କଟକ ମେଡିକାଲରେ ଆରମ୍ଭ ହେଲା ଟୋକନ ବ୍ୟବସ୍ଥା

Published By : Prameya-News7 Bureau | July 09, 2020 IST

କଟକ୯/୭: କଟକ ମେଡିକାଲରେ ଆରମ୍ଭ ହେଲା ଟୋକନ ବ୍ୟବସ୍ଥା। ମେଡିକାଲ ପରିସରରେ କିଭଳି ଭିଡ ନହେବ, ସେ ନେଇ ମେଡିକାଲ କର୍ତ୍ତୁପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି। ଗାଡି ପାର୍କିଂରେ ଧାର୍ଯ୍ୟ ସମୟଠାରୁ ଅଧିକ ସମୟ ରହିଖିଲେ ଫାଇନ୍‌ ଆଦାୟ କରାଯିବ। ୪ ଚାକିଆ ଯାନ ପାଇଁ ଘଣ୍ଟାପ୍ରତି ୧୦୦ ଟଙ୍କା ଫାଇନ୍‌ ଆଦାୟ କରାଯିବ। ମେଡିକାଲ ସୁପରିଟେଣ୍ଡେଣ୍ଟ ଅନ୍ନଦା ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। କଟକରେ କରୋନା ଆକ୍ରନ୍ତ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ମେଡିକାଲ କର୍ତ୍ତୁପକ୍ଷଙ୍କ ଦ୍ବାରା ଏଭଳି ନିଷ୍ପତ୍ତି ନିଆଯାଇଛି। ଖାଲି ସେତିକି ନୁହେଁ, କରୋନା ସ୍ଥିତି ଦେଖି କଟକ ସହରକୁ ମଧ୍ୟ ସଟଡାଉନ୍ ଘୋଷଣା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.