ବଲାଙ୍ଗିରରେ ପାଇଖାନା ନିର୍ମାଣ ପାଇଁ ଆସିଥିବା ଅର୍ଥ ହଡ଼ପ ଅଭିଯୋଗ

Published By : Prameya-News7 Bureau | November 16, 2018 IST

ବଲାଙ୍ଗିର ୧୬/୧୧:  ସ୍ବଚ୍ଛତା ପାଇଁ ଯୋଜନା। ଗାଁ ଗାଁରେ ପାଇଖାନା ନିର୍ମାଣ ପାଇଁ ସରକାରୀ ଅନୁଦାନ ଆସୁଛି। ହେଲେ ବାଟମାରଣା ହେଉଛି ଅର୍ଥ। ବଲାଙ୍ଗିର ସଇଁନ୍ତଳା କୁଆଁର ଗାଁରେ ପାଇଖାନା ନିର୍ମାଣ ଦାୟିତ୍ବ ନେଇଥିବା ଏନଜିଓ ଅଧାପନ୍ତରିଆ କାମ କରିଛି। ସେପଟେ ଏନଜିଓ ମାଲିକ ଧରାଛୁଆଁ ଦେଉନାହାନ୍ତି। ବିଭାଗୀୟ ଅଧିକାରୀ କହୁଛନ୍ତି, ଘଟଣାର ତଦନ୍ତ ହେବ। କେଉଁଠି ଟାଙ୍କି ତିଆରି ପାଇଁ ସିମେଣ୍ଟ ରିଙ୍ଗ ପଡିଛି, ତ ଆଫ କେଉଁଠି ଅଧା ତିଆରି ପାଇଖାନା ଘର। ଏହା ହେଉଛି ବଲାଙ୍ଗିର ସଇଁନ୍ତଳା କୁଆଁର ଗାଁର ଦୃଶ୍ୟ। ଗାଁରେ ପାଇଖାନା ନିର୍ମାଣ ପାଇଁ ସ୍ବଚ୍ଛ ଭାରତ ଯୋଜନାରେ ସରକାରୀ ଅନୁଦାନ ଆସିଥିଲା। ଗଜାନନ ସେବା ସମିତି ଏନଜିଓକୁ ପାଇଖାନା ନିର୍ମାଣ ପାଇଁ ଦାୟିତ୍ବ ଦିଆଯାଇଥିଲା। ଗାଁରେ ସଂସ୍ଥା ପକ୍ଷରୁ ସର୍ଭେ କରାଯାଇଥିଲା। ହେଲେ ଅଧାପନ୍ତରିଆ କାମ କରି ଏନଜିଓ ମାଲିକ ଛୁ ମାରିଥିବା ଅଭିଯୋଗ ହୋଇଛି। କେବଳ କୁଆଁର ଗାଁ ନୁହେଁ, ସିଇଁତଳାର ୩ଟି ପଞ୍ଚାୟତରେ ଏଭଳି ଠକିଛି ଏନଜିଓ ସଂସ୍ଥା। ସେପଟେ ଆରଡବ୍ଲୁଏସଏସ୍ ନିର୍ବାହୀ ଯନ୍ତ୍ରୀ କହିଛନ୍ତି, ପାଇଖାନା ତିଆରି ପାଇଁ ଟଙ୍କା ବିଡିଓଙ୍କ ପାଖକୁ ଆସିଥାଏ। ସେ ସଂପୃକ୍ତ ସଂସ୍ଥାକୁ ଅର୍ଥ ଦିଅନ୍ତି। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗାଁରେ ପାଇଖାନା ନିର୍ମାଣ ପାଇଁ ସରକାର ଅନୁଦାନ ଦେଉଛନ୍ତି। ହେଲେ ବାଟମାରଣା ହେଉଛି ଅର୍ଥ। ଫଳରେ ଲୋକଙ୍କ ଅବସ୍ଥା ଯାହାକୁ ସେୟା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.