ଏବେ ବଡଷ୍ଟାର – ଦିନେ ଭୋକ ମେଣ୍ଟାଇବା ପାଇଁ ସିନେମାରେ ସବୁ ପ୍ରକାର କାମ କରିବାକୁ ଏମାନେ ଥିଲେ ପ୍ରସ୍ତୁତ

Published By : Prameya-News7 Bureau | December 25, 2019 IST

ମୁମ୍ବାଇ୨୫|୧୨: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି ଅନେକ କଳାକାର ଅଛନ୍ତି ଯିଏ ନିଜ କ୍ୟାରିଅରରେ ସଫଳତା ପାଇବା ପୂର୍ବରୁ ଅନେକ ସଂଘର୍ଷ କରିଛନ୍ତି। ନିଜର ଭୋକ ମେଣ୍ଟେଇବା ପାଇଁ ଛୋଟ ମୋଟ ଚରିତ୍ରରେ ମଧ୍ୟ ଅଭିନୟ କରିବାକୁ ପ୍ରସ୍ତୁତ ହେଉଥିଲେ। ଆଜି ସେହି କଳାକାରମାନେ ନିଜ ଅଭିନୟ ପାଇଁ ବଲିଉଡରେ ରାଜ କରୁଛନ୍ତି। ଏବେ ସେମାନେ ସୁପରଷ୍ଟାର ଭାବେ ମଧ୍ୟ ପରିଚିତ।

{"id":202483,"sizeSlug":"large"}

ଗୀତା କପୁର- ଏବେ ବଲିଉଡରେ ସବୁଠୁ ଲୋକପ୍ରିୟ କୋରିୟୋଗ୍ରାଫରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗୀତା କପୁର। ଗୀତା କପୁର ଗୀତା ମାଆ ଭାବେ ମଧ୍ୟ ପରିଚିତ। ସୁପରହିଟ୍‌ ଫିଲ୍ମ ‘କୁଛ କୁଛ ହୋତା ହୈ’ରେ ଗୋଟେ ଗୀତରେ ଛୋଟ ଭୂମିକାରେ ନଜର ଆସିଥିଲେ। ସେ ଲୋକପ୍ରିୟତା ପାଇବା ପୂର୍ବରୁ ସିନେମାରେ ଛୋଟ ମୋଟ କାମ କରୁଥିଲେ ।

{"id":202484,"sizeSlug":"large"}

ନୱାଜୁଦ୍ଦୀନ ସିଦ୍ଦିକୀ- ନୱାଜୁଦ୍ଦିନ ସିଦ୍ଦୀକୀ ନିଜ ଅଭିନୟ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ସମଗ୍ର ବିଶ୍ବରେ ତାଙ୍କ ଅଭିନୟ ଓ ଫିଲ୍ମର ବେଶ ଚର୍ଚ୍ଚା ହୁଏ। ଏବେ ନୱାଜୁଦ୍ଦିନ ବଲିଉଡର ଜଣେ ନାମି ଦାମୀ ସୁପରଷ୍ଟାର। ମୁନ୍ନା ଭାଇ ଏମ୍‌ବିବିଏସ୍‌ ଫିଲ୍ମରେ ନୱାଜୁଦ୍ଦିନ ଜଣେ ପକେଟ୍‌ମାର ଭୂମିକାରେ ଅଭିନୟ କରିଥିଲେ।  

{"id":202485,"sizeSlug":"large"}

ଫରାହ ଖାନ- ବଲିଉଡର ସଫଳ ନିର୍ଦ୍ଦେଶକ ଓ କରିୟୋଗ୍ରାଫର ଫରାହ ଖାନ ଛୋଟରୁ ଛୋଟ ଭୂମିକାରେ ନଜର ଆସିସାରିଛନ୍ତି। ଧୀରେ ଧୀରେ ନିଜର ପ୍ରତିଭା ଯୋଗୁଁ ସେ ବଲିଉଡରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।  

{"id":202486,"sizeSlug":"large"}

ଶାହୀଦ କପୁର- ବଲିଉଡର ସୁପରଷ୍ଟାର ଶାହୀଦ କପୁର ଏବେ ଇଣ୍ଡଷ୍ଟ୍ରିରେ ରାଜ କରୁଛନ୍ତି। ସମଗ୍ର ଦେଶର ଯୁବତୀ ଶାହୀଦଙ୍କ ପାଇଁ ପାଗଳ। ଶାହୀଦ ନିଜ କ୍ୟାରିଅରରେ ଜଣେ ସାଇଡ୍‌ ଡାନ୍ସର ଭାବେ ମଧ୍ୟ ନଜର ଆସିସାରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.