ଆଜି ଯମ ଦ୍ୱିତୀୟା ଚିତ୍ରଗୁପ୍ତ ପୂଜା ଜାଣନ୍ତୁ ଏହାର ମହତ୍ତ୍ୱ

Published By : Prameya-News7 Bureau | October 29, 2019 IST

ଆଜି ଚିତ୍ରଗୁପ୍ତଙ୍କ ପୂଜା । ଯମଙ୍କ ନିକଟରେ ଚିତ୍ରଗୁପ୍ତ ସମସ୍ତଙ୍କର ଜୀବନ ନାଟିକାର ପାଞ୍ଜି ବା ହିସାବ କିତାବ ରଖିଥାଆନ୍ତି । ଚିତ୍ରଗୁପ୍ତଙ୍କର ପୂଜା କଲେ ଆରୋଗ୍ୟ , ଜ୍ଞାନ ଓ ଐଶ୍ଚର୍ଯ୍ୟ ଲାଭ ହୋଇଥାଏ । ଲେଖିବାର ଇଚ୍ଛା ଥିଲେ ଚିତ୍ରଗୁପ୍ତଙ୍କୁ ନିହାତି ପୂଜା କରିବା ଆବଶ୍ୟକ । କାର୍ତ୍ତିକ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଚିତ୍ରଗୁପ୍ତଙ୍କର ପୂଜା ଧୂମଧାମରେ କରାଯାଏ ।
ପଦ୍ମପୁରାଣ , ସ୍କନ୍ଦ ପୁରାଣ , ବ୍ରହ୍ମପୁରାଣ , ଯମ ସଂହିତାରେ ଭଗବାନ୍‌ ଚିତ୍ରଗୁପ୍ତଙ୍କର ବର୍ଣ୍ଣନା ରହିଛି । ବ୍ରହ୍ମାଙ୍କର କାୟାରୁ ଚିତ୍ରଗୁପ୍ତଙ୍କ ଜନ୍ମ ।

{"id":176223}

ବୈଦିକ କାଳରୁ ଚିତ୍ରଗୁପ୍ତଙ୍କର ପୂଜା ଆରାଧନା କରାଯାଉଛି । ଗୁପ୍ତ ଯୁଗରେ ଚିତ୍ରଗୁପ୍ତଙ୍କର ଆରାଧନା ବ୍ୟାପକ ଭାବେ କରାଯାଉଥିଲା । ଦେଶର ବିଭିନ୍ନ ସ୍ଥାନରେ ଚିତ୍ରଗୁପ୍ତଙ୍କର ମନ୍ଦିର ରହିଛି । ଖଜୁରାହ, ହାଇଦ୍ରାବା, ବାରଣାସୀ, ଭୋପାଳ, ରୀବା , ଭରମୌର , ନୂଆଦିଲ୍ଲୀ , ଗୁନା, ଗୟା ଏପରି ଅନେକ ସ୍ଥାନରେ ଚିତ୍ରଗୁପ୍ତଙ୍କର ମନ୍ଦିର ରହିଛି ।
ଚିତ୍ରଗୁପ୍ତ ଭୁକ୍ତି, ମୁକ୍ତି , ମୋକ୍ଷ ଓ ଯଶର ଚତୁର୍ମଣି ଅଟନ୍ତି । ଏହାଙ୍କର ଆରାଧନା କଲେ ବହୁ ସୁଫଳ ମିଳେ ।

ଯମ ଦ୍ୱିତୀୟା ଅବସରରେ ଚିତ୍ରଗୁପ୍ତଙ୍କୁ ପୂଜା କରାଯାଇଥାଏ । ଚିତ୍ରଗୁପ୍ତଙ୍କୁ ପୂଜା କରୁଥିବା ବ୍ୟକ୍ତି ନିଶ୍ଚିତ ଭାବେ ସଫଳତା ପାଇ ଥାଆନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.