Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଟୋକିଓ ଅଲିମ୍ପିକ୍ସ : ଶୁକ୍ରବାର ଉଦଘାଟନୀ ଉତ୍ସବ, ଭାରତରୁ ୬ ଅଫିସିଆଲଙ୍କୁ ଅନୁମତି

22/07/2021 at 7:57 AM

ଟୋକିଓ,୨୨/୦୭; ଜାପାନରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଟୋକିଓ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ପାଇଁ ବିଭିନ୍ନ କଟକଣା ଲାଗୁ କରାଯାଇଛି । ଉଦ୍‌ଘାଟନୀ ଉତ୍ସବ ପାଇଁ ଭାରତରୁ ମାତ୍ର ୬ ଜଣ ଅଫିସିଆଲ୍‌ଙ୍କୁ ଅନୁମତି ମିଳିଥିବାବେଳେ ଆଥଲେଟମାନଙ୍କୁ କ୍ୟାପ୍‌ ପିନ୍ଧିବା ବାରଣ କରାଯାଇଛି । ଭାରତର ଡେପ୍ୟୁଟି ଚିଫ୍‌-ଡି-ମିସନ ପ୍ରେମ୍‌ କୁମାର ବର୍ମା ଏ ବିଷୟରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଉଦ୍‌ଘାଟନୀ ଉତ୍ସବରେ ଅଂଶଗ୍ରହଣକାରୀ ସବୁ ଦେଶର ୬ଜଣ ଲେଖାଏଁ ଅଫିସିଆଲ୍‌ ସାମିଲ ହୋଇ ପାରିବେ । ଆଥଲେଟମାନେ କ୍ୟାପ୍‌ ପିନ୍ଧି ପାରିବେନି । ତେଣୁ ଉଦ୍‌ଘାଟନୀ ଉତ୍ସବର ପରଦିନ ଯେଉଁ ଆଥଲେଟମାନଙ୍କର କ୍ରୀଡ଼ାସୂଚୀ ରହିଛି, ସେମାନଙ୍କୁ ଆମେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛୁ । ଉଦ୍‌ଘାଟନୀ ଉତ୍ସବ ରାତି ଅଧ ଯାଏଁ ଜାରି ରହିବ । ପରଦିନ କ୍ରୀଡ଼ାସୂଚୀ ଥିବା ଆଥଲେଟମାନେ ଏଥିରୁ ଦୂରେଇ ରହିବା ଭଲ ।’ ଟୋକିଓ ଅଲିମ୍ପିକ୍ସ ୨୩ ତାରିଖରୁ ଆରମ୍ଭ ହେବ । ୨୪ ତାରିଖରୁ ସୁଟିଂ, ବକ୍ସିଂ, ତୀରନ୍ଦାଜୀ, ହକି (ପୁରୁଷ ଓ ମହିଳା) କ୍ରୀଡ଼ାସୂଚୀ ରହିଛି ।

ସୂଚନାଯୋଗ୍ୟ, ଟୋକିଓ କ୍ରୀଡ଼ାରେ ଭାରତରୁ ୨୨୮ (୧୨୭ ଆଥଲେଟ୍‌) ଜଣିଆ ଦଳ ଭାଗ ନେବ । ଛଅ ଥର ବିଶ୍ୱ ଚାମ୍ପିଅନ୍‌ ଏମ୍‌ସି ମେରୀ କମ୍‌ ଓ ପୁରୁଷ ହକି ଦଳ ଅଧିନାୟକ ମନପ୍ରୀତ ସିଂହ ଉଦ୍‌ଘାଟନୀ ଉତ୍ସବ ପାଇଁ ଭାରତୀୟ ଦଳର ଧ୍ୱଜା ବାହାକ ମନୋନୀତ ହୋଇଛନ୍ତି ।

   Related Posts