Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଙ୍ଗଳବାର, ୧୧ ସେପ୍ଟେମ୍ବର ୨୦୧୮

11/09/2018 at 11:43 AM

ମେଷ – ସହାୟତା ଆନନ୍ଦଦାୟକ ହେବ । ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ଚକ୍ଷୁ ରେ ପୀଡା ଉପୁଜି ପାରେ । ବିବଦୀୟ ବିତର୍କରୁ ଓହରି ଯିବା ଭଲ ।

ବୃଷ – ଅଦା ଖାଇ କର୍ମସ୍ଥଳକୁ ଗଲେ ସହଜରେ ସଫଳତା ମିଳିବ । ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ । ସରକାରୀ କ୍ଷେତ୍ରରେ ସମ୍ମାନିତ ହେବେ । ଗୃହରୁ ଶାନ୍ତି ମିଳିବ ।

ମିଥୁନ – ବିବାଦୀୟ ଘଟଣାରେ ବିଜୟୀ ହେବେ । ସୁଖ-ସମ୍ମାନ ଲାଭ କରିପାରନ୍ତି । କର୍ମତତ୍ପରତା ପ୍ରକାଶ ପାଇବ । ଅସୁସ୍ଥତାର ଉପଶମ ହେବେ । ଭାଗ୍ୟବାନ୍ ହେବେ ।

କର୍କଟ- ଦାୟିତ୍ୱ ବୃଦ୍ଧି ପାଇବ । ନିଜ ଅଧିକାର ସାବ୍ୟସ୍ତ କରିବାରେ ପାରଙ୍ଗମ ହେବେ । ସୁଖପୂର୍ଣ୍ଣ ଜୀବନ ଯାପନ କରିବେ । ଆନନ୍ଦ ଉପଭୋଗ କରିପାରନ୍ତି ।

ସିଂହ – ଆର୍ଥିକ ଅବସ୍ଥା ରେ ପରିବର୍ତ୍ତନ ଘଟିବ । କର୍ମ କ୍ଷେତ୍ରରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇପାରେ । ଯାନବାହନ ଚଳାଚଳରେ ସତର୍କ ରହିବେ ।

କନ୍ୟା – କର୍ମ କ୍ଷେତ୍ରରେ ସହାୟତା ମିଳିବ । ସୁଖ ସନ୍ତୋଷ ଲାଭ କରିପାରନ୍ତି । ବନ୍ଧୁ ବର୍ଗଙ୍କ ଦ୍ୱାରା ସମ୍ମାନିତ ହେବେ । ବ୍ୟବସାୟ ଲାଭଜନକ ହେବ । ପ୍ରୀତି ଲାଭ କରିପାରନ୍ତି ।

ତୁଳା – ଧୈର୍ଯ୍ୟଧରି କାର୍ଯ୍ୟ କରିଲେ ସଫଳତା ମିଳିବ । ହିତୈଷୀମାନଙ୍କ ଠାରୁ ସୁପରାମର୍ଶ ମିଳିବ । ଉଚ୍ଚକର୍ମରେ ସଂପୃକ୍ତି ମିଳିବ । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ ।

ବିଛା – ଅଧିକ ଶ୍ରମ ସ୍ୱୀକାର କରି କାର୍ଯ୍ୟରେ ସଫଳତା ଲାଭ କରିବେ । ନିରବ ଚିନ୍ତନ ଆପଣଙ୍କ ପାଇଁ ଲାଭପ୍ରଦ ହେବ । ହଠାତ୍ କିଛି ଅର୍ଥ ମିଳିବ । ବ୍ୟବସାୟ ଭଲରେ ଚାଲିବ ।

ଧନୁ – ଆଗକୁ ବଢ଼ିବାର ମାର୍ଗ ଉନ୍ମକ୍ତ ରହିଛି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଯାନବାହନ ସୁଖ ମିଳିପାରେ । ନିଜ କର୍ମରେ ଦକ୍ଷତା ପ୍ରତିପାଦନ କରି ସୁଖୀ ହେବେ ।

ମକର – ମନରେ ଉଦ୍ବେଗ ଜାତ ହୋଇପାରେ । କର୍ମ କ୍ଷେତ୍ରରେ ସମ୍ମାନିତ ହେବେ । ପ୍ରତ୍ୟେକ କାର୍ଯ୍ୟ ସଂପାଦନ କରିବାରେ ସଫଳ ହେବେ । ପ୍ରତିଯୋଗିତାରେ ବିଜୟ ଲାଭ କରିବେ ।

କୁମ୍ଭ – ଆଶାବାଦୀ ହୋଇ ପାରନ୍ତି । ମଧ୍ୟମ ଧରଣର ଶୁଭଫଳ ମିଳିବ । ସୁକୃତୀ ସମ୍ପନ୍ନ ହେବେ । ପରାମର୍ଶଦାତା ଭାବେ ଅଗ୍ରଗଣ୍ୟ ହେବେ ।

ମୀନ – ସୁଖ ସମ୍ମାନ ଲାଭ କରିପାରନ୍ତି । ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ନୂଆ ବନ୍ଧୁ ଜୁଟି ପାରନ୍ତି ।

   Related Posts