Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟୟେଲେଟ୍ ସିଟ୍ ଖୋଲା ରଖୁଛନ୍ତି କି ? ସାବଧାନ,ମଳରେ ଜୀବିତ ରହିଥାଏ କରୋନା ଭାଇରସ୍

4/07/2020 at 5:03 PM

କରୋନା ଭାଇରସ୍ ସଂକ୍ରାମକ ରୋଗ ଏବଂ ଏହି ମହାମାରୀରେ ପୀଡ଼ିତ କୌଣସି ରୋଗୀଙ୍କ ସମ୍ପର୍କରେ ଆସିବା ଦ୍ବାରା ଆପଣ ମଧ୍ୟ ଏହାର ଶିକାର ହୋଇପାରନ୍ତି। ଏପରି ପରିସ୍ଥିତିରେ ଅଫିସ୍,ଶପିଂ ସେଣ୍ଟର କିମ୍ବା ସାର୍ବଜନିକ ଶୌଚାଳୟକୁ ବ୍ୟବହାର କଲେ ଆପଣ କରୋନାର ଶିକାର ହୋଇ ପାରନ୍ତି। କିନ୍ତୁ ଏକ ରିସର୍ଚ୍ଚରେ ସାମନାକୁ ଆସିଛି ଯେ ଯଦି ବ୍ୟବହାର କରିବା ପରେ ଫ୍ଲାଶ୍ ଚଲାଇବା ପୂର୍ବରୁ ଟୟେଲେଟ୍ ସିଟ୍ ଘୋଡ଼ଣୀକୁ ବନ୍ଦ କରି ଦିଆଯାଏ ତେବେ ସଂକ୍ରମଣର ଆଶଙ୍କାକୁ କମ୍ କରାଯାଇପାରିବ।

କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ରୋଗୀଙ୍କ ମଳରୁ ଭାଇରସ୍ ବ୍ୟାପିବାର ସମ୍ଭାବନା ରହିଛି ବୋଲି ବୈଜ୍ଞାନିକମାନେ ରିସର୍ଚ୍ଚ କରିଛନ୍ତି। ଅଧ୍ୟୟନରୁ ଜଣା ପଡ଼ିଛି ଯେ ରୋଗୀ ଠିକ୍ ହୋଇଯିବା ପରେ ମଧ୍ୟ ତାଙ୍କ ମଳରେ କରୋନା ଭାଇରସ୍ ୫ସପ୍ତାହ ଯାଏଁ ଜୀବିତ ରହି ପାରନ୍ତି। ଏପରି ପରିସ୍ଥିତିରେ ବୈଜ୍ଞାନିକ ଏହି ଫଳାଫଳରେ ପହଞ୍ଚିଛନ୍ତି ଯେ ଯଦି ଟୟେଲେଟ୍ ସିଟ୍ ଘୋଡ଼ଣୀକୁ ବନ୍ଦ କରି ଫ୍ଲାଶର ବ୍ୟବହାର କରାଯାଏ ତେବେ ସଂକ୍ରମଣର ଆଶଙ୍କାକୁ ଅନେକ ଦୂର ଯାଏଁ କମ୍ କରାଯାଇପାରିବ।

ଟୟେଲେଟ ସିଟରୁ ବାହାରି ବାଥରୁମର ବାତାବରଣରେ ସଂକ୍ରମିତ କଣ ଏକ ମିନିଟରୁ ଅଧିକ ସମୟ ବାୟୁରେ ରହିଥଏେ। ଏହି କଣ ସଂସ୍ପର୍ଶରେ ଆସିବା ଫଳରେ ଯେକୌଣସି ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ ହୋଇ ପାରିବେ।

ରିସର୍ଚ୍ଚ ଅନୁସାରେ ସାର୍ବଜନିକ ଶୌଚାଳୟରେ ଏଭଳି ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ରହିଛି କାରଣ ସେଠାରେ ଗୋଟିଏ ଶୌଚାଳୟକୁ ଅନେକ ଲୋକ ବ୍ୟବହାର କରିଥାନ୍ତି।  

   Related Posts