୁଛି ମହାମାରୀର ବିପଦ । ଏଭଳି ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ ଜାପାନର ରାଜଧାନୀ ଟୋକିଓ ସହରରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ।

ଭାରତୀୟ ସମୟ ଅପରାହ୍ଣ ୪.୩୦ ମିନିଟରୁ ଟୋକିଓର ଦ ନ୍ୟାସନାଲ ଷ୍ଟାଡିୟମରେ ଜାପାନର ସମ୍ରାଟ ନାରୁହିଟୋ କ୍ରୀଡ଼ାର ଶୁଭାରମ୍ଭ ଘୋଷଣା କରିବେ। ଉଦ୍‌ଘାଟନୀ ଉତ୍ସବରେ ବିଶ୍ୱବାସୀଙ୍କୁ ବିଶ୍ୱ ଶାନ୍ତି ଓ ସହାବସ୍ଥାନର ନୂଆ ବାର୍ତ୍ତା ଦେବ ଟୋକିଓ । ମହାମାରୀ ପ୍ରଭାବିତ କ୍ରୀଡ଼ା ବିନା ଦର୍ଶକରେ ଆୟୋଜିତ ହେବ। ଦର୍ଶକ କେବଳ ଟିଭି ପରଦାରେ ହିଁ ଉତ୍ସବକୁ ଦେଖି ପାରିବେ । ଟୋକିଓରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜାପାନ ସରକାର ରାଜଧାନୀରେ ଆସନ୍ତା ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ଜରୁରୀ ସ୍ଥିତି ଜାରି କରିଛନ୍ତି । ଆୟୋଜକ, ପ୍ରାୟୋଜକ, ବୈଦେଶିକ କୂଟନୈତିଜ୍ଞ, ବିଦେଶୀ ମାନ୍ୟଗଣ୍ୟ ଅତିଥି ଏଭଳି ମାତ୍ର ୧୦,୦୦୦ ଭିଆଇପି ଷ୍ଟାଡିୟମରେ ବସି ଉଦ୍‌ଘାଟନୀ ଉତ୍ସବ ଦେଖିବାର ବ୍ୟବସ୍ଥା ହୋଇଛି । ସେମିତି ମାର୍ଚ୍ଚପାଷ୍ଟରେ ମଧ୍ୟ କ୍ରୀଡ଼ାବିତଙ୍କ ସଂଖ୍ୟାକୁ ହ୍ରାସ କରିଦିଆଯାଇଛି ।

ଭାରତୀୟ ଦଳର ମାତ୍ର ୨୦ ଜଣ କ୍ରୀଡ଼ାବିତ ଓ ୬ ଜଣ ଅଫିସିଆଲ ଉତ୍ସବରେ ସାମିଲ ହେବେ । ପ୍ରତି ଚାରି ବର୍ଷରେ ଆୟୋଜିତ ହେଉଥିବା ଅଲିମ୍ପିକ୍ସରେ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବ ହିଁ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଅଂଶ । ଆୟୋଜକ ଦେଶ ସର୍ବଦା ବିଶ୍ୱକୁ କିଛି ନୂଆ ବାର୍ତ୍ତା ଦେବା ସହ ନିଜର ଜାତୀୟ ଅସ୍ମିତାକୁ ବିଶ୍ୱଦରବାରରେ ଉପସ୍ଥାପିତ କରିବାର ସୁଯୋଗ ପାଇଥାନ୍ତି । ମହାମାରୀ ସତ୍ତେ୍ୱ ଜାପାନ ସରକାର ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବକୁ ସ୍ମରଣୀୟ କରିବା ନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆତସବାଜୀରେ ସାରା ଟୋକିଓ ଝଲସି ଉଠିବ । ଜାପାନର କଳା, ସଂସ୍କୃତି ଓ ଇତିହାସ ଉତ୍ସବର ମୁଖ୍ୟ ଆକର୍ଷଣ ସାଜିବ। ଜାପାନର ଜାତୀୟ ସଙ୍ଗୀତଗାନ ପରେ ସାଂକେତିକ କପୋତ ଉଡ଼ାଯିବ । ଏହାପରେ ଅଲିମ୍ପିକ୍ସ ପତାକା ଉତ୍ତୋଳନ ଓ ସଙ୍ଗୀତ ଗାନ ହେବ ।

କ୍ରୀଡ଼ାବିତ ଓ ଅଫିସିଆଲଙ୍କ ଶପଥ ପାଠ ପରେ ଅଲିମ୍ପିକ୍ସ ଟର୍ଚ ରିଲେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଏକ ହଜାରରୁ ଊଦ୍ଧ୍ୱର୍ କଳାକାର କଳା ପରିବେଶଣ କରିବେ ବୋଲି ଜଣା ପଡ଼ିଛି । ଶାନ୍ତି, ସହାବସ୍ଥାନ, ପୁନଃଗଠନ ଓ ଭବିଷ୍ୟତ ଉଦଘାଟନୀ ଓ ଉଦ୍‌ଯାପନୀ ଉତ୍ସବର ମୁଖ୍ୟ ବିଷୟ ବସ୍ତୁ ରହିଛି ।
ମହାମାରୀ ଯୋଗୁ ୨୦୨୦ରେ କ୍ରୀଡ଼ାକୁ ଏକ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଥିଲା । ତେଣୁ ଘୋଷିତ ନୂଆସୂଚୀ ଅନୁସାରେ କ୍ରୀଡ଼ା ଜୁଲାଇ ୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖରେ ଶେଷ ହେବ । ୨୦୪ଟି ଦେଶରୁ ୧୧,୨୩୮ରୁ ଊଦ୍ଧ୍ୱର୍ କ୍ରୀଡ଼ାବିତ ଅଲିମ୍ପିକ୍ସରେ ଭାଗ ନେଉଛନ୍ତି । ୩୩ଟି କ୍ରୀଡ଼ାରେ ମୋଟ୍‌ ୩୩୯ଟି ଇଭେଣ୍ଟ ଖେଳାଯିବ । ଏଥିପାଇଁ ୪୨ଟି ଭେନ୍ୟୁ ପ୍ରସ୍ତୁତ ହୋଇ ରହିଛି ।

ଗତ ଏକ ସପ୍ତାହ ଧରି କ୍ରୀଡ଼ାବିତମାନେ କ୍ରୀଡ଼ା ଗ୍ରାମରେ ପ୍ରବେଶ କରିବା ଆରମ୍ଭ କରିଛନ୍ତି । ସଂପୂର୍ଣ୍ଣ କ୍ରୀଡ଼ା ଗ୍ରାମକୁ ଜୈବ ସୁରକ୍ଷା ବଳୟରେ ରଖାଯାଇଥିଲେବି ଏ ପର୍ଯ୍ୟନ୍ତ ୫ରୁ ଊଦ୍ଧ୍ୱର୍ କ୍ରୀଡ଼ାବିତ ଏବଂ କ୍ରୀଡ଼ା ସହିତ ଜଡ଼ିତ ଥିବା ୬୦ରୁ ଊଦ୍ଧ୍ୱର୍ ସଂକ୍ରମିତ ହୋଇ ସାରିଛନ୍ତି । ଟୋକିଓରେ ସଂକ୍ରମଣ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ୧୯୭୯ ନୂଆ ସଂକ୍ରମିତ ବାହାରିଛନ୍ତି ।

ଭାରତରୁ ଏଥର ମୋଟ୍‌ ୧୨୪ ଜଣ କ୍ରୀଡ଼ାବିତ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରେ ୭୦ ଜଣ ପୁରୁଷ ଓ ୫୪ ଜଣ ମହିଳା କ୍ରୀଡ଼ାବିତ ରହିଛନ୍ତି । ଗତ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଭାରତୀୟ ଅଲିମ୍ପିକ୍ସ ଦଳ ଟୋକିଓରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିସାରିଛି । ଆସନ୍ତାକାଲି ସନ୍ଧ୍ୟାରେ ଅବଶିଷ୍ଟ ଭାରତୀୟ ଦଳ ଟୋକିଓ ଯାତ୍ରା କରିବେ ।

ଶୁକ୍ରବାର ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଓ ଅଲିମ୍ପିକ୍ସ ପଦକ ବିଜେତା ମହିଳା ବକ୍ସର ଏମ୍‌.ସି ମେରୀକମ୍‌ ଜାତୀୟ ପତାକା ଧାରଣ କରିବେ ।

   Related Posts