Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚଳନ୍ତା ଗାଡିରୁ ଖସିପଡିଲା ବର୍ଷକର ଶିଶୁ, ଗୁରୁଣ୍ଡି ଗୁରୁଣ୍ଡି ପହଂଚିଲା ଯାଇ ଚେକ୍ ପୋଷ୍ଟ ପାଖରେ… ଦେଖନ୍ତୁ ଭିଡିଓ

କେରଳ ୯।୯:  କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ… ଅର୍ଥାତ୍ ଯେ ପର୍ଯ୍ୟନ୍ତ ଖୋଦ୍ ଇଶ୍ବର ନ ଚାହିଁବେ ସେ ପର୍ଯ୍ୟନ୍ତ ଆପଣଙ୍କୁ କେହି ବି ମାରି ପାରିବେ ନାହିଁ ।  ଯଦି ଆପଣଙ୍କର ମରିବାର ଯୋଗ ନଥିବ ତେବେ ଗାଡି ଚଢିଗଲେ ମଧ୍ୟ ଆପଣଙ୍କର କୌଣସି ବି କ୍ଷତି ହେବ ନାହିଁ । ଆଉ ଏଭଳି ହିଁ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି କେରଳର ଇଣ୍ଡୁକି ଜିଲ୍ଲାରେ । ଯେଉଁଠି ମାତ୍ର ବର୍ଷକର ଶିଶୁଟିଏ ଚଳନ୍ତା ଗାଡିରୁ ଖସିପଡିବା ପରେ ବି ତାର ଦେହରେ  ସାମାନ୍ୟ ବି ଆଘାତ ଲାଗିନଥିଲା ।

ସବୁଠୁ ଆଶ୍ଚର୍ଯ୍ୟକର  କଥା ହେଲା କି, ଗାଡିରୁ ଖସି ପଡିବା ପରେ ବି ଶିଶୁଟିର ବାପାମାଆଙ୍କୁ ଏବିଷୟରେ ସାମାନ୍ୟତମ ସୂଚନା ନଥିଲା । ସେମାନେ ଘଟଣାସ୍ଥଳରୁ ପାଖାପାଖି ୫୦ କିଲୋମିଟର ଆଗକୁ ଚାଲିଯାଇଥିଲେ । ଏପଟେ କିନ୍ତୁ ଗାଡିରୁ ତଳେ ପଡିଯିବାପରେ ଶିଶୁଟି  ଆପଣା ଛାଏଁ ଗୁରୁଣ୍ଡି ଗୁରୁଣ୍ଡି ରାସ୍ତା ପାର ହୋଇ ନିକଟରେ ଥିବା ଏକ ଚେକ୍ ପୋଷ୍ଟରେ ପହଂଚିଥିଲା ଏବଂଲୋକେ ଶିଶୁଟିକୁ ଉଦ୍ଧାର କରି ତାର ବାପାମାଆଙ୍କୁ ହସ୍ତାନ୍ତର କରିଥିଲେ । ତେବେ ଏହି ସବୁ ଘଟଣା କଏଦ ହୋଇଥିଲା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ ।  ଦେଖନ୍ତୁ ଏହି ଭିଡିଓ…

5620 Views

   ସମ୍ବନ୍ଧିତ ଖବର