Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସ୍ପେସ ଏକ୍ସରେ ପ୍ରଥମ ଟୁରିଷ୍ଟ ଫ୍ଲାଇଟରେ ଟଏଲେଟ ପାଇପ ଲିକ୍, ଯାତ୍ରୀଙ୍କ ପାଦରେ ଲାଗିଲା ପରିସ୍ରା

28/10/2021 at 2:30 PM

ନୂଆଦିଲ୍ଲୀ ୨୮/୧୦: ମହାକାଶ ଯାତ୍ରା ପୂର୍ବରୁ ଯାତ୍ରୀଙ୍କ ପାଇଁ ବଡ ସମସ୍ୟା । ପାଇପରୁ ଲିକ୍ ହେଲେ ପରିସ୍ରା । ଏପରି କିଛି ଘଟିଛି କେନେଡି ସ୍ପେସ ସେଣ୍ଟରରୁ ସ୍ପେସଏକ୍ସର ମହାକାଶ ଯାନ ଇନ୍ସିରେସନ-୪ ରେ ଯାତ୍ରା କରିଥିବା ୪ ଯାତ୍ରୀଙ୍କ ସହ । ଯାତ୍ରୀମାନଙ୍କ କ୍ୟାପସୁଲ ଶୌଚାଳୟ ସମସ୍ୟାର ସମ୍ମୁଖୀନ ହୋଇଥିଲା । ଏପରିକି ସେମାନଙ୍କ ପାଦରେ ଲିକ୍ ହୋଇ ପରିସ୍ରା ଲାଗିଥିଲା ।

ନାସା ପାଇଁ କାମ କରିସାରିଥିବା ସ୍ପେସ ଏକ୍ସର ଉପାଧ୍ୟକ୍ଷ ଓ୍ୱିଲିୟମ ଗାରଷ୍ଟନମେୟର କହିଛନ୍ତି ଯେ, ଗତମାସରେ ସ୍ପେସଏକ୍ସ ପ୍ରଥମ ଥର ପାଇଁ ଘରୋଇ ଉଡାଣ ଭରିଥିଲା । ଏହି ସମୟରେ ଶୌଚାଳୟର ଏକ ଟ୍ୟୁବ ବା ପାଇପରୁ କ୍ୟାପସୁଲରେ ପରିସ୍ରା ଲିକ୍ କରିଥିଲା । ଫଳରେ ଯାନର ଚଟାଣରେ ମଧ୍ୟ ପରିସ୍ରା ଲିକ୍ ଶୌଚାଳୟରୁ ଏପରି ହୋଇଥିଲା ।  ତେଣୁ ଆସନ୍ତା ରବିବାର ନାସା ଓ ସ୍ପେସଏକ୍ସ ପକ୍ଷରୁ ହେବାକୁ ଥିବା ରକେଟ୍ ଲଞ୍ଚିଂ ପୂର୍ବରୁ ଯାତ୍ରୀମାନେ ଆଉ ଯେପରି ସେହି ସମସ୍ୟାର ସାମ୍ନା କରିବେ ନାହିଁ ସେଥିନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କମ୍ପାନୀ ୟୁରିନ-ଫ୍ଲସିଂ ଟ୍ୟୁବକୁ ବିକଶିତ କରିଛି । ଆମେରିକୀୟ ଓ ଜର୍ମାନୀ ଯାତ୍ରୀମାନେ ଏହାର ନାମ ଏଣ୍ଡ୍ୟୁରାନ୍ସ ରଖିଛନ୍ତି ।

ଗାରଷ୍ଟନମେୟର ଆହୁରି କହିଛନ୍ତି ଯେ, ଏହି କ୍ୟାପସୁଲର ଟଏଲେଟ୍ ଷ୍ଟୋରେଜ ଡ୍ରାଗନ କ୍ୟାପସୁଲ ତୁଳନାରେ କମ । କାରଣ ୪ଜଣ ମହାକାଶ ଯାତ୍ରୀ ମହାକାଶରେ ମାତ୍ର ଗୋଟିଏ ଦିନ ବିତାଇବେ । ଏହାପରେ ସେମାନେ ଅନ୍ତର୍ଜାତୀୟ ସ୍ପେସ ସେଣ୍ଟରକୁ ଆସିଯିବେ ।

ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ଅନ୍ତରୀକ୍ଷରେ ଥିବା ସ୍ପେସଏକ୍ସର ଆଉ ଏକ ଯାନର କ୍ୟାପସୁଲରେ ଯେପରି ସମସ୍ୟା ନହୁଏ ସେଦିଗରେ ଧ୍ୟାନ ଦିଆଯାଉଛି । ଗତ ୬ ମାସରେ କ୍ୟାପସୁଲରେ ସେପରି କିଛି ତରଳ ପଦାର୍ଥ ଲିକ୍ ହୋଇଛି ନା ନାହିଁ ତାହା ଅନୁଧ୍ୟାନ କରାଯାଉଛି । ଯେପରି ସେମାନେ ପୃଥିବୀ ପୃଷ୍ଠରେ ପହଁଚିବା ପୂର୍ବରୁ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ । ଏହାମଧ୍ୟରେ ଜର୍ମାନୀର ଜଣେ  ଓ ୩ ଜଣ ଆମେରିକୀୟ ମଙ୍ଗଳବାର ହ୍ୟୁଷ୍ଟନର କେନେଡି ସ୍ପେସ ସେଣ୍ଟରରେ ପହଁଚିଥିଲେ । ସେମାନେ ରବିବାର ମହାକାଶ ଯାତ୍ରା କରି ସେଠାରେ ୬ ମାସ ବିତାଇବେ ।  

   Related Posts