ଅକ୍ଟୋବର ୧୧ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 11, 2020 IST

ମେଷ – ଶନିଙ୍କ ପ୍ରଭାବରେ କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କାରିବା ପାଇଁ ନିଷ୍ପତ୍ତି ନେବେ । ବୈଘୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୮ ।

ବୃଷ – ନିଜ ଲୋକମାନଙ୍କ ବିରୋଧ ସଙ୍ଗକୁ ବିଭିନ୍ନ ପ୍ରକାରର ଅଭାବ, ଅସୁବିଧାର ସାମନା କରିବାକୁ ପଡିପାରେ । ଅଫିସରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।

ମିଥୁନ – ଅର୍ଥ ସଂକଟ ଲାଗି ରହିଥିଲେ ମଧ୍ୟ ଆବଶ୍ୟକ ସମୟରେ ସହକର୍ମୀ ବନ୍ଧୁ ତାହା ପୂରଣ କରିବେ । ବନ୍ଧୁମାନଙ୍କ ସହ ସାଧାରଣ କଥାରେ କଳହ ଲାଗିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

କର୍କଟ – କର୍ମାରମ୍ଭର ପ୍ରଥମାବସ୍ଥାରେ ଅସୁବିଧା ଭଳି ମନେ ହେଲେ ମଧ୍ୟ ପରକ୍ଷଣରେ ବହୁତ ସୁବିଧା ଉପଭୋଗ କରିପାରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ସିଂହ – ଆପଣଙ୍କ ସ୍ପଷ୍ଟବାଦିତା ଓ କାର୍ଯ୍ୟ ହାସଲର କଳା କୌଶଳକୁ ବନ୍ଧୁମାନେ ପ୍ରଶଂସା କରିପାରନ୍ତି । ପ୍ରତିବନ୍ଧକ ହେତୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି । ଶୁଭ ଅଙ୍କ କଫି । ଶୁଭ ଅଙ୍କ ୩ ।

କନ୍ୟା – ଅଟକି ରହିôତବା କାମକୁ ପୂରାଦମରେ କରିଚାଲିବେ ତଥାପି ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ କରିପାରିବେ ନାହିଁ । ସାଂଗଠନିକ କ୍ଷେତ୍ରରେ କିଚି ନୂତନ ଦିଗ୍‌ଦର୍ଶନ ଦେଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ତୁଳା – ଶାରୀରିକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିଲେ ମଧ୍ୟ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥତା ରହିବା ନାହିଁ । ଅଫିସରେ କିମ୍ବା କର୍ମକ୍ଷେତ୍ରରେ ଯେତେ ରାଗିଥିଲେ ମଧ୍ୟ ବନ୍ଧୁଙ୍କ ମୁହଁ ସାମ୍ନାରେ କିଛି କହିପାରିବେ ନାହିଁ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ବିଛା – କୌଣସି ଅଭାବ ଅସୁବିଧା ନ ଥିଲେ ମଧ୍ୟ କ’ଣ ହେଲା ଏଣୁତେଣୁ ଗୁଡାଏ ବେକାର କଥାରେ ମନ ଅଶାନ୍ତ ରହିବ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ଧନୁ – ଆଜି ଅଯଥା ଖର୍ଚ୍ଚାନ୍ତ ହେବା କାରଣରୁ ମାନସିକ ସ୍ତରରେ ଉତେଜିତ ରହିପାରନ୍ତି । ଘରେ ଅଶାନ୍ତିର ବାତାବରଣ ସଙ୍ଗକୁ କର୍ମକ୍ଷେତ୍ରରେ ଉତ୍ତେଜନା ଆଶଙ୍କା ରହିଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ମକର – ବିଳମ୍ବିତ ସମୟରେ ଅଭିଳାଷ ପୂରଣ ହେବାରୁ ମନରେ ବିଭିନ୍ନ ପ୍ରକାରର ଦୁର୍ଭାବନା ସ୍ଥାନ ପାଇବ । ଯାତ୍ରାକାଳରେ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୯ ।

କୁମ୍ଭ – ଆଜି ଆପଣଙ୍କୁ ଘର କାମ ଛାଡି ଉପରିସ୍ଥଙ୍କ ନିର୍ଦ୍ଦେଶରେ କାମ କରିବାକୁ ବାଧ୍ୟ ହେବେ । ଅନ୍ୟମନସ୍କ କିମ୍ବା ଅସାବଧାନତାବଶତଃ କାରଣରୁ ଦ୍ରବ୍ୟ ନଷ୍ଟ ହୋଇପାରେ ।ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ମୀନ – ପୂର୍ବଯୋଜନାନୁଯାୟୀ ପ୍ରତ୍ୟେକ କାର୍ଯ୍ୟ କରିବେ ତଥାପି କିଛିନା କିଛି ପ୍ରତିବନ୍ଧକକୁ ସାମନା କରିବାକୁ ପଡିପାରେ । ସାବଧାନତା ଅବଲମ୍ବନ ନ କଲେ ଚିନ୍ତା କରିବାକୁ ପଡିପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.